ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ରାଉରକେଲା ବିକାଶ ମଞ୍ଚ ତରଫରୁ ବିମାନବନ୍ଦର ଅଧିକାରୀଙ୍କୁ ଦାବି ପତ୍ର ପ୍ରଦାନ

ରାଉରକେଲା/ ଭାରତୀୟ ଏୟାରପୋର୍ଟ ଅଥରିଟିର ଆଞ୍ଚଳିକ ନିର୍ଦ୍ଦେଶକ ମନୋଜ କୁମାର ଗଙ୍ଗଲ ଓ ତାଙ୍କ ସହ ଟେକ୍ନିକାଲ ଟିମ ରାଉରକେଲା ଏୟାରପୋର୍ଟ ଅଂଚଳରେ ଭିତ୍ତିଭୂମିର ତଦାରଖ ପାଇଁ ଆସିଥିବା ଅବସରରେ ରାଉରକେଲା ବିକାଶ ମଞ୍ଚର ଉପଦେଷ୍ଟା ଅଭୟ କୁମାର ଦାସଙ୍କ ନେତୃତ୍ୱରେ, ଆବାହକ ଡ଼କ୍ଟର ସୁମନ ଦତ୍ତ, ଆଇଟି ସେଲର ମୁଖ୍ୟ ସୁପ୍ରତୀକ ମିଶ୍ର ଏକ ଦାବିପତ୍ର ପ୍ରଦାନ କରିଥିଲେ l ରାଉରକେଲା ଓ ସୁନ୍ଦରଗଡ଼ ଜିଲାରେ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ବୈଷୟିକ ଶିକ୍ଷାନୁଷ୍ଠାନ, ସ୍କୁଲ, ରାଉରକେଲା ଇସ୍ପାତ କାରଖାନା ସହ ବହୁ ଉନ୍ନତ ମାନର କଳକାରଖାନା ଯେଉଁ ମାନେ ପ୍ରସ୍ତୁତ ଦ୍ରବ୍ୟକୁ ବିଦେଶକୁ ରପ୍ତାନି କରିଥାନ୍ତି, ହସ୍ପିଟାଲ ଆଦି ରହିବା ସହ ଏ ଅଂଚଳର ଲକ୍ଷାଧିକ ବ୍ୟକ୍ତି ପ୍ରାୟତଃ ଓଡିଶା ବାହାରେ ରହି ଜୀବିକା ନିର୍ବାହ କରନ୍ତି ,ସେମାନଙ୍କୁ ଏଠାରୁ ରେଳ ଯୋଗେ ଯିବା ଆସିବାର ବିଶେଷ ସୁବିଧା ନ ଥିବାରୁ ରାଉରକେଲା ଠାରେ ଥିବା ଏୟାରପୋର୍ଟର ଉନ୍ନତିକରଣ କରାଯାଇ ଏହାକୁ ୪ସି ଲାଇସେନ୍ସ ଯୁକ୍ତ ବିମାନ ବନ୍ଦରରେ ପରିଣତ କରାଯିବା ପାଇଁ ଦୃଢ ଦାବି କରାଯାଇଛି l ସେଠାରେ ଉପସ୍ଥିତ ଥିବା ରାଉରକେଲାର ଅତିରିକ୍ତ ଜିଲ୍ଲାପାଳ ଡ଼କ୍ଟର ଶୁଭଙ୍କର ମହାପାତ୍ର, ଇସ୍ପାତ କାରଖାନାର ନିର୍ବାହୀ ନିର୍ଦେଶକ ପ୍ରମୋଦ କୁମାର ଶତପଥୀ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ଅନ୍ୟ ବରିଷ୍ଠ ଅଧିକାରୀ ମାନେ ଏହାକୁ ସମର୍ଥନ କରିବା ସହ ଏ ଦିଗରେ ଜରୁରୀ ପଦକ୍ଷେପ ନେବାକୁ ବିକାଶ ମଞ୍ଚ ଦାବି କରିଥିଲା l ଶ୍ରୀ ଗଙ୍ଗଲ ଏ ବିଷୟରେ ଟେକ୍ନିକାଲ ଟିମ ସହ ବିଚାର ବିମର୍ଶ କରି ଅତି ଶୀଘ୍ର ପଦକ୍ଷେପ ନେବେ ବୋଲି ପ୍ରତିଶୃତି ଦେଇଥିଲେ l ପ୍ରକାଶ ଥାଉକି ଇସ୍ପାତ କାରଖାନା, ଏୟାରପୋର୍ଟ ଅଥରିଟି ଓ ରାଜ୍ୟ ସରକାରଙ୍କ ମଧ୍ୟରେ ଜମି ଅଧିଗ୍ରହଣ ଓ ଉନ୍ନତିକରଣ ପାଇଁ ଏକ ତ୍ରିପାକ୍ଷିକ ରାଜିନାମା ପାଇଁ ଆଲୋଚନା ହେଉଛି l

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

ଭତରା ସମାଜ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ଚୟନ

Sunil Chandra Nayak

ବୀଣାପାଣି କନ୍ଦପାନ ଭଇଁରିଗୁଡା ପଞ୍ଚାୟତ ସରପଞ୍ଚ ନିର୍ବାଚିତ

Sunil Chandra Nayak

ଗୋଲାମୁଣ୍ଡା ପଞ୍ଚାୟତ ସମିତି ର ପ୍ରଥମ ବୈଠକ ଅନୁଷ୍ଠିତ

Leave a Comment

error: Content is protected !!