ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ ଜଣାଣ

ଜଣାଣ

 

ମାନଗୋବିନ୍ଦ ସ୍ବାଇଁ

 

ରହି ଯାଆ ଗାଡ଼ି ମାଆ ପାଇଁ ନେବୁ

   ନାଲି ଶଙ୍ଖା ଆଉ ଚୂଡି

ଘଟଗାଁ ରେ ଜାଚି କହିବୁ ମାଆକୁ

    ଜଗତ ଦୁଃଖକୁ ଫେଡି।

ମା’ଅଛି ଯାହାର ଦୁଃଖ ନାହିଁ ତା’ର

    ଖୁସିରେ କରି ଭ୍ରମଣ

ମା ପାଶେ ଶରଣ ମୋ ଆଶା ଭରଣ

    ମା ପଦେ ମୋର ପ୍ରଣାମ।

ମାଆ ନାମ ଧରି ଶତ୍ରୁ ଗଲେ ଡରି

    ମା’ ମୋ ଜୀବନ ସାହସ

ପଥ ଦିଏ କହି ଆଗ ଯିବା ପାଇଁ

   ମାଆ ମୋପଥ ସନ୍ଦେଶ।

ମାଆ ଆଶୀର୍ବାଦ ସବୁଠି ମଙ୍ଗଳ

     ହାରିବାର କେବେ ନାହିଁ

ଜୀବନ ସଫଳ ଦେଇ ଆଶୀର୍ବାଦ

    ମାଆ ମୋ ମଙ୍ଗଳ ପାଇଁ।

ଯୁଆଡ଼େ ଯାଇଛି ମାଆ ପଦ ଧରି

     ସ୍ମରଣ କଣ୍ଠେ ରହିଛି

ମାଆ ମନ୍ତ୍ର ଜପ ଉଚ୍ଚାରଣ କଲେ

     ବିପଦ ଦୂରେ ଯାଇଛି।

ଗୋଜାବନ୍ଧ ମହାକାଳପଡ଼ା

କେନ୍ଦ୍ରାପଡ଼ା

Related posts

ନୂଆପଡ଼ା – ସ୍ବାଧୀନ ପ୍ରାଥିର ବାଜିମାତ୍

Sunil Chandra Nayak

ଯୁବ ରେଡକ୍ରସ ର ଜିଲ୍ଳା କାର୍ଯ୍ୟକାରିଣୀ ବୈଠକ

Sunil Chandra Nayak

ପରିବେଶ ପ୍ରଦୂଷଣ ମୁକ୍ତ ପାଇଁ ବୃକ୍ଷ ରୋପଣ ର ଆବଶ୍ୟକ ରହିଛି ,: ଜିଲ୍ଲାପାଳ ଫୁଲବାଣୀ

Leave a Comment

error: Content is protected !!