ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିସମ କେନ୍ଦ୍ର ଠାରେ ସୁରକ୍ଷା ସପ୍ତାହ ସୋମବାର ପାଳିତ ହୋଇଯାଇଛି | ଏହି ଅବସରରେ ଅଗ୍ନିସମ କେନ୍ଦ୍ର ଏଲଏଫଏମ ଲକ୍ଷ୍ମୀଧର ଜାନୀ ଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲିଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟ|ଳୟରେ ପହଞ୍ଚି ଥିଲେ | ଅଗ୍ନିସେବା ସପ୍ତାହ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ | ପରେ ଡାବୁଗାଁର ପେଟ୍ରୋଲ ପମ୍ପରେ ପହଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ |ଏହି ସଚେତନତା ପରିକ୍ରମାରେ ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ମଳୟ କୁମାର ମାଝି, ହେମନ୍ତ ମାଝି, ଜନ୍ମେଜୟ ପଟେଲ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ପଶ୍ଚିମ ଓଡିଶାକୁ କ୍ରୀଡ଼ା ବିଭାଗର ଉପେକ୍ଷା ମହିଳା ଫୁଟ୍‍ବଲ ହଷ୍ଟେଲରେ ପୁରୁଷ କୋଚ.

masiha

ପ୍ରାଚୀନ ଶ୍ରୀ କାଳେଶ୍ୱର ଶୈବପୀଠର ସୌନ୍ଦର୍ଯ୍ୟ କରଣ ପାଇଁ ଭିତ୍ତି ପ୍ରସ୍ତର ସ୍ଥାପନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ଯାପକ ଦୁର୍ନୀତିରେ ଚାଲିଛି ଆଳଦା ଗ୍ରାମ ବାଲିସାହି ଅଙ୍ଗନବାଡି କେନ୍ଦ୍ର

masiha

Leave a Comment

error: Content is protected !!