ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁରେ ସୁରକ୍ଷା ସପ୍ତାହ ପାଳିତ 

ଡାବୁଗାଁ, ୧୪/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ସ୍ଥିତ ଅଗ୍ନିସମ କେନ୍ଦ୍ର ଠାରେ ସୁରକ୍ଷା ସପ୍ତାହ ସୋମବାର ପାଳିତ ହୋଇଯାଇଛି | ଏହି ଅବସରରେ ଅଗ୍ନିସମ କେନ୍ଦ୍ର ଏଲଏଫଏମ ଲକ୍ଷ୍ମୀଧର ଜାନୀ ଙ୍କ ନେତୃତ୍ଵରେ ସମସ୍ତ କର୍ମଚାରୀମାନେ ଦମକଳ ଗାଡି ନେଇ ଚାଲିଚାଲି ଅଗ୍ନି ନିରାପତ୍ତା ଉପରେ ସ୍ଲୋଗାନ ଦେଇ ଡାବୁଗାଁ ସହର ପରିକ୍ରମା କରି କାର୍ଯ୍ୟ|ଳୟରେ ପହଞ୍ଚି ଥିଲେ | ଅଗ୍ନିସେବା ସପ୍ତାହ ପାଳନ ର ମୁଖ୍ୟ ଉଦ୍ଦେଶ୍ୟ ଜନସାଧାରଣଙ୍କୁ ଅଗ୍ନି ବିପତ୍ତିରୁ ସୁରକ୍ଷା ପାଇବା ହେଉଛି ମୂଳ ଲକ୍ଷ୍ୟ | ପରେ ଡାବୁଗାଁର ପେଟ୍ରୋଲ ପମ୍ପରେ ପହଞ୍ଚି କର୍ମଚାରୀ ମାନଙ୍କୁ ଅଗ୍ନି ନିରାପତ୍ତା ଉପରେ ସଚେତନତା କରିଥିଲେ |ଏହି ସଚେତନତା ପରିକ୍ରମାରେ ଏଫଏମଡି ପ୍ରସନ୍ନ ବିଶ୍ଵାଳ, ଆଗ୍ନିକ ମଳୟ କୁମାର ମାଝି, ହେମନ୍ତ ମାଝି, ଜନ୍ମେଜୟ ପଟେଲ ପ୍ରମୁଖ ସାମିଲ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମଣ୍ଡି ରେ କୃଷକ ମାନଙ୍କ ଠାରୁ ଖରିଫ ଧାନ କ୍ରୟ କରିବା ପାଇଁ ଟାର୍ଗେଟ ଓ ଟୋକନ ବୃଦ୍ଧି ନିମନ୍ତେ ଦାବୀ ପତ୍ର ପ୍ରଦାନ 

masiha

ବେଲଘର ରେଞ୍ଜରେ ହାତୀ ମୃତ୍ୟୁ ଘଟଣା ରେ ଡି ଏଫ ଓ ଙ୍କ ଖବରଦାତା ସମ୍ମିଳନୀ

Sunil Chandra Nayak

ରାଉରକେଲା ଆପୋଲୋ ହସ୍ପିଟାଲରେ କାର୍ଡିଓଲୋଜି ବିଭାଗର ସଫଳତା

masiha

Leave a Comment

error: Content is protected !!