ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର 

ଚଳନ୍ତା କାରରେ ଲାଗିଲା ନିଆଁ ଅଳ୍ପକେ ବାର୍ତିଲେ ଡ୍ରାଇଭର 

ଡାବୁଗାଁ, ୧୦/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଧୀନ ଡାବୁଗାଁ – ଉମରକୋଟ ରାଜ୍ୟ ରାଜପଥ -୩୯ ଉପରେ ଡାବୁଗାଁ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ମଙ୍ଗଳବାର ଏକ ଚଳନ୍ତା କାର ରେ ନିଆଁ ଲାଗିଯାଇଥିଲା । କାର ଚଲାଉଥିବା ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ । ସୁଚନା ଯୋଗ୍ୟ କଳାହାଣ୍ଡି ଜିଲା ଭବାନୀପାଟଣା ର ବଡପଡ଼ା ଗ୍ରାମର ବିନୋଦ ଙ୍କ ଜ୍ଵାଇଁ ଶିବ ସୁନା ବିନୋଦ ଙ୍କ କାର ନଂ ଓଡ଼ି ୦୮ଭି ୩୮୧୬ ଯୋଗେ କୌଣସି କାମରେ ରାଇଘର ଯାଇ ନବରଙ୍ଗପୁର ଫେରୁଥିବା ସମୟରେ ଡାବୁଗାଁ ସ୍ଥିତ ଆଦର୍ଶ ବିଦ୍ୟାଳୟ ସମ୍ମୁଖରେ ଏକ ଅଜଣା ଗାଡି କୁ ପଛପଟୁ ଧକ୍କା ଦେଇଥିଲେ, ଫଳରେ କାରରେ ନିଆଁ ଲାଗିଥିଲା । ନିଆଁ ଲାଗିବା ଦେଖି କାର ଚଳାଉଥିବା ଶିବ କାର ରୁ ବହାରି ଆସିଥିଲେ । ପରେ ଡାବୁଗାଁ ଦମକଳ ବାହିନୀ ପହଞ୍ଚି ନିଆଁ କୁ ଆୟତ କରିଥିଲେ । ଘଟଣା ସ୍ଥଳରେ ପୋଲିସ ଯାଇ ତଦନ୍ତ କରିଥିବା ଜଣା ପଡିଛି l ସନ୍ଧ୍ୟା ପର୍ଯ୍ୟନ୍ତ ଥାନାରେ କୌଣସି ଏତଲା ଦିଆଯାଇନାହିଁ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

33 ତମ ବାର୍ଷିକ ଉତ୍ସବ ରେ ଶାନ୍ତନୁଆଚାର୍ଯ୍ୟ ଙ୍କୁ ବାଲିଘର ସାହିତ୍ୟ ସମ୍ମାନ  

Sunil Chandra Nayak

ରାଜ୍ୟସଭା ସାଂସଦ ଯୋଗାଇଦେଲେ ପାଣ୍ଠି  ଗୋପାଳପୁରରେ ଜଳିଲା ହାଇମାଷ୍ଟ ଲାଇଟ

Sunil Chandra Nayak

ଆଦର୍ଶ ଶିକ୍ଷୟିତ୍ରୀଙ୍କ ଅବସର କାଳୀନ ବିଦାୟ ସଭା

Leave a Comment

error: Content is protected !!