ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ 

ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ 

ଭବାନୀପାଟଣା -୧୩/୦୬- ବ୍ଲକ ପ୍ରାଥମିକ ଶିକ୍ଷକ (ଏକ୍ସ -କ୍ୟାଡ଼ର )ସଂଘ ର ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଶୁକ୍ରବାର ସ୍ଥାନୀୟ ଶକ୍ତିନଗର ପଡ଼ା ସ୍ଥିତ ପୋଲିସ ଉଚ୍ଚ ବିଦ୍ୟାଳୟ ଠାରେ ଜିଲ୍ଲା ସଭାପତି ସୁବ୍ରତ ଦଣ୍ଡସେନା ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ହୋଇଥିଲା l ବୈଠକରେ ସଦର ବ୍ଲକ ର ଅବସର ପ୍ରାପ୍ତ ଛଅ ଜଣ ଶିକ୍ଷକ ସର୍ବଶ୍ରୀ ଶଙ୍କର କାଶ୍ୟପ, ଅମ୍ବିକା ପ୍ରସାଦ ରଥ, ପଦ୍ମନ ମହାରଣା, ଚନ୍ଦ୍ର ତାଣ୍ଡି, ସୁଧୀର ସାହୁ ଏବଂ ବବ୍ରୁ ବାହାନ ସାହୁଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଥିଲା l ଅବସର ପ୍ରାପ୍ତ ଏକ୍ସ -କ୍ୟାଡ଼ର ଶିକ୍ଷକ ଙ୍କ ବିଭିନ୍ନ ଅବସର କାଳୀନ ପ୍ରାପ୍ୟ ସମ୍ପର୍କରେ ରାଜ୍ୟ ମହାସଂଘ ର ଉପଦେଷ୍ଟା ପ୍ରଶାନ୍ତ ଖମାରୀ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ l ଉକ୍ତ ବୈଠକ ରେ ମୁଖ୍ୟ ଅତିଥି ଭାବରେ ଭବାନୀପାଟଣା ଗୋଷ୍ଠୀ ଶିକ୍ଷା ଅଧିକାରୀ ଆଚାରୀ ଶବର, ସମ୍ମାନିତ ଅତିଥି ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ତଥା ଵି. ଆର. ସି. ସି. ଜୟ କୁମାର ମାଝୀ, ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ହୃଷିକେଶ ନାଏକ ଓ ଜଗଦିଶ ଚନ୍ଦ୍ର ମୁଣ୍ଡ, ଏ ୟୁ ପି ଟି ଏଫ ବ୍ଲକ ସଭାପତି ମଧୁସୂଦନ ପଧାନ, ଅମରେନ୍ଦ୍ର ପଟ୍ଟନାୟକ ଏବଂ ମୁଖ୍ୟ ବକ୍ତା ଭାବରେ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ ର ରାଜ୍ୟ ସଭାପତି ଧୀରେନ୍ଦ୍ର ପଟ୍ଟନାୟକ ଯୋଗ ଦେଇଥିଲେ l ଉପସ୍ଥିତ ଅତିଥିଗଣ ଅବସର ପ୍ରାପ୍ତ ଶିକ୍ଷକ ଙ୍କ ପରବର୍ତ୍ତୀ ଜୀବନ ର ସୁଖ ସମୃଦ୍ଧି କାମନା କରିଥିଲେ l ଅବସର ପରବର୍ତ୍ତୀ ସମସ୍ତ ପ୍ରାପ୍ୟ ଗୋଟିଏ ମାସ ମଧ୍ୟରେ ସମସ୍ତଙ୍କୁ ପ୍ରଦାନ କରିବାକୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତିଶୃତି ଦେଇଥିଲେ l ବୈଠକରେ ଜିଲ୍ଲା ସଂଘର ମୁଖ୍ୟ ଉପଦେଷ୍ଟା ପ୍ରଶାନ୍ତ ପ୍ରଧାନ, କାର୍ଯ୍ୟକାରୀ ସଭାପତି ତ୍ରିଲୋଚନ ସାହୁ, ସଦର ବ୍ଲକ ସଭାପତି ଦାମୋଦର ଚନ୍ଦନ, ସମ୍ପାଦକ ନିତ୍ୟାନନ୍ଦ ରଣା, କୋଷାଧକ୍ଷ ସୁରେଶ ରାଉତ,ଅଶୋକ ଦାଶ,ସାନ ନାଏକ, ଚକ୍ରଧର ସା, ଗୀତାଞ୍ଜଳି ଭାଟି, କୁଞ୍ଜ ବିହାରୀ ମିଶ୍ର, ଶଙ୍କର ବିଶି, ସୁଶାନ୍ତ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

     ପ୍ରଦିପ କୁମାର ସେନାପତିଙ୍କ ରିପୋର୍ଟ 

Related posts

କେବେ କାର୍ଯ୍ୟକ୍ଷମ ହେବ ଖପ୍ରାମାଲ ବିଜୁ ସେତୁ, ନିର୍ମାଣ ଅବଧିର ୨ବର୍ଷ ବିତିଲା, ତଥାପି ହୋଇନି କାର୍ଯ୍ୟକ୍ଷମ

masiha

ରାୟଗଡ଼ରେ ‘ବାଲ ବିବାହ ମୁକ୍ତ ଭାରତ’ ଅଭିଯାନର ୧୦୦ ଦିନିଆ ସଚେତନତା ଅଭିଯାନର ଜିଲ୍ଲାସ୍ତରୀୟ ଶୁଭାରମ୍ଭ

Sunil Chandra Nayak

ବହୁ ପୁରାତନ ଆମ୍ବଗଡିଆ ଘୋଡ଼ା ମେଳଣ

masiha

Leave a Comment

error: Content is protected !!