ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପି ଏମ ଜନମନ୍ ର ସମୀକ୍ଷା ବୈଠକ ଅନୁଷ୍ଠିତ

ପି ଏମ ଜନମନ୍ ର ସମୀକ୍ଷା ବୈଠକ ଅନୁଷ୍ଠିତ

ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଆଇ ଇ ସି କାର୍ଯ୍ୟକ୍ରମ ଉପରେ ଆଲୋଚନା

ସୁନ୍ଦରଗଡ଼, ୨୩/୦୫/୨୫: ଆଜି ସ୍ଥାନୀୟ ବିକାଶ ଭବନ ଠାରେ ପ୍ରଧାନମନ୍ତ୍ରୀ ଜନଜାତି ଆଦିବାସୀ ନ୍ୟାୟ ମହା ଅଭିଯାନ ବା ପି. ଏମ. ଜନମନ୍ ଯୋଜନାର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ଏହା ସହିତ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଜିଲ୍ଲାରେ ସୂଚନା ଶିକ୍ଷା ଯୋଗାଯୋଗ (ଆଇ. ଇ. ସି . ) କାର୍ଯ୍ୟକ୍ରମ କରାଯିବା ଉପରେ ଆଲୋଚନା କରାଯାଇଥିଲା।

 ଜିଲ୍ଲାପାଳ ଶ୍ରୀ ମନୋଜ ମହାଜନଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୈଠକରେ ଲହୁଣୀପଡ଼ା ବ୍ଲକରେ କାର୍ଯ୍ୟକାରୀ ହୋଇଥିବା ପି ଏମ ଜନମନ ଉପରେ ସମୀକ୍ଷା କରାଯାଇଥିଲା। ପି ଏମ ଜନମନ୍ ପାଉଡ଼ି ଭୂୟାଁ ଜନଜାତି ବାସ କରୁଥିବା ଲହୁଣୀପଡ଼ା ବ୍ଲକର ୯ ଗୋଟି ଗ୍ରାମପଞ୍ଚାୟତ ଅନ୍ତର୍ଗତ ୫୨ ଗୋଟି ଗ୍ରାମରେ କାର୍ଯ୍ୟକାରୀ ହୋଇଛି। ପି ଏମ ଜନମନ୍ ଅନ୍ତର୍ଗତ ଏହି ଗ୍ରାମ ଗୁଡିକରେ ବିଶେଷ ଭାବେ ବିଭିନ୍ନ ଯୋଜନା/ପ୍ରକଳ୍ପ ଆଦି କାର୍ଯ୍ୟକାରି ହୋଇଅଛି। ସେହି କାର୍ଯ୍ୟ/ପ୍ରକଳ୍ପ ଗୁଡ଼ିକର ଅଗ୍ରଗତି ସମ୍ପର୍କରେ ଏହି ବୈଠକ ରେ ସମୀକ୍ଷା କରାଯାଇଥିଲା। ସେହି ପ୍ରକଳ୍ପ ଗୁଡ଼ିକ ମଧ୍ୟରେ ଗ୍ରାମ୍ୟ ଗୃହ ନିର୍ମାଣ,ରାସ୍ତା ସଂଯୋଗିକରଣ, ପାନୀୟ ଜଳ ଯୋଗାଣ, ମୋବାଇଲ୍ ମେଡିକାଲ ଚିକିତ୍ସା ସେବା, ହଷ୍ଟେଲ ନିର୍ମାଣ, ମୋବାଇଲ ଟାୱାର ସେବା, ବିଦ୍ୟୁତିକରଣ, ଅଙ୍ଗନୱାଡ଼ି କେନ୍ଦ୍ର ଇତ୍ୟାଦି ରହିଛି। ସେହିଭଳି ହିତାଧିକାରୀ ମାନଙ୍କୁ ଜଙ୍ଗଲ ଜମି ଅଧିକାରୀ ପ୍ରଦାନ, ସେମାନଙ୍କୁ ବିଭିନ୍ନ କାର୍ଯ୍ୟକ୍ରମ ଅନ୍ତର୍ଗତ ଜୀବିକା ପ୍ରଦାନ , ଯେପରିକି କୃଷି , ଉଦ୍ୟାନ କୃଷି, ମତ୍ସ୍ୟ ଆଦି । ସେହିଭଳି କୌଶଳ ବିକାଶ ମାଧ୍ୟମରେ ସେମାନଙ୍କୁ ଅଧିକ ରୁ ଅଧିକ ଉପାର୍ଜନକ୍ଷମ କରାଇବା ଉପରେ ଗୁରୁତ୍ଵାରୋପ କରାଯାଇଥିଲା। ଜିଲ୍ଲାପାଳ ଶ୍ରୀ ମହାଜନ ଏହି ନିର୍ମାଣ କାର୍ଯ୍ୟ ଗୁଡ଼ିକ ତ୍ୱରାନ୍ୱିତ କରିବା ପାଇଁ ବିଭାଗୀୟ ଅଧିକାରୀ ମାନଙ୍କୁ କହିଥିଲେ ଏବଂ ସମୟ ସୀମା ମଧ୍ୟରେ ସଂପୂର୍ଣ୍ଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥି ନିମନ୍ତେ ବିଭାଗୀୟ ଅଧିକାରୀ ମାନେ ସମୟେ ସମୟେ ସମୀକ୍ଷା କରିବାକୁ କହିଥିଲେ ଏବଂ ସବୁ କାର୍ଯ୍ୟର ଶତ ପ୍ରତିଶତ ପରିପୂର୍ଣ୍ଣତା ଉପରେ ଗୁରୁତ୍ଵାରୋପ କରିଥିଲେ। ସେହିଭଳି ହିତାଧିକାରୀ ମାନଙ୍କୁ ଦୀର୍ଘ ସ୍ଥାୟୀ ଜୀବିକା ଯୋଗାଇବା ଉପରେ ଗୁରୁତ୍ଵାରୋପ କରିଥିଲେ। 

