ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

ଆନ୍ତଃ ବିଦ୍ୟାଳୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଆରମ୍ଭ 

ନବରଙ୍ଗପୁର:(୪|୬)(ରବି ନାରାୟଣ ମହାନ୍ତି)ଜିଲ୍ଲା କ୍ରିକେଟ ସଂଘ ଆନୁକୂଲ୍ୟରେ ସ୍ଥାନୀୟ ଷ୍ଟାଡିୟମ ପରିସରରେ ଆନ୍ତଃ ଜିଲ୍ଲା ବିଦ୍ୟାଳୟ କ୍ରିକେଟ ପ୍ରତିଯୋଗିତା ନିମନ୍ତେ ଜୁନ ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହେବ ବୋଲି ଜିଲ୍ଲା କ୍ରିକେଟ ସଂଘର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ ସୂଚନା ଦେଇଛନ୍ତି। ଏହି ଟୁର୍ଣ୍ଣାମେଣ୍ଟ ୨୦୩୦ କୁ ଆଖି ଆଗରେ ରଖି ଲୁକ୍କାୟିତ ପ୍ରତିଭାର ଅନ୍ୱେଷଣ କରିବା ଲକ୍ଷ୍ୟରେ ଓଡ଼ିଶା କ୍ରିକେଟ ସଂଘ ପକ୍ଷରୁ ଏହି କାର୍ଯ୍ୟକ୍ରମ କରାଯାଉଛି ବୋଲି ସଂଘର ସହ ସମ୍ପାଦକ ଏମ. ବାଲା କୃଷ୍ଣ ରାଓ କହିଛନ୍ତି । ଟୁର୍ଣ୍ଣାମେଣ୍ଟ ସୁଚାରୁ ରୁପେ ପରିଚାଳନା ନିମନ୍ତେ ସଂଘର ବରିଷ୍ଟ ସଦସ୍ୟ ଶଶାଙ୍କ ଶେଖର ବେହେରା, ଜିଲ୍ଲା କ୍ରିକେଟ କୋଚ୍ ଜି. ଚନ୍ଦ୍ରଶେଖର, କୁରେଟର ଦୁର୍ଯ୍ୟ ହରିଜନ ଏବଂ ସୁବ୍ରତ ଗଣ୍ଡ କୁ ଦାଇତ୍ୱ ଦିଆଯାଇଛି ବୋଲି ସଂଘର ମିଡ଼ିଆ ସଂଯୋଜକ ମନୋଜ କୁମାର ପଟ୍ଟନାୟକ ସୂଚନା ଦେଇଛନ୍ତି। ସୂଚନା ଯୋଗ୍ୟ ଯେ ଏଥି ପୂର୍ବରୁ ଏହି ସମ୍ପର୍କିତ ଏକ ଚିଠି ଜିଲ୍ଲା କ୍ରିକେଟ ସଂଘ ର ସମ୍ପାଦକ ପ୍ରହଲ୍ଲାଦ ତ୍ରିପାଠୀ, ଉଭୟ ଜିଲ୍ଲା ଶିକ୍ଷାଧିକାରୀ, ଜିଲ୍ଲା ମଙ୍ଗଳ ଅଧିକାରୀ ଏବଂ ଜିଲ୍ଲାର ସରକାରୀ ଏବଂ ବେସରକରୀ ର ସମସ୍ତ ପ୍ରଧାନ ଶିକ୍ଷକ ଙ୍କୁ ଚିଠି କରିଥିଲେ ଏବଂ ସଂପୃକ୍ତ ଅଧିକାରୀ ମାନେ ଅନୁଷ୍ଠାନ ର ମୁଖ୍ୟ ମାନଙ୍କ ଜରିଆରେ ନବରଙ୍ଗପୁର ଜିଲ୍ଲା କ୍ରିକେଟ ସଂଘ ଅଧୀନରେ ଖେଳାଳି ମାନଙ୍କୁ ପଞ୍ଜୀକୃତ କରିଥିଲେ। ସେହି ପଞ୍ଜୀକୃତ ଖେଳାଳିଙ୍କୁ ନେଇ ୟେଲୋ, ରେଡ, ଗ୍ରୀନ ଏବଂ ବ୍ଲୁ ନାମକ ଚାରୋଟି ଦଳ ରେ ଭାଗ କରାଯାଇଛି ଏବଂ ଫାଇନାଲ ୧୭ ତାରିଖ ଦିନ ହେବ ବୋଲି କ୍ରିକେଟ ସଂଘର ବରିଷ୍ଠ ସଦସ୍ୟ ଅଶୋକ ନାୟକ ଜଣାଇଛନ୍ତି।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

IDCA 6th One-Day National Zonal Cricket Championship for Deaf concludes with felicitation ceremony,North Zone declared as winner while West Zone bagged the runner-up position.

masiha

ଚଳିତ ମାସ ୨୭ ଓ ୨୮ ତାରିଖରେ ପଞ୍ଚମ କଳାହାଣ୍ଡି ଜିଲ୍ଲା ସ୍ତରୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା

masiha

ରାଇରଙ୍ଗପୁର ଯୁଵ ଵେଡମିଣ୍ଟନ ତାରକା ମନିଷ ପାଲ ପୋତିଲେ ମାଇଲ ଖୁଣ୍ଟ

Sunil Chandra Nayak

Leave a Comment

error: Content is protected !!