ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ 

ସ୍ବେଛାସେବୀ ସଂଗଠନ ଅନ୍ୱେଷଣ ଦ୍ୱାରା ପରିଚାଳିତ କମ୍ପୁଟର ଶିକ୍ଷାକେନ୍ଦ୍ର ଆନୁକୂଲ୍ୟରେ ୧୮ତମ ବାର୍ଷିକସମ୍ମିଳନୀ, ଓଡ଼ିଆ ନବବର୍ଷ ଓ ସାଂସ୍କୃତିକ ମହୋତ୍ସବ ୨0୨୫ ଅନୁଷ୍ଠିତ ହୋଇଯାଇଛି. ଅନୁଷ୍ଠାନର ସଭାପତି ଶ୍ରୀ ଅରୁଣ କୁମାର ପରିଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଲାଠିକଟା ତହସିଲଦାର ମୁରଲୀଧର ଉର୍ମଳ, ଉତ୍କଳମଣି ଗୋପବନ୍ଧୁ ବୈଷୟିକ ଶିକ୍ଷାନୁଷ୍ଠାନ ରେ ଅଧ୍ୟକ୍ଷ ଇଂ ପ୍ରଗତି ଦାସ, ଆଇ ଡ଼ି ଏଲ ର ଶିଳ୍ପସମ୍ପର୍କ ଅଧିକାରୀ ଶ୍ରୀ ରଞ୍ଜନ ମହାନ୍ତି, ୟୁ ଜି ଆଇ ର ପୂର୍ବତନ ବରିଷ୍ଠ ଅଧ୍ୟାପକ ଇଂ ରମେଶ ଚନ୍ଦ୍ର ପୃଷ୍ଟି, ସମାଜସେବୀ ଡା. ଫକୀର ଚରଣ ହୋତା ଓ ଡା. ବିଷ୍ନୁପ୍ରିୟା ଦେଇ ପ୍ରମୁଖ ଯଥାକ୍ରମେ ମୁଖ୍ୟ ଅତିଥି ମୁଖ୍ୟବକ୍ତା ସମ୍ମାନୀତ ଅତିଥି, ସମ୍ମାନୀତ ବକ୍ତା ଭାବେ ଯୋଗ ଦେଇ ବର୍ତ୍ତମାନ ଯୁଗରେ କମ୍ପୁଟର ଶିକ୍ଷା ବିନା କୌଣସି କାର୍ଯ୍ୟ କରିବା ଏକ ପ୍ରକାର ଅସମ୍ଭବ l ଗରୀବ ମେଧାବୀ ପିଲାମାନେ ଏତେଖର୍ଚ୍ଚ ଦେଇ ଶିକ୍ଷା କରିବା ବି ଏକ ବଡ ସମସ୍ୟା, ଅନ୍ୱେଷଣ ପରି ସ୍ବେଚ୍ଛାସେବୀ ଅନୁଷ୍ଠାନର ଏହି କାର୍ଯ୍ୟ ଏକ ପ୍ରଂଶସା ଯୋଗ୍ୟ. ତା ସହ ଅନୁଷ୍ଠାନ ମାଧ୍ୟମରେ ଦିଆଯାଉଥିବା ବିଭିନ୍ନ ବୈଷୟିକ ଟ୍ରେନିଂ, ସଚେତନତା, ଓଡ଼ିଆ ଭାଷା ସଂସ୍କୃତି ର ପ୍ରଚାର ପ୍ରସାର, ଶିକ୍ଷାର୍ଥୀଙ୍କ ଦକ୍ଷତା ବୃଦ୍ଧି କରିବାକୁ ବିଭିନ୍ନ ପ୍ରତିଯୋଗୀତା ର ଆୟୋଜନ ସବୁ ସ୍ତରର ଶିକ୍ଷାର୍ଥୀ ଙ୍କୁ ଏକ ପ୍ଲାଟଫର୍ମ ରେ ସୁଯୋଗ ଦେବା ନିଶ୍ଚିତ ରୂପେ ସ୍ୱାଗତ ଯୋଗ୍ୟ ପଦକ୍ଷେପ. ଅନୁଷ୍ଠାନ ର ଉତ୍ତରୋତ୍ତର ଉନ୍ନତି ହେଉ ବୋଲି