ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କେନ୍ଦ୍ରାପଡ଼ାରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ାରେ ତ୍ରିରଙ୍ଗା ଶୋଭାଯାତ୍ରା ରେ ସାମିଲ ହେଲେ ମାନ୍ୟବର ମୁଖ୍ୟମନ୍ତ୍ରୀ

କେନ୍ଦ୍ରାପଡ଼ା, ୦୯.୦୬.୨୦୨୫, ଓଡିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ଗସ୍ତ କରି ଅପେରସନ ସିନ୍ଦୁର ଅଧୀନରେ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି | ମାନ୍ୟବର ମୁଖ୍ୟମନ୍ତ୍ରୀ ଆଜି ପୂର୍ବାହ୍ନରେ ସ୍ଥାନୀୟ ସ୍ୱୟଂଶାସିତ ମହାବିଦ୍ୟାଳୟଠାରେ ହେଲିକପ୍ଟର ଯୋଗେ ଅବତାରଣ ପରର ବଡଦାଣ୍ଡକୁ ସଡ଼କ ମାର୍ଗରେ ଗସ୍ତ କରି ମାଉସୀମା ମନ୍ଦିର ଠାରୁ ବଳଦେବଜିଉ ମନ୍ଦିର ପର୍ଯ୍ୟନ୍ତ ଆୟୋଜିତ ତ୍ରିରଙ୍ଗା ଶୋଭାଯାତ୍ରା ସାମିଲ ହୋଇଥିଲେ | ଏହି ଶୋଭାଯାତ୍ରାରେ ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, ବିଜେପି ଜିଲ୍ଲା ସଭାପତି ଶଶାଙ୍କ ଶେଖର ସେଠୀ ସମେତ ଦଳିଅ କର୍ମୀ, aZ💐dz 5ugeh2 Xix and ପ୍ରଶାସନ ଅଧିକାରୀ, କର୍ମଚାରୀ, ସମେତ ବିଭିନ୍ନ ଵର୍ଗର ଜନସାଧାରଣ ସାମିଲ ହୋଇଥିଲେ | ରାଲିରେ ଦର୍ଶନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ବଳଦେବ ଜିଉଙ୍କୁ ଦର୍ଶନ କରିଥିଲେ | ଦର୍ଶନ ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ରାଜସ୍ବ ସେବା ରଥ5କୁ ପତାକା ଦେଖେଇ ଶୁଭାରମ୍ଭ କରିଥିଲେ | ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ଜିଲ୍ଲା ର ସ୍ବେଛାସେବୀ ସେବୀ ସଙ୍ଘଠନ ସିଭିଲ ଡିଫେନସ ର ସକ୍ରିୟ ସଭ୍ୟ ସମୀର କୁମାର ପ୍ରଧାନ, ଦେବାଶିଷ ମଲିକ, ଚନ୍ଦନ ବେହେରା,ସଭାପତି ଅର୍ଜୁନ ସ୍ୱାଇଁ,ଜେନେରାଲ ସେକ୍ରେଟାରୀ ବଂକିମି ମିତ୍ର, ସଭ୍ୟା ରୀନା ସ୍ୱାଇଁ, ଚମ୍ପା ମଣ୍ଡଳ, ଜ୍ୟୋତି ମଣ୍ଡଳ ଉପସ୍ଥିତ ରହି ଭିଡ଼ ନିଅନ୍ତ୍ରଣ, ପାଣି ସ୍ପ୍ରେ, ଜଳ ବଣ୍ଟନ, କରିଥିଲେ!ଏହି କାର୍ଯ୍ୟକ୍ରମ ରେ କେନ୍ଦ୍ରାପଡ଼ା ଜିଲ୍ଲା ର 9 ବ୍ଲକ ର କମୁନିଟି କ୍ୟାଡ଼ର ଓ ବିପି ଏମ ବିଏ ଲସି ମାନେ ଉପସ୍ଥିତ ଥିଲେ!