ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ 

ଅଖିଳ ଭାରତୀୟ ସାହିତ୍ୟ ପରିଷଦର କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ 

ରାଉରକେଲା: ଅଖିଳ ଭାରତୀୟ ସାହିତ୍ୟ ପରିଷଦ ରାଉରକେଲା ଶାଖାର ‘କାର୍ଯ୍ୟକର୍ତ୍ତା ମିଳନ କାର୍ଯ୍ୟକ୍ରମ’ ସେକ୍ଟର: ୪ ସ୍ଥିତ ରାଉରକେଲା କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି। ପରିଷଦର ସଭାପତି ଡ. ରବୀନ୍ଦ୍ର କୁମାର ଜେନାଙ୍କ ଅଧ୍ୟକ୍ଷତା , ସାଧାରଣ ସମ୍ପାଦିକା ଡ. ସୁଷମା ମୋଦୀଙ୍କ ଆବାହକତ୍ଵ ଓ କାର୍ଯ୍ୟକ୍ରମର ସଂଯୋଜକ ନିରୁପମା ପତିଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅଖିଳ ଭାରତୀୟ ସହ ସଂଗଠନ ମନ୍ତ୍ରୀ ମନୋଜ କୁମାରଜୀ ମୁଖ୍ୟଅତିଥି, ପରିଷଦର କ୍ଷେତ୍ର ସଂଗଠନ ସମ୍ପାଦକ ନାରାୟଣ ନାୟକ ଓ ପରିଷଦର ରାଜ୍ୟ ସମ୍ପାଦକ ରାମକୃଷ୍ଣ ତ୍ରିପାଠୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ମୁଖ୍ୟଅତିଥି ଶ୍ରୀ କୁମାରଜୀ ରାଉରକେଲା ଶାଖାର କାର୍ଯ୍ୟକ୍ରମକୁ ପ୍ରଶଂସା କରିବା ସହ ପରିଷଦରେ ଯୁବା ପିଢ଼ି ଓ ଲେଖକଙ୍କୁ ଯୋଡିବା, ସେମାନଙ୍କ ସୃଷ୍ଟିକୁ ପ୍ରୋତ୍ସାହିତ କରିବା, ସାହିତ୍ୟର ବିଭିନ୍ନ ବିଭାଗକୁ ଆଲୋଚନାଚକ୍ରରେ ସାମିଲ କରିବା, ପୁସ୍ତକ ସମ୍ପର୍କୀତ କାର୍ଯ୍ୟକ୍ରମ, ବିଭିନ୍ନ କର୍ମଶାଳା ଆୟୋଜନ, ରାଜ୍ଯ/କ୍ଷେତ୍ରୀୟ ପୁସ୍ତକ ମେଳା ଆୟୋଜନ ଓ ଆଲୋଚନା ଚକ୍ରରେ ଯୋଗଦାନ, ସମ୍ମାନ ମିଳୁ; କିନ୍ତୁ ତାକୁ ଅଭ୍ୟାସରେ ନପକାଇବା ତଥା ପରିଷଦରେ ବାଲ୍ମିକୀ ଜୟନ୍ତୀ, ବ୍ୟାସ ଜୟନ୍ତୀ, ବର୍ଷ ପ୍ରତିପଦା ଓ ଆଞ୍ଚଳିକ ସ୍ତରରେ ଜଗନ୍ନାଥ ଦାସଙ୍କ ଜୟନ୍ତୀ ପାଳନ ଆଦି ସମ୍ପର୍କରେ ଆଲୋଚନା କରିଥିଲେ। ସେହିପରି ରାଷ୍ଟ୍ରୀୟ ସ୍ତରର କାହାଣୀ ଲିଖନ ପ୍ରତିଯୋଗିତା ଯାହା ବ୍ୟାସ ପୂର୍ଣ୍ଣିମା ଠାରୁ ଆସନ୍ତା ବ୍ୟାସ ପୂର୍ଣ୍ଣିମା ଚାଲିବ, ବ୍ୟାଖ୍ୟାନ ମାଳା ‘ସ୍ବବୋଧରୁ ବିଶ୍ବବୋଧ’ ଯାହା ବସନ୍ତ ପଞ୍ଚମୀରୁ ଆସନ୍ତା ବସନ୍ତ ପଞ୍ଚମୀ ଓ ସଂଘ ସାହିତ୍ୟ ଚର୍ଚ୍ଚା ବିଜୟା ଦଶମୀ ଠାରୁ ଆସନ୍ତା ବିଜୟା ଦଶମୀ ପର୍ଯ୍ୟନ୍ତ କରାଯାଉଥିବା ସମ୍ପର୍କରେ ସୂଚନା ପ୍ରଦାନ ସହ ବିଭିନ୍ନ ବିଭଗ ଅନୁସାରେ ବାର୍ଷିକ କ୍ୟାଲେଣ୍ଡର ପ୍ରସ୍ତୁତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସମ୍ମାନିତ ଅତିଥି ଶ୍ରୀ ତ୍ରିପାଠୀ ଅତିଥିଙ୍କ ପରିଚୟ ପ୍ରଦାନ ଓ ଶ୍ରୀ ନାୟକ ପରିଷଦର ଆଭିମୁଖ୍ୟ ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାରମ୍ଭରେ ସଭାପତି ଡ. ଜେନା ସ୍ବାଗତ ଭାଷଣ ରଖିଥିଲା ବେଳେ ସମ୍ପାଦିକା ଡ. ମୋଦି ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ଏହି ଅବସରରେ ପରିଷଦରେ ନୂତନ ସଦସ୍ୟ ଭାବେ ଯୋଗଦେଇଥିବା ପ୍ରବୀର କୁମାର ଦୁବେ, ବିଜୟିନୀ ଜେନା, ଚିନ୍ମୟୀ ପୁରୋହିତ, ଗୈାତମ ଦାସ, ବ୍ରଜେନ୍ଦ୍ର ଦାଶ, ଗିରିଜା ଶଙ୍କର ଗୋସ୍ବାମୀ, ପୁଷ୍ପାରାଣୀ ପଟେଲ, ଭାରତୀ ବରୁଆ, ସୈାମ୍ୟ ପ୍ରସାଦ ନନ୍ଦ, ଚିନ୍ମୟୀ ପୁରୋହିତ ପ୍ରମୁଖଙ୍କୁ ଉତ୍ତରୀୟ ଦେଇ ସ୍ବାଗତ କରାଯିବା ସହ ନୂତନ ଦାୟିତ୍ଵ ପ୍ରଦାନ କରାଯାଇଥିଲା। ଉପସ୍ଥିତ ସମସ୍ତ ସଦସ୍ୟ ଓ କର୍ମକର୍ତ୍ତାମାନେ ସେମାନଙ୍କ ସ୍ବପରିଚୟ ଓ କୃତି ସମ୍ପର୍କରେ ଅତିଥିମାନଙ୍କୁ ଅବଗତ କରାଇଥିଲେ। ସାହିତ୍ୟର ଅଧିକରୁ ଅଧିକ ପ୍ରଚାର-ପ୍ରସାର ପାଇଁ ଏହି ଅବସରରେ ରାଉରକେଲା ମହାନଗର ପରିଷଦ କାର୍ଯ୍ଯକୁ ଛଅଟି ଭାଗ ଯଥା: ମାଧବ ନଗର ଶାଖା, କେଶବ ନଗର ଶାଖା, ବିର୍ସା ମୁଣ୍ଡା ନଗର ଶାଖା, ନିର୍ମଳ ମୁଣ୍ଡା ନଗର ଶାଖା, ସାରନଗରୀ ଶାଖା, ସବୁଜ ନଗରୀ ଶାଖାରେ ବିଭକ୍ତ କରାଯାଇ ସଦସ୍ୟଙ୍କ ମଧ୍ୟରେ ଦାୟିତ୍ଵ ବଣ୍ଟନ କରାଯାଇଥିଲା। ଦୁଇଟି ଅଧିବେଶନ ବିଶିଷ୍ଟ କାର୍ଯ୍ୟକ୍ରମ ବ୍ରହ୍ମନାଦରୁ ଆରମ୍ଭ ହୋଇ ଶାନ୍ତି ପାଠରେ ସମାପ୍ତ ହୋଇଥିଲା। ଶେଷରେ ସାଂଗଠନିକ ସମ୍ପାଦକ କୁଞ୍ଜବିହାରୀ ରାଉତ ଧନ୍ୟବାଦ ଅର୍ପଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଉପ-ସଭାପତି ସୁଜାତା ପ୍ରଧାନ, ମହାନଗର ସଂଯୋଜକ କରୁଣାକର ପାଟ୍ଟଶାଣୀ, ଆଭାସ କୁମାର ହୋତା, ଅଜୟ କୁମାର ମହାନ୍ତି, ମନୋଜ କୁମାର ଚୌଧୁରୀ, ଧରିତ୍ରୀ ପାଇକରାୟ, ଗୀତାରାଣୀ ବେହେରା, ଅଳକା ମହାନ୍ତି, ଲଳିତା ବେହେରା, ସୁମିତ୍ରା ମିଶ୍ର, ଅନୁରାଧା ଦାସ, ରଶ୍ମିତା ନାଥ ପ୍ରମୁଖ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁଳି ଆଘାତରେ ଦୁଇ ଜଣ ବ୍ୟକ୍ତି ଗୁରୁତର ଆହତ

Indian Railways Extends Weekly Special Trains for Diwali and Puja Rush

Sunil Chandra Nayak

ଡାବୁଗାଁ ବ୍ଲକରେ ଶିଶୁ ଦିବସ ପାଳିତ

masiha

Leave a Comment

error: Content is protected !!