ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅବକାରୀ ଚଢ଼ାଉ ; ୮ ଲିଟର ମଦ ସହ ଜଣେ ଗିରଫ

ଅବକାରୀ ଚଢ଼ାଉ ; ୮ ଲିଟର ମଦ ସହ ଜଣେ ଗିରଫ

କଳାହାଣ୍ଡି : ୨୩।୪ : କୋକସରା ଅବକାରୀ ଥାନା ପକ୍ଷରୁ ମଙ୍ଗଳବାର ଖୁର୍ସେଲଗୁଡା ଗ୍ରାମରେ ଚଢ଼ାଉ କରାଯାଇ ଆଇଡି ଲିକର ସହ ଜଣକୁ ଗିରଫ କରାଯାଇଛ। ଗିରଫ ବ୍ୟକ୍ତି ହେଲେ ଖୁର୍ସେଲଗୁଡା ଗ୍ରାମର ବୈକୁଣ୍ଠ ବେହେରା(୪୮) ବୋଲି ସୂଚନା ମିଳିଛି। କୋକସରା ଅବକାରୀ ଥାନା ଓଆଇସି ନରେନ୍ଦ୍ର ମିଞ୍ଜିଙ୍କ ନେତୃତ୍ବରେ ଏକ ଟିମ୍ ଆଜି ଖୁର୍ସେଲଗୁଡା ଗ୍ରାମରେ ଚଢ଼ାଉ କରିଥିଲେ। ଏହି ଚଢାଉ ସମୟରେ ଗ୍ରାମର ବୈକୁଣ୍ଠ ବେହେରାଙ୍କ ଘର ପଛପଟୁ ୮ ଲିଟର ଆଇଡି ଲିକର ଜବତ କରିବା ସହ ତାଙ୍କୁ ଗିରଫ କରାଯାଇ ଥାନାକୁ ଅଣାଯାଇ ପଚରାଉଚରା କରିଥିଲେ। ପରେ ବୈକୁଣ୍ଠଙ୍କୁ କୋର୍ଟ ଚାଲାଣ କରାଯାଇଥିବା ଅବକାରୀ ଥାନା ପକ୍ଷରୁ ସୂଚନା ଦିଆଯାଇଛି। ଏହି ଚଢ଼ାଉରେ ଓଆଇସି ମିଞ୍ଜଙ୍କ ସହ କନେଷ୍ଟବଳ ଖୁସିଦେବ କଟା, ବଳଭଦ୍ର ପାତ୍ର, ଅରୁଣାକ୍ଷ ଧଙ୍ଗଡ଼ାମାଝୀ, ସୁବଳ ମାଝୀ, ପ୍ରିୟମ୍ବଦା ଜେନା ପ୍ରମୁଖ ସାମିଲ ହୋଇଥିଲେ।

କଳାହାଣ୍ଡି ଜିଲ୍ଲାରୁ ବିଷ୍ଣୁ ଚରଣ ସ୍ଵାଇଁ ଙ୍କ ରିପୋର୍ଟ୍

Related posts

ଦେଶୀ ମଦ ସହିତ ମୋଟର ସାଇକେଲ ଜବତ, ୦୨ ଗିରଫ 

Sunil Chandra Nayak

ବେକ ରେ ରଶି ଲଗେଇ ଯୁବକ ର ଆତ୍ମହତ୍ୟା

Sunil Chandra Nayak

ମଦନପୁର ରାମପୁର ସବ୍ ଜେଲ ରୁ ବିଚାରାଧୀନ କଏଦୀ ଫେରାର

Sunil Chandra Nayak

Leave a Comment

error: Content is protected !!