 ଏହା ସହିତ ବୈଠକ ରେ ଧରତୀ ଆବା ଜନଜାତୀୟ ଗ୍ରାମ ଉତ୍କର୍ଷ ଅଭିଯାନ ଅନ୍ତର୍ଗତ ଜିଲ୍ଲା ରେ ସୂଚନା ଶିକ୍ଷା ଯୋଗାଯୋଗ କାର୍ଯ୍ୟକ୍ରମ କରାଯିବା ଉପରେ ଆଲୋଚନା କରାଯାଇଥିଲା। ପ୍ରକାଶ ଥାଉ କି ଯେଉଁ ଗ୍ରାମ ରେ ୫୦ ପ୍ରତିଶତ ଆଦିବାସୀ ଜନସଂଖ୍ୟା ରହିଥିବ ସେହି ଗ୍ରାମ ମାନଙ୍କ ରେ ଏହି କାର୍ଯ୍ୟକ୍ରମ କାର୍ଯ୍ୟକାରୀ ହେବ। ଜିଲ୍ଲା ର ୧୭ ଗୋଟି ବ୍ଲକ ର ୮୧୨ ଗୋଟି ଗ୍ରାମ ରେ ଆସନ୍ତା ଜୁନ ୧୫ ତାରିଖ ରୁ ୩୦ ତାରିଖ ପର୍ଯ୍ୟନ୍ତ ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ ଉପରେ ସୂଚନା ଶିକ୍ଷା ଯୋଗାଯୋଗ କାର୍ଯ୍ୟକ୍ରମ କରାଯିବ।

