ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆରପାରିରେ କଳାହାଣ୍ଡିର ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ସଚ୍ଚିକାନ୍ତ ରଥ

ଆରପାରିରେ କଳାହାଣ୍ଡିର ପ୍ରତିଷ୍ଠିତ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ସଚ୍ଚିକାନ୍ତ ରଥ

ଭବାନୀପାଟଣା, ୦୨/୦୫ //  କଳାହାଣ୍ଡି ଜିଲ୍ଲାର ଭବାନୀପାଟଣାସ୍ଥିତ ମନ୍ଦାର ବଗିଚା ପଡ଼ାର ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ଗୁରୁ ଶ୍ରୀ ସଚ୍ଚିକାନ୍ତ ରଥ (୧୯୭୯-୨୦୨୫) ଙ୍କ ଅକସ୍ମାତ୍ ମୃତ୍ୟୁରେ ସମଗ୍ର କଳାହାଣ୍ଡି ତଥା ରାଜ୍ୟର ବିଭିନ୍ନ କୋଣ ଅନୁକୋଣରୁ ଶୋକର ବାର୍ତ୍ତା ଖେଳିଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୫ ବର୍ଷ ହୋଇଥିଲା। ସଚ୍ଚିକାନ୍ତ ରଥ ଜଣେ ଉତ୍ସର୍ଗୀକୃତ କଣ୍ଠଶିଳ୍ପୀ ଏବଂ ଜଣେ ଉତ୍ସାହୀ କଳାକାର ଥିଲେ। ସେ ସମଗ୍ର ଭାରତ ଏବଂ ବିଦେଶରେ ଅନେକ ପ୍ରତିଷ୍ଠିତ କାର୍ଯ୍ୟକ୍ରମରେ ନିଜ କଳା ପରିବେଷଣ କରିଛନ୍ତି | ସ୍ଵର୍ଗତ ରଥ ବାଲ୍ୟକାଳରୁ ଗୁରୁ ପଦ୍ମଚରଣ ପାତ୍ର, ଶଶାଙ୍କ ଶେଖର ମହାପାତ୍ର, ସୁଧୀର ଚରଣ ପଣ୍ଡା, ଭୋଲାଶଙ୍କର ବେହେରା ଏବଂ ପଣ୍ଡିତ ସୁରେଶ କୁମାର କୁଲ୍କର୍ଣୀ ଦ୍ଵାରା ସଙ୍ଗୀତ ଶିକ୍ଷା ଲାଭ କରିଥିଲେ | ପରେ ସେ ମୁମ୍ବାଇରୁ ପଣ୍ଡିତ ମନୋହର ଚିମୋଟେ ଏବଂ ପଣ୍ଡିତ ନୟନ ଘୋଷଙ୍କ ଠାରୁ ଶାସ୍ତ୍ରୀୟ ସଙ୍ଗୀତ ଶିକ୍ଷା ଗ୍ରହଣ କରିଥିଲେ। ପରବର୍ତ୍ତୀ ସମୟରେ ସେ ପଣ୍ଡିତ ନୟନ ଘୋଷଙ୍କ ବିଦ୍ୟାଳୟର ସଙ୍ଗୀତ ମହାଭାରତୀ, ଜୁହୁ, ମୁମ୍ବାଇରେ ଶିକ୍ଷକ ରୂପେ କାର୍ଯ୍ୟରତ ଥିଲେ ଏବଂ ଚିନ୍ମୟ ସ୍ଵରାଞ୍ଜଳି, ଚିନ୍ମୟ ମିଶନର ଗ୍ଲୋବାଲ ମ୍ୟୁଜିକ୍ ୱିଙ୍ଗ, କୋଲୱାନ୍ ପୁନେଠାରେ ସଙ୍ଗୀତ ଶିକ୍ଷା ଦେଇଥିଲେ। ବର୍ତ୍ତମାନ୍ ସେ ସଙ୍ଗୀତ ଗୁରୁ ଏବଂ ପ୍ରତିଷ୍ଠାତା ଭାବେ ‘ସଙ୍ଗୀତ ସୁଧା’ ରେ କାର୍ଯ୍ୟରତ ଥିଲେ। ମୃତ୍ୟୁ ସମୟରେ ତାଙ୍କର ସମଗ୍ର ପରିବାରବର୍ଗ ଉପସ୍ଥିତ ଥିଲେ। ପୁରୀ ସ୍ଵର୍ଗଦ୍ଵାରଠାରେ ସ୍ଵର୍ଗତ ରଥଙ୍କ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା। ପୁତୁରା ଅମନ ରଥ ମୁଖାଗ୍ନି ଦେଇଥିଲେ। ତାଙ୍କ ବିୟୋଗରେ କଳାହାଣ୍ଡି ଲେଖକ କଳା ପରିଷଦ, ସଙ୍ଗୀତ ସୁଧା, ବ୍ରାହ୍ମଣ ସମାଜ, ସ୍ମାରକୀ ଅନୁଷ୍ଠାନ ତଥା ସମଗ୍ର କଳାହାଣ୍ଡି ଓ ରାଜ୍ୟର ବିଭିନ୍ନ ସଙ୍ଗୀତ, କଳାକାର ତଥା ବୁଦ୍ଧିଜିବୀ ମହଲରୁ ଶୋକପ୍ରକାଶ ପାଇଛି। 

ବିଷ୍ଣୁ ଚରଣ ସ୍ବାଇଁ ଙ୍କ ରିପୋର୍ଟ୍ 

Related posts

ପ୍ରଧାନ ଶିକ୍ଷକ ଙ୍କ ଅବସରକାଳୀନ ସମ୍ବର୍ଧନା ସଭା

Sunil Chandra Nayak

ସରସ୍ବତୀ ଶିଶୁ ମନ୍ଦିର ବଡ଼ବିଲର ଗୌରବମୟ ସଫଳତା ଶିକ୍ଷାବର୍ଷ

Sunil Chandra Nayak

ଜିଲ୍ଲା ସ୍ତରୀୟ ଆଦିବାସୀ ଦିବସ ପାଳନ ପାଇଁ ଚୂଡାନ୍ତ ବୈଠକ ଅନୁଷ୍ଠିତ

masiha

Leave a Comment

error: Content is protected !!