ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାଦବ ମହାସଭା ପକ୍ଷରୁ ସେବାକାର୍ଯ୍ଯ 

ଯାଦବ ମହାସଭା ପକ୍ଷରୁ ସେବାକାର୍ଯ୍ଯ 

କଟକ : ବୟାଳିଶ ମୌଜା ଯାଦବ ମହାସଭାର ପ୍ରତିଷ୍ଠାତା ତଥା ଉତ୍କଳ ଯାଦବ ମହାସଭାର କାର୍ଯ୍ୟକାରୀ ସଭାପତି ସୁବାସ ଚନ୍ଦ୍ର ବେହେରାଙ୍କ ନିର୍ଦ୍ଦେଶ କ୍ରମେ ୪୨ ମୌଜା ଯାଦବ ମହାସଭା ପକ୍ଷରୁ ଝାରକଟା ନିବାସୀ ଶିବ ବେହେରାଙ୍କ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ କରାଯାଇଛି । ଶିବଙ୍କର ଏକ ଦୁର୍ଘଟଣା ହେତୁ ଡାକ୍ତରଙ୍କ ପରାମର୍ଶ କ୍ରମେ ମେଡ଼ିକାଲରେ ଡାହାଣ ଗୋଡ ଆଣ୍ଠୁ ତଳକୁ କଟା ଯାଇଛି । ସେ ଥିଲେ ପରିବାରର ଏକ ମାତ୍ର ରୋଜଗାରକ୍ଷମ ବ୍ୟକ୍ତି । ଘରେ ତାଙ୍କ ଉପରେ ନିର୍ଭରଶୀଳ ବୃଦ୍ଧା ମାତା, ସହଧର୍ମିଣୀ ଓ ତିନି ନାବାଳିକା କନ୍ୟା । ସେ ଅତି ଗରିବ ପରିବାର । ୪୨ମୌଜା ଯାଦବ ମହାସଭା ପକ୍ଷରୁ ଶିବଙ୍କ ପରିବାରକୁ ଦଶ ହଜାର ଟଙ୍କା ଆର୍ଥିକ ସହାୟତା ତାଙ୍କ ସହଧର୍ମିଣୀଙ୍କ ହସ୍ତରେ ପ୍ରଦାନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୪୨ ମୌଜା ଯାଦବ ମହାସଭା ସଭାପତି ବରିଷ୍ଠ ସାମ୍ୱାଦିକ ବୁଲେଇ ବେହେରା,ସମ୍ପାଦକ ପ୍ରସନ୍ନ କୁମାର ବେହେରା,ଟୁଟନ୍ ବେହେରା, ଆଶିଷ ବେହେରା, କଦମପଡ଼ା (ଖରିପଡ଼ିଆ) ଅଧିକାରୀ ପ୍ରଶାନ୍ତ ପଲେଇ,ନବୀନ ପଲେଇ ଓ ସ୍ଵପ୍ନେଶ୍ୱର ବେହେରା ପ୍ରମୁଖ ଉପସ୍ଥିତ ଥିଲେ । ରାଜ୍ୟ ସରକାରଙ୍କ ପକ୍ଷରୁ ଏହି ଅସହାୟ ପରିବାରକୁ ସହାୟତା ପ୍ରଦାନ କରିବାକୁ ଯାଦବ ମହାସଭା ପକ୍ଷରୁ ଅନୁରୋଧ କରାଯାଇଛି । 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ମା’ ଅମ୍ବିକା ବିଶ୍ବକଲ୍ଯାଣ ସାହିତ୍ୟ ସଂସଦର ୩୨ତମ ସାମ୍ବତ୍ସରିକ ସାରସ୍ୱତ ସମାରୋହ ଅନୁଷ୍ଠିତ

masiha

ବେଦାନ୍ତ ଲିମିଟେଡ ପକ୍ଷରୁ ଦ୍ଵିତୀୟ ପର୍ଯ୍ୟାୟ ମୋତିଆବିନ୍ଦୁ ଚିକିତ୍ସା ଶିବିର 

masiha

୩ଦଫା ଦାବି ନେଇ ବିଇଓ ଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

Leave a Comment

error: Content is protected !!