ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ବେଷଣର ୧୮ତମ ବାର୍ଷିକ ସମ୍ମିଳନୀ 

ଅନ୍ବେଷଣର ୧୮ତମ ବାର୍ଷିକ ସମ୍ମିଳନୀ 

ରାଉରକେଲା: ସ୍ବେଛାସେବୀ ସଂଗଠନ ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକସମ୍ମିଳନୀ, ଓଡ଼ିଆ ନବବର୍ଷ ଓ ସାଂସ୍କୃତିକ ମହୋତ୍ସବ ୨୦୨୫ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ, ଉତ୍କଳମଣି ଗୋପବନ୍ଧୁ ବୈଷୟିକ ଶିକ୍ଷାନୁଷ୍ଠାନ ରେ ଅଧ୍ୟକ୍ଷ ଇଂ ପ୍ରଗତି ଦାସ, ଆଇ ଡ଼ି ଏଲ ର ଶିଳ୍ପ ସମ୍ପର୍କ ଅଧିକାରୀ ରଞ୍ଜନ ମହାନ୍ତି, ୟୁ ଜି ଆଇ ଇ ର ପୂର୍ବତନ ବରିଷ୍ଠ ଅଧ୍ୟାପକ ଇଂ ରମେଶ ଚନ୍ଦ୍ର ପୃଷ୍ଟି, ସମାଜସେବୀ ଡା. ଫକୀର ଚରଣ ହୋତା ଓ ଡା. ବିଷ୍ନୁପ୍ରିୟା ଦେଇ ପ୍ରମୁଖ ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମ୍ମାନୀତ ଅତିଥି, ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇ ବର୍ତ୍ତମାନ ଯୁଗରେ କମ୍ପୁଟର ଶିକ୍ଷା ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ ବୋଲି ମତ ରଖିଥିଲେ । ଗରିବ ମେଧାବୀ ପିଲାମାନେ ଏତେ ଖର୍ଚ୍ଚ ଦେଇ ଶିକ୍ଷା କରିବା ବି ଏକ ବଡ ସମସ୍ୟା ହୋଇଥିବା ବେଳେ ଅନ୍ୱେଷଣ ପରି ସ୍ବେଚ୍ଛାସେବୀ ଅନୁଷ୍ଠାନର ଏଭଳି କାର୍ଯ୍ୟ ପ୍ରଶଂସା ଯୋଗ୍ୟ,ତା ସହ ଅନୁଷ୍ଠାନ ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ବୈଷୟିକ ଟ୍ରେନିଂ, ସଚେତନତା, ଓଡ଼ିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର, ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ ପ୍ରତିଯୋଗୀତା ର ଆୟୋଜନ ସବୁ ସ୍ତରର ଶିକ୍ଷାର୍ଥୀ ଙ୍କୁ ଏକ ପ୍ଲାଟଫର୍ମ ରେ ସୁଯୋଗ ଦେବା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ ପଦକ୍ଷେପ ବୋଲି କହିଥିଲେ । ପ୍ରାରମ୍ଭ ରେ ସମ୍ପାଦିକା ସଚଳା ପଣ୍ଡା ଅତିଥି ପରିଚୟ ପ୍ରଦାନ ଓ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ଏହି ଅବସରରେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟ ଗୁରୁ ବର୍ଷା ଓ ପଲ୍ଲବୀ ସେଠି ଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ସଭ୍ୟା କାପ୍ରା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ। କମ୍ପୁଟର ଶିକ୍ଷାକେନ୍ଦ୍ର ଶିକ୍ଷାର୍ଥୀ ଓଡିଶା ସଂସ୍କୃତି ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ଏହି କାର୍ଯ୍ୟକ୍ରମ କୁ ବିଶ୍ଵନାଥ ପଟ୍ଟନାୟକ ସଂଚାଳନ କରିଥିଲାବେଳେ ଭାରତୀ ବାସ୍କେ, ରାହୁଲ ପ୍ରଧାନ, ରମେଶ ବାସ୍କେ ,ସଲୋନୀ ଜେନା ,କ୍ରିଷ୍ଣା ସୋରେନ ପ୍ରମୁଖ ପରିଚାଳନା ରେ ସହଯୋଗ କରିଥିଲେ l 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରକାରୀ ଆଇଟିଆଇ ରେ  ଇ ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

ବିଧବା ଵୃଦ୍ଧା ଘସିନି ସିଂ କୁ ସରକାରୀ ଯୋଜନା ଅପହଞ୍ଚ,ଗୁହାରୀ ଶୁଣିବ କିଏ?

masiha

ଇଣ୍ଡିଆନ ଡେଟୋନେଟର ମଜଦୂର ସଭା ର ଶ୍ରମିକ ଦିବସ ପାଳନ 

Leave a Comment

error: Content is protected !!