ପରେ ମାନ୍ୟବର ମୁଖ୍ୟମନ୍ତ୍ରୀ ସ୍ଥାନୀୟ ପ୍ରଦକ୍ଷଣ ଭଵନ (ସର୍କିଟ ହାଉସ ଠାରେ ) ପ୍ରଶାସନ ତରଫରୁ ଆୟୋଜିତ ଜିଲ୍ଲା ସ୍ତରୀୟ ସମୀକ୍ଷା ବୈଠକରେ ଯୋଗ ଦେଇଥିଲେ | ଏହି ସମୀକ୍ଷା ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଆଳି ବିଧାୟକ ପ୍ରତାପ କେଶରୀ ଦେବ, ମହାକାଳପଡ଼ା ବିଧାୟକ ଡ଼. ଦୁର୍ଗା ପ୍ରସନ୍ନ ନାୟକ, କେନ୍ଦ୍ରାପଡ଼ା ବିଧାୟକ ଗଣେଶ୍ୱର ବେହେରା, ରାଜନଗର ବିଧାୟକ ଧ୍ରୁବ ଚରଣ ସାହୁ, ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ର,ଜିଲ୍ଲା ବିଜେପି ସଭାପତି ଶସାଙ୍କ ଶେଖର ସେଠୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷ ସୁଶ୍ରୀ ଲିଳିତା ଦାସ, କେନ୍ଦ୍ରାପଡ଼ା ପୌର ପରିଷଦ ଅଧ୍ୟକ୍ଷ ସରିତା ସାହୁ,ଜିଲ୍ଲାପାଳ ସ୍ମୃତି ରଞ୍ଜନ ପ୍ରଧାନ, ଆରକ୍ଷୀ ଅଧିକ୍ଷକ ସିଦ୍ଧାର୍ଥ କୋଠରୀୟ, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ଅଜାମ୍ବର ମହାନ୍ତି, ଅତିରିକ୍ତ ଜିଲ୍ଲାପାଳ ରବୀନ୍ଦ୍ର କୁମାର ମଲ୍ଲିକ, ଉପଜିଲ୍ଲାପାଳ ଅରୁଣ କୁମାର ନାୟକଙ୍କ ସମେତ ସମସ୍ତ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଉପସ୍ଥିତ ଥିଲେ | ବୈଠକରେ ବିଭିନ୍ନ ବିଭାଗ ତରଫରୁ ପ୍ରସ୍ତୁତ କରାଯାଇଥିଲା ପ୍ରେଜେଣ୍ଟ ଷ୍ଟେସନ ମାଧ୍ୟମରେ ବିଭାଗ କାର୍ଯ୍ୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ବିଭାଗର ବିଭିନ୍ନ ଉନ୍ନତିମୂଳକ କାର୍ଯ୍ୟ ସମ୍ପର୍କରେ ଅବଗତ କରାଇବା ସହିତ ଭବିଷ୍ୟତ କାର୍ଯ୍ୟପନ୍ଥା ସମ୍ପର୍କରେ ସୂଚନା ଦେଇଥିଲେ | ବୈଠକରେ ସ୍ୱାସ୍ଥ୍ୟ, ପାନୀୟ ଜଳ, ରାସ୍ତା, ଜଳ ସେଚନ, ଆୟୁଷ୍ମାନ କାର୍ଡ, ସୁଭଦ୍ରା, ବନ ବିଭାଗ, ଜିଲ୍ଲାର ଆଇନ ଶୃଙ୍ଖଳା, ବିକଶିତ ଗାଁ ବିକାଶିତ ଓଡିଶା, ଭତ୍ତା, ଧାନ ସଂଗ୍ରହ, ଗ୍ରାମ୍ୟ ଉନ୍ନୟନ, ସାମାଜିକ ସୁରକ୍ଷା ଯୋଜନା ଇତ୍ୟାଦି ରହିଥିଲା | ଜିଲ୍ଲାକୁ ଏକ ନମ୍ବର କରିବା ହେଲେ ଆପଣ ମାନଙ୍କ କର୍ତ୍ତବ୍ୟ ନିଷ୍ଠା କାର୍ଯ୍ୟ ନିଶ୍ଚିତ ଭାବେ ସହାୟକ ହେବ | ଏବଂ ଜନସାଧାରଣଙ୍କୁ ଉତ୍ତମ ସେବା l ନିମନ୍ତେ ଅଧିକାରୀ ମାନେ ସର୍ବଦା ଚେଷ୍ଟିତ ହେବା ଉଚିତ ବୋଲି ମାନ୍ୟବର ମୁଖ୍ୟମନ୍ତ୍ରୀ କହିଛନ୍ତି |

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ

Related posts

Desalin Sethy clear OCS Exams.

Sunil Chandra Nayak

ପରିଗଣନା ଫର୍ମ ବାଣ୍ଟିଲେ ଉପଜିଲ୍ଲାପାଳ ‘ଏସ ଆଇଆର’ କୁ ନେଇ ବାଲିଗୁଡା ବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ବସ୍ତା ଭାର ସମ୍ଭାଳିଲେ ନୂତନ SDPO ଅରୁଣ କୁମାର ସାହୁ

masiha

Leave a Comment

error: Content is protected !!