ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

ମାଟ୍ରିକ ପରୀକ୍ଷାରେ କନ୍ଦରପୁର ଏସ୍କେ ଏକାଡେମୀର ସଫଳତା 

କଟକ : ମାଟ୍ରିକ ପରୀକ୍ଷା ଫଳ ପ୍ରକାଶ ପାଇ କଟକ ସଦର କନ୍ଦରପୁର ସ୍ଥିତ ଶିକ୍ଷାନୁଷ୍ଠାନ ଏସ୍କେ ଏକାଡେମୀର ଫଳାଫଳ ଅତ୍ୟନ୍ତ ଉଚ୍ଚମାନର ହୋଇଛି । ମୋଟ ୨୪ ଜଣ ପରୀକ୍ଷାର୍ଥୀ ମଧ୍ୟରୁ ଏ ୨ ଗ୍ରେଡରେ ୨ ଜଣ,ବି ୧ ଗ୍ରେଡରେ ୨ ଜଣ,ବି ୨ ଗ୍ରେଡରେ ୭ ଜଣ,ସି ଗ୍ରେଡରେ ୧୦ ଜଣ ଓ ଡି ଗ୍ରେଡରେ ୨ ଜଣ କୃତକାର୍ଯ୍ୟ ହୋଇଛନ୍ତି । ଏଥିରେ ଏ ୨ ଗ୍ରେଡରେ ଆୟତପୁର ସରକାରୀ ବିଦ୍ୟାଳୟର ଆଦ୍ୟାଶା ଓଝା ଓ ସୃତି ବେହେରା ସର୍ବାଧିକ ମାର୍କ ରଖିଥିବା ବେଳେ ବି ୧ ଗ୍ରେଡରେ ଶୁଭଶ୍ରୀ ବେହେରା ଓ ରୁଦ୍ରନାରାୟଣ ମୁଦୁଲି ଏବଂ ବି ୨ ଗ୍ରେଡ଼ରେ ସରୋଜିନୀ ବେହେରା ଉତ୍ତୀର୍ଣ୍ଣ ହୋଇଛନ୍ତି । ସେହିଭଳି ସାଇ ସୋୟମ ପଣ୍ଡା,ବର୍ଷା କର,ଅଙ୍କିତା ବେହେରା,ସ୍ଵାତୀ ବେହେରା,ପୂଜାରାଣୀ ସାହୁ ଓ ଓମ୍ ଭୋଇ ଶତକଡା ୬୦% ରୁ ଅଧିକ ନମ୍ବର ରଖିଛନ୍ତି । ଏସ୍କେ ଏକାଡେମୀର ମୁଖ୍ୟ ପରିଚାଳକ ଶିକ୍ଷାବିତ୍ ଇଂ.ସୁରଜ୍ କୁମାର ବେହେରା,ଶିକ୍ଷକ ବିଶିଷ୍ଟ ଶିକ୍ଷାବିତ୍ ରବି ନାରାୟଣ ସାହୁ,ସୋମନାଥ ବେହେରା,ପ୍ରଭାତ ମହାନ୍ତି,ସ୍ମୃତି ରଞ୍ଜନ ଦାସ,ଶୁଭମ୍ ମୁଦୁଲି ଓ ଶିକ୍ଷୟତ୍ରୀ ପ୍ରଜ୍ଞା ମିଶ୍ର ବିଦ୍ୟାର୍ଥୀଙ୍କୁ ଶୁଭେଛା ଜଣାଇବା ସହ ତାଙ୍କ ଉତ୍ତୋରତ୍ତର କାମନା କରିଛନ୍ତି ।

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଆଇଆଇସିଙ୍କୁ ବିଦାୟ କାଳୀନ ସମ୍ବର୍ଦ୍ଧନା ଜଣାଇଲା ସ୍ବଚ୍ଛାସେବୀ ଅନୁଷ୍ଠାନ

masiha

ପଞ୍ଚମ ଦିନରେ ପଟ୍ଟାମୁଣ୍ଡାଇ ସାମ୍ବାଦିକ ଙ୍କ ଆନ୍ଦୋଳନ ପ୍ରତ୍ୟାହୃତ  ଖୁବ୍ ଶୀଘ୍ର ସାମ୍ବାଦିକ ଙ୍କୁ ମିଳିବ ଗୃହ ପ୍ରତିଶ୍ରୁତି ଦେଲେ ପୌରପାଳିକା ନିର୍ବାହୀ ଅଧିକାରୀ

masiha

ମହିଳାଙ୍କ ସହିତ ୪ଛୁଆଙ୍କୁ ଥଇଥାନ କଲେ ଜିଲ୍ଲା ଆଇନ ସେବା ପ୍ରାଧିକରଣ, ଢେଙ୍କାନାଳ 

Sunil Chandra Nayak

Leave a Comment

error: Content is protected !!