    ଏହି ବୈଠକ ରେ ଏହି ଧରତୀ ଆବା ଜନଜାତିୟ ଗ୍ରାମ ଉତ୍କର୍ଷ ଅଭିଯାନ କାର୍ଯ୍ୟକ୍ରମ ଅନ୍ତର୍ଗତ କେନ୍ଦ୍ରୀୟ ସ୍ତର ର ୧୭ ଗୋଟି ମନ୍ତ୍ରଣାଳୟ ଏବଂ ରାଜ୍ୟ ସ୍ତରର ୧୩ ଗୋଟି ବିଭାଗ ଦ୍ଵାରା ୨୫ ଗୋଟି ସେବା ପ୍ରଦାନ କରାଯିବା ଉପରେ ଆଲୋଚନା କରାଯାଇଥିଲା । ଜନଜାତିଙ୍କ ସାମଗ୍ରିକ ବିକାଶ ନିମନ୍ତେ ବିଶେଷ ଦୃଷ୍ଟି ଦିଆଯିବା ସହିତ ଭିତ୍ତିଭୂମି, ସ୍ବାସ୍ଥ୍ୟ, ଶିକ୍ଷା , ଜୀବିକା ଉପରେ ପରିପୂର୍ଣ୍ଣତା ଆଣିବା ଉପରେ ବୈଠକ ରେ ଆଲୋଚନା କରାଯାଇଥିଲା। ଏହି ସୂଚନା ସେବା ଯୋଗାଯୋଗ କାର୍ଯ୍ୟକ୍ରମ ରେ ୧୭ ଗୋଟି ସାମିଲ ହେବେ ଏବଂ ବିଭିନ୍ନ ପ୍ରକାର ସେବା ହିତାଧିକାରୀ ମାନଙ୍କୁ ଯୋଗାଇ ଦିଆଯିବ , ଯେପରିକି ଆଧାର କାର୍ଡ, ରାସନ୍ କାର୍ଡ, ଆୟୁଷ୍ମାନ ଭାରତ କାର୍ଡ, ପି ଏମ କିଶାନ, ଜାତି ପ୍ରମାଣପତ୍ର, ବୃଦ୍ଧା ଭତ୍ତା, ବିଧବା ଭତ୍ତା, ଦିବ୍ୟାଙ୍ଗ ଭତ୍ତା, ମୁଦ୍ରା ଲୋନ ଇତ୍ୟାଦି। 

  ଏହି ବୈଠକରେ ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ଶ୍ରୀ ଶୁରଞ୍ଜନ ସାହୁ, ଡି ଏମ ଏଫ୍ ର କାର୍ଯ୍ୟ ନିର୍ବାହୀ ଅଧିକାରୀ ଶ୍ରୀମତୀ ସୁଷମା ବିଲୁଙ୍ଗ, ବଣାଇ ଉପ ଜିଲ୍ଲାପାଳ ଶ୍ରୀ ଅକ୍ଷୟ ପିଲ୍ଲେ, ସୁନ୍ଦରଗଡ଼ ସମନ୍ଵିତ ଆଦିବାସୀ ଉନ୍ନୟନ ସଂସ୍ଥା ର ପ୍ରକଳ୍ପ ପ୍ରଶାସକ ଶ୍ରୀ ଧୀରେନ୍ଦ୍ର ସେଠୀ, ପାନପୋଷ ର ପ୍ରକଳ୍ପ ପ୍ରଶାସକ ଶ୍ରୀମତୀ ବିକ୍ର।ନି କିସ୍ପଟ୍ଟା, ବଣାଇ ର ପ୍ରକଳ୍ପ ପ୍ରଶାସକ ଶ୍ରୀ ସ୍ଵଦିପ ଟପୋ, ଜିଲ୍ଲା ଶିକ୍ଷା ଅଧିକାରୀ ଶ୍ରୀ ଅମୂଲ୍ୟ ପଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ଭାଗିରଥି ପଟେଲ, ସମସ୍ତ ବିଭାଗୀୟ ଅଧିକାରୀ ଏବଂ ଲହୁଣୀପଡ଼ା ବ୍ଲକ ଗୋଷ୍ଠି ଉନ୍ନୟନ ଅଧିକାରୀ ଏବଂ ବ୍ଲକ ର ବିଭିନ୍ନ ଅଧିକାରୀମାନେ ଯୋଗ ଦେଇଥିଲେ।

କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବନ୍ଧୁଗାଁ ବ୍ଲକରେ ରେକର୍ଡ ସଂଖ୍ୟକ ୩୨୯ ଜଣ ଭିନ୍ନକ୍ଷମ ବ୍ୟକ୍ତିଙ୍କ ଉପସ୍ଥିତିରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

masiha

The only one Jobra Anicut Bridge belonging to the people of 42 Mouza and Cuttack city will be destroyed! Claim for immediate construction of two bridges and repair of old bridge.

masiha

ଚଚରାଗୁଡାରେ ଶିଶୁ ମହୋତ୍ସବ “ସୁରଭି” କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!