ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୀମାନ୍ତ ପତ୍ରିକା ପ୍ରତିଷ୍ଠାତା ଓ ବିଶିଷ୍ଟ ବଂଶୀ ବାଦକ ପଦ୍ମ ଚରଣ ପାତ୍ରଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ନବରଙ୍ଗପୁର:( ତା: ୭/୫/୨୫)(ରବି ନାରାୟଣ ମହାନ୍ତି) ସ୍ଥାନୀୟ ତୃପ୍ତି ଲଡ୍ଜ ସମ୍ମିଳନୀ ଗୃହରେ ସୀମାନ୍ତ ସାହିତ୍ୟ ପରିବାରର ପ୍ରତିଷ୍ଠାତା ତଥା ମୁଖ୍ୟ ଉପଦେଷ୍ଟା ପଦ୍ମଚରଣ ପାତ୍ରଙ୍କ ବିୟୋଗରେ ଏକ ସ୍ମୃତିଚାରଣ ତଥା ଶ୍ରଦ୍ଧାଞ୍ଜଳି ସଭା ତାଙ୍କ ଦଶାହ ଦିବସ ରେ ଅନୁଷ୍ଠିତ ହୋଇ ଯାଇଛି । ପଦ୍ମ ଚରଣ ପାତ୍ର ତାଙ୍କର ନବରଙ୍ଗପୁର ରହଣୀ ଭିତରେ ଏଇ ଅଞ୍ଚଳର ସାହିତ୍ୟ, ସଙ୍ଗୀତ ତଥା ସଂସ୍କୃତି କ୍ଷେତ୍ରରେ ଦିଗ ଦର୍ଶନ ଦେଇଥିଲେ ଏବଂ ତାଙ୍କରି ପ୍ରେରଣା ରେ ସୀମାନ୍ତ ସାହିତ୍ୟ ପତ୍ରିକା ଜନ୍ମଲାଭ କରିଥିଲା । ସେ ଏକାଧାରରେ ଜଣେ ଖ୍ୟାତି ସମ୍ପନ୍ନ ବଂଶୀ ବାଦକ, ବେହେଲା ବାଦକ, ଜଣେ ସମାଲୋଚକ ତଥା ରୁଚିପୂର୍ଣ୍ଣ ସଂସ୍କୃତିର ଉପାସକ ଥିଲେ ।ଏହି ଶ୍ରଦ୍ଧାଞ୍ଜଳି ସଭାରେ ବିଶିଷ୍ଟ ସମାଜସେବୀ ଶ୍ରୀ ଜଗନ୍ନାଥ ମହାପାତ୍ର ଅଧ୍ୟକ୍ଷତା କରି ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ । ଦିବଂଗତ ଆତ୍ମାଙ୍କ ସଦଗତି କାମନା କରି ନୀରବ ପ୍ରାର୍ଥନା କରାଯାଇଥିଲା । ଅଶୋକ ପଟ୍ଟନାୟକ, ରଘୁନାଥ ଶତପଥି, ସୁରେଶ ମିଶ୍ର, ପ୍ରଭାକର ପାତ୍ର, ରାମ ପ୍ରସାଦ ପାତ୍ର, ବୁଲୁ ହୋତା, ମନୋଜ ପଟ୍ଟନାୟକ, ପି. ରବିକାନ୍ତ ରଘୁରାମ ପ୍ରମୁଖ ଉପସ୍ଥିତ ରହି ତାଙ୍କର ଗୁଣଗାନ କରିଥିଲେ । ୯୦ ବର୍ଷ ବୟସରେ ଭବାନିପାଟଣା ଠାରେ ତାଙ୍କ ପରଲୋକ ହୋଇଯାଇଛି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ରାଇରଙ୍ଗପୁର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ଦିଵ୍ଯାଙ୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ସହାୟକ ଉପକରଣ ଆକଳନ ଶିବିର

Sunil Chandra Nayak

ଗଦାଗଦା ପ୍ରତିଶ୍ରୁତି, ଦାବି ପୂରଣ ଶୂନ୍‌ , ଆଉ କେତେ ଦିନ ଅପେକ୍ଷା କରିବେ ଲାଞ୍ଜିଗଡ଼ବାସୀ

masiha

ଲୁହାଶିଳା ପଞ୍ଚାୟତର ଦଲଗକି ଗ୍ରାମରେ ହାତୀ ଉପଦ୍ରବ ; ୫ ଜଣ ଚାଷୀଙ୍କ ଧାନକ୍ଷେତ ନଷ୍ଟ

Sunil Chandra Nayak

Leave a Comment

error: Content is protected !!