ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

ଜୁନାଗଡ଼ ରେ ରେଳ ବିକାଶ ନେଇ ରେଳଯାତ୍ରୀ ସଂଘର ଆଲୋଚନା

ଜୁନାଗଡ଼,୨/୬(ମନୀସ)ଜୁନାଗଡ଼ ଅଂଚଳରେ ରେଳ ବିକାଶ ନେଇ ରେଳ ଯାତ୍ରୀସଙ୍ଘର ଏକ ଆଲୋଚନା ଅନୁଷ୍ଠିତ ହୋଇଥିଲା।ଏହି ବୈଠକ ରେ ଜୁନାଗଡ଼ ରେଳ ଯାତ୍ରୀ ସଂଘ ର ସଭାପତି ସୁଧାଂଶୁ ଶେଖର ବରାଡ଼ ଙ୍କ ସଭାପତି ତ୍ୱ ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ଜିଲ୍ଲା ସଭାପତି ଭବାନୀ ଶଙ୍କର ନିଆଲ ଉପସ୍ଥିତ ହୋଇ ଜୁନାଗଡ଼ ଅଂଚଳ ରେ ରେଳ ବିକାଶ କୁ ନେଇ ଆଲୋକପାତ କରିଥିଲେ l ଜୁନାଗଡ଼ ସଂଘ ର ସମ୍ପାଦକ ସନ୍ତୋଷ କୁମାର ସିଂ ଦେଓ ଜୁନାଗଡ଼ ଷ୍ଟେସନ ର ଉନ୍ନତି କରଣ ଓ ବିଭିନ୍ନ ଟ୍ରେନ ଚଳାଚଳ ପାଇଁ ଦାବୀ ନେଇ ସରକାର ଙ୍କ ଦୃଷ୍ଟି ଆକର୍ଷଣ କରାଯିବl ନେଇ ସୂଚନା ପ୍ରଦାନ କରିଥିଲେ l ଏଥିରେ ଜୁନାଗଡ଼ ଅଂଚଳ ର ରେଳ ବିକାଶ ନେଇ ଜୁନାଗଡ଼ ଷ୍ଟେସନ କୁ ଅମୃତ ଭାରତ ଯୋଜନା ରେ ସାମିଲ, ଇସ୍ପାତ ଏକ୍ସପ୍ରେସ କୁ ଜୁନାଗଡ଼ ପର୍ଯ୍ୟନ୍ତ ସମ୍ପ୍ରସାରଣ, ବିଜୟିବାଡା -ରାୟଗଡା ଟ୍ରେନ କୁ ଜୁନାଗଡ଼ ପର୍ଯ୍ୟନ୍ତ ପ୍ରସାରଣ,ଜୁନାଗଡ଼ ରୁ ରୟପୁର ଏବଂ ସମ୍ବଲପୁର କୁ ଏକ୍ସପ୍ରେସ ଟ୍ରେନ, ୨ନମ୍ବର ପ୍ଲାଟଫର୍ମ ଏବଂ ଏହାର ସେଡ ବ୍ୟବସ୍ଥା, ହୀରାଖଣ୍ଡ ରେ ପେଣ୍ଟ୍ରିକାର ବ୍ୟବସ୍ଥା ପ୍ରଭୃତି ଦାବୀ ଗୁଡିକ ଉପସ୍ଥିତ କର୍ମକର୍ତା ମାନେ ଉପସ୍ଥାପନା କରିଥିଲେ l ଏହି କାର୍ଯ୍ୟକ୍ରମ ରେ ପୂର୍ବତନ ବ୍ଲକ ଚେୟାରମ୍ୟାନ ରଶ୍ମି ରଞ୍ଜନ ନାୟକ, ଜିଲ୍ଲା ଉପସଭାପତି ରାକେଶ କୁମାର ସାହୁ, ପ୍ରଭାତ ଦାସ, ଅମିତ ଅଗ୍ରୱାଲ, କୁଵଲେ ପାଣିଗ୍ରାହୀ, ନୀଳକଣ୍ଠ ରାଉତ, ଚମ୍ପକ ଅଗ୍ରୱାଲ, ରବିଶଙ୍କର ସୁନାନୀ ପ୍ରମୁଖ ଉପସ୍ଥିତ ରହିଥିବା ବେଳେ ବରିଷ୍ଠ ସଦସ୍ୟ ନରେନ୍ଦ୍ର କ୍ଷିତି ଧନ୍ୟବାଦ ଦେଇଥିଲେ l 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ବିଦ୍ୟୁତ ଆଘାତ ଲାଗି ଜଣେ ମୃତ

Sunil Chandra Nayak

ଯାଜପୁର ଡାଇରିଆ ପ୍ରବଣ ଅଞ୍ଚଳରେ କେନ୍ଦ୍ରୀୟ ଟିମ ର ଅନୁଧ୍ୟାନ ଓ ସମୀକ୍ଷା

masiha

ଢେଙ୍କାନାଳ ବିଜେଡି ବିଧାୟକ ଙ୍କ ଦ୍ୱାରା ମିଳିତ ସାମ୍ବାଦିକ ସଙ୍ଘ କୁ କରଡlବଣି ମହୋତ୍ସବ ରେ ସମ୍ମାନ 

masiha

Leave a Comment

error: Content is protected !!