ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲି ମାଫିଆ ବନ୍ଧା ହେବେ ଘୋଷଣା ପରେବି ବେଧଡକ ଚୋରା ବାଲି ଚାଲାଣ 

ବାଲି ମାଫିଆ ବନ୍ଧା ହେବେ ଘୋଷଣା ପରେବି ବେଧଡକ ଚୋରା ବାଲି ଚାଲାଣ 

ହାଇୱାରେ ବାଲି ପରିବହନ ପ୍ରଧାନମନ୍ତ୍ରୀ ଗ୍ରାମ ସଡକ ଭାଙ୍ଗୁଛି 
ନଦୀ ଗତିପଥ ବଦଳୁଛି ଓ ବିପଦ ସୃଷ୍ଟି କରୁଛି 
ଟ୍ରାକ୍ଟର ଓ ହାଇୱା ଗୁଳା ପାଇଁ ନଦୀ ବନ୍ଧ ଜରାଜୀର୍ଣ୍ଣ 

ଯାଜପୁର ୧୩ ଜୁନ ୨୦୨୫ ( ପ୍ରଦୀପ କୁମାର ମଲ୍ଲିକ ) ବାଲି ମାଫିଆ ସରକାରଙ୍କ ତଣ୍ଟିର କଣ୍ଟା ହୋଇଛି। ଅନ୍ୟ ପଟେ ବେଆଇନ୍ ବାଲି ଚାଲାଣ ଯୋଗୁଁ ସରକାର କୋଟି କୋଟି ଟଙ୍କାର ରାଜସ୍ବ ହରାଉଛନ୍ତି । ଅନ୍ୟପଟେ ବାଲି ହାଇୱା ଯୋଗୁଁ ଗ୍ରାମ୍ୟ ରାସ୍ତା ସମେତ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ରାସ୍ତା ଭାଙ୍ଗୁଛି। ସେହିପରି ନଦୀବନ୍ଧ ନଷ୍ଟ ହେଉଛି। ନଦୀର ଗତିପଥ ବଦଳିବା ସହ ନଦୀ ପ୍ରତି ବିପଦ ସୃଷ୍ଟି କରୁଛି। ଚୋରା ବାଲି ଚାଲାଣ କାରୀ ଓ ନଦୀ ଗର୍ଭରୁ ବାଲି ଉତ୍ତୋଳନକାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ରାଜ୍ୟ କ୍ୟାବିନେଟ୍ ନିଷ୍ପତ୍ତି ନେଇଛି। ଏପରିକି ଯେତେ ପ୍ରଭାବଶାଳୀ ହେଲେବି ବାଲି ମାଫିଆଙ୍କୁ ଛଡ଼ା ଯିବ ନାହିଁ,ପ୍ରଶାସନ ସେମାନଙ୍କୁ ବାନ୍ଧିବ ବୋଲି ରାଜସ୍ବ ମନ୍ତ୍ରୀ ସ୍ପଷ୍ଟ ଭାବେ ଶୁଣାଇଛନ୍ତି । ଏତେ ସବୁ ସତ୍ତ୍ଵେ ବାଲି ମାଫିଆ ନିସଂକୋଚରେ ସ୍ପଷ୍ଟ ଦିବାଲୋକରେ ବାଲି ଉତ୍ତୋଳନ ଓ ବେଆଇନ୍ ପରିବହନ କରୁଥିବା ଦେଖାଦେଇଛି । ବାଲି ମାଫିଆଙ୍କ ପ୍ରାଦୁର୍ଭାବ ନଦୀ ଜଳ ପ୍ରବାହକୁ ପ୍ରଭାବିତ କରୁଛି। ନଦୀ ଗର୍ଭରୁ ବାଲି ମାଫିଆ ବାଲି କୋରି ନେଉଛନ୍ତି । କୌଣସି ଅନୁମତି ବା ସରକାରୀ କାଗଜପତ୍ର ନଥାଇ ବାଲି ମାଫିଆ କିଭଳି ଅବିଚାରିତ ଭାବରେ ବାଲି ଉତ୍ତୋଳନ ଓ ପରିବହନ କରୁଛନ୍ତି ବୁଝାପଡୁନି। ବିଭିନ୍ନ ଗଣମାଧ୍ୟମରେ ଏମାନଙ୍କ ଚୋରା କାରବାର ଓ ଦୌରାତ୍ମ୍ୟ ଖବର ପ୍ରକାଶିତ ହେଉଛି। ମାତ୍ର ପ୍ରକୃତପକ୍ଷେ ସେମାନଙ୍କ ବିରୋଧରେ ଠୋସ ପଦକ୍ଷେପ ନିଆଯାଉନି। ବାଲି ମାଫିଆଙ୍କ ରାଜୁତି ତଳ ସ୍ତରରୁ ଶାସନ ପ୍ରଶାସନ ପର୍ଯ୍ୟନ୍ତ ଯେ ରହିଛି ଏହା ଜଳ ଜଳ ହୋଇ ଦିଶୁଛି। ବୈତରଣୀ ଓ ଖରସ୍ରୋତା ନଦୀ ଗର୍ଭରୁ ବେଧଡକ ବାଲି ଉତ୍ତୋଳନ ବିଞ୍ଝାରପୁର ବ୍ଲକ , ପଡୋଶୀ ଦଶରଥପୁର ଓ ଯାଜପୁର ସହର ନିକଟରେ ହେଉଛି ।ଏହି ବାଲି କେନ୍ଦ୍ରାପଡ଼ା ଜିଲାକୁ ନିୟମିତ ହାଇୱା ଯୋଗେ ବିଭିନ୍ନ ଥାନା, ତହସିଲ ଓ ବ୍ଲକ ଆଖି ଆଗରେ ପରିବହନ ହେଉଛି। ପୋଲିସ , ବିଭାଗୀୟ ଅଧିକାରୀ ସବୁ ଦେଖୁଥିଲେ ମଧ୍ୟ ବାଲି ମାଫିଆଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ ସାହସ କରିପାରିନାହାନ୍ତି । ଏହା ପଛରେ ମୋଟା ଅଙ୍କର ମାସିକିଆ ଏପରିକି ଟ୍ରିପ ଅନୁସାରେ ଘୁଷ୍ କାରବାର ରହିଛି ବୋଲି ବୁଦ୍ଧିଜୀବି କୁହନ୍ତି। 

Related posts

ଆୟାପ୍ପା ଭକ୍ତଙ୍କ ଇରୁମୁଡ଼ି ପୂଜା 

masiha

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫ ଉପଲକ୍ଷେ  ମା ଭଣ୍ଡାରଘରଣୀ ଙ୍କ ପୀଠରୁ ମଶାଲ ଯାତ୍ରା।

masiha

ଭାଲୁଗୁଡା ପାର୍କ ଭିତରେ ଗଛ ଲଗା କାର୍ଯକ୍ରମ 

masiha

Leave a Comment

error: Content is protected !!