ଅତିଥିମାନେ ନିଜ ବକ୍ତବ୍ୟ ରେ ଉପସ୍ଥାପନା କରିଥିଲେ.. ପ୍ରାରମ୍ଭ ରେ ସମ୍ପାଦିକା ସଚଳା ପଣ୍ଡା ଅତିଥି ପରିଚୟ କରି ସମ୍ପାଦକୀୟ ବିବରଣୀ ପଠା କରିଥିଲେ କୃତୀ ଛାତ୍ରଛାତ୍ରୀ ମାନଙ୍କୁ ପୁରସ୍କାର ଓ ସାର୍ଟିଫିକେଟ ପ୍ରଦାନ କରାଯାଇଥିବା ବେଳେ ନୃତ୍ୟ ଗୁରୁ ବର୍ଷାରାଣୀ ସାହୁ,ପଲ୍ଲବୀ ସେଠି ଙ୍କୁଓ ସାମାଜିକ ସେବା କ୍ଷେତ୍ର ରେ ଜ୍ୟୋତିରଞ୍ଜନ ଶତପଥୀ, ଶିକ୍ଷାକ୍ଷେତ୍ର ରେ ଆଦର୍ଶ ବିଦ୍ୟାଳୟ ର ସମ୍ପାଦକ ଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା,ଅନୁଷ୍ଠାନ ସଭ୍ୟା କାପ୍ରା ହାଁସଦା ଧନ୍ୟବାଦ ଅର୍ପଣ କରିଥିଲେ, କମ୍ପୁଟର ଶିକ୍ଷାକେନ୍ଦ୍ର ଶିକ୍ଷାର୍ଥୀ ଓଡିଶା ସଂସ୍କୃତି ଉପରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ, ଏହି କାର୍ଯ୍ୟକର୍ମ କୁ ବିଶ୍ଵନାଥ ପଟ୍ଟନାୟକ ସଂଚାଳନ କରିଥିଲେ ଭାରତୀ ବାସ୍କେ, ରାହୁଲ ପ୍ରଧାନ, ରମେଶ ବାସ୍କେ ସଲୋନୀ ଜେନା କ୍ରିଷ୍ଣା ସୋରେନ ପ୍ରମୁଖ ସହଯୋଗ କରିଥିଲେ. ଅନୁଷ୍ଠାନ ର ଛାତ୍ର ଛାତ୍ରୀ, ବିଭିନ୍ନ ଅନୁଷ୍ଠାନ ର ମାନ୍ୟ ଗଣ୍ୟ ବ୍ୟକ୍ତି ଏସ ଜି ଗ୍ରୁପ ମହିଳା ମାନେ ଉପସ୍ଥିତ ରହି କାର୍ଯ୍ୟକ୍ରମ ସଫଳ କରିଥିଲେ।

Related posts

ଜୁନାପାଣି ଧାନ ମଣ୍ଡିରୁ ଉଠିଲାନି ଧାନ, ଖୋଲା ଆକାଶ ତଳେ ପଡି ରହିଛି ଚାଷୀ ଙ୍କ ଧାନ 

masiha

ସାରସକଣା ଡାକ୍ତରଡାକ୍ତରଖାନା ପରିସରରେ ଅଗ୍ନିକାଣ୍ଡ

Sunil Chandra Nayak

ନୂଆପଡ଼ାରେ ଚିକିତ୍ସା ଅବହେଳା ଅଭିଯୋଗ : ଭୁଲ୍ ଇଞ୍ଜେକ୍ସନ ଯୋଗୁଁ ମହିଳାଙ୍କ ମୃତ୍ୟୁ ଅଭିଯୋଗ, ସିଡ଼ିଏମଓ ଅଫିସ୍ ସମ୍ମୁଖରେ ଶବ ରଖି ଧାରଣା

Sunil Chandra Nayak

Leave a Comment

error: Content is protected !!