ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକଙ୍କ ହୃଦ୍ ଘାତ ରେ ମୃତ୍ୟୁ:ଅନ୍ତିମ ଯାତ୍ରା ରେ ଲୋକାରଣ୍ୟ ତଥା ଗ୍ରାମରେ ଶୋକାକୁଳ ପରିବେଶ

ଶିକ୍ଷକଙ୍କ ହୃଦ୍ ଘାତ ରେ ମୃତ୍ୟୁ:ଅନ୍ତିମ ଯାତ୍ରା ରେ ଲୋକାରଣ୍ୟ ତଥା ଗ୍ରାମରେ ଶୋକାକୁଳ ପରିବେଶ

ତେନ୍ତୁଳିଖୁଣ୍ଟି ୦୩/୦୬/୨୫ — ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଖାତିଗୁଡ଼ା ନିବାସୀ କୃଷ୍ଣ ଚନ୍ଦ୍ର ରଥ ଙ୍କ ହୃଦ୍ ଘାତ ରେ ଆଜି ରାତ୍ର ଦୁଇ ରେ ପରଲୋକ ହୋଇଛି। ସେ ସହକାରୀ ଶିକ୍ଷକ( ଏକ୍ସ କ୍ୟାଡ଼ର) ଭାବେ କାର୍ଯ୍ୟରତ ଥିଲେ। ତାଙ୍କ ମୃତ୍ୟୁ ରେ ଖାତିଗୁଡ଼ା ଗ୍ରାମ ରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଯାଇଛି, ସବୁଘରେ କ୍ରନ୍ଦନ ର ସ୍ଵର ଶୁଣିବାକୁ ମିଳିଥିଲା। ଗ୍ରାମ ରେ କୁନି ଭାଇନା ଭାବେ ସଭିଙ୍କ ନିଜର ଥିଲେ । ଅନ୍ତିମ ଯାତ୍ରା ଲୋକାରଣ୍ୟ ହୋଇଯାଇଥିଲା। ଜଣେ ଶିକ୍ଷକ ସହ ଜଣେ କର୍ମକାଣ୍ଡ ପୁରୋହିତ ଥିଲେ। ଆଜି ଯେଉଁ ପରିବେଶ ସୃଷ୍ଟି ହୋଇଥିଲା ଯେ ଅକୁଣ୍ଠ ଭଲ ପାଇବା କିଭଳି ମିଳେ ଜାଣିବାକୁ ମିଳିଥିଲା। ଶୋକ ସନ୍ତତ୍ପ ପରିବାର ରେ ସ୍ତ୍ରୀ ,ଝିଅ ଯୋଇଁ ନାତି ଓ ପୁଅ ଅଛନ୍ତି। ଆଜି ପ୍ରାଥମିକ ଶିକ୍ଷକ ସଂଘ ସଭାପତି କ୍ଷେତ୍ର ମୋହନ ବିଶୋଇ,ସମ୍ପାଦକ ପ୍ରଦୀପ ସୁନା ଏ ବି ଇ ଓ ମୋହନ ମଧୁସୂଦନ ବାଗ, ex କ୍ୟାଡ଼ର ସଂଘ ରାଜ୍ୟ ସମ୍ପାଦକ ହାନେସ ପାତ୍ର ବାଘ, ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ସଦାଶିବ ଜାନୀ, ସମିତି ସଭ୍ୟ ସୁଧୀର ଖୁରା ,ବ୍ଲକ ବ୍ରାହ୍ମଣ ସମାଜ ସଙ୍ଗଠନ ସମ୍ପାଦକ ସମେତ ସମାଜ ର ସବୁ ବର୍ଗ ର ଲୋକେ ଶୋକ ସନ୍ତପ୍ତ ପରିବାର କୁ ସମବେଦନା ଜଣାଇ ଛନ୍ତି। ପୁରୋହିତ ତପନ ତ୍ରିପାଠୀ ଙ୍କ ମନ୍ତ୍ରୋଚ୍ଚାରଣ ରେ ଅନ୍ତିମ ଯାତ୍ରା କାର୍ଯ୍ୟକ୍ରମ କରାଯାଇଥିବା ବେଳେ ପୁଅ ଅରୁଣ କୁମାର ରଥ ମୁଖାଗ୍ନି ଦେଇଥିଲେ। 

ଗୋବର୍ଦ୍ଧନ ସାହୁ , ତେନ୍ତୁଳିଖୁଣ୍ଟି

Related posts

ଛାତ୍ର-ଶିକ୍ଷକ ବିରୋଧୀ ଅଗଣତାନ୍ତ୍ରିକ ଆଦର୍ଶ ଆଚରଣ ସଂହିତା ଲାଗୁ କରିବା ବିରୁଦ୍ଧରେ ଛାତ୍ର ବିକ୍ଷୋଭ 

Sunil Chandra Nayak

ବୈକୁଣ୍ଠ ଘାଟରେ ସଫେଇ କାର୍ଯ୍ୟକ୍ରମ

Sunil Chandra Nayak

ସରକାରୀ ଯୋଜନାକୁ ଅସହଯୋଗ ନିମନ୍ତେ ବିଡିଓଙ୍କୁ ଦାବିପତ୍ର

masiha

Leave a Comment

error: Content is protected !!