ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ କେବେ?  ୬ ମାସ ପରେଵି ହେଉନି ସରପଞ୍ଚ ପାଇଁ ଉପନିର୍ବାଚନ?

ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ କେବେ?

 ୬ ମାସ ପରେଵି ହେଉନି ସରପଞ୍ଚ ପାଇଁ ଉପନିର୍ବାଚନ?

କାହା ଚାପ ରେ ସରକାରୀ ବାବୁ ଚାପିଗଲେ?ବିରୋଧୀ ମୁହିଁ ରେ ତାଲା

 ମୟୂରଭଂଜ -୧୩/୦୬ — ମୟୁରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ପିତା ମୁର୍ମୁ ଡାକବିଭାଗ ଚାକିରୀ ପାଇବାରୁ ଗତ ବର୍ଷ ନଭେମ୍ବର ମାସ ରେ ସରପଞ୍ଚ ପଦବୀ ରୁ ଇସ୍ତଫା ଦେଇଥିଲେ l ପ୍ରାୟ ୬ ମାସ ବିତି ଯାଇଥିଲେ ମଧ୍ୟ ଆଜି ପର‌୍ୟ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ନାଏବ ସରପଞ୍ଚ ମାନଙ୍କୁ ସେହି ଦିନଠାରୁ ସରପଞ୍ଚର ଦାୟିତ୍ୱ ଦିଆଯାଇ କାର୍ଯ୍ୟ ତୁଲାଯାଉଥିବା ବେଳେ ତେବେ ପଞ୍ଚାୟତ ଉପ ନିର୍ବାଚନ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ମୟୁରଭଞ୍ଜ ଜିଲ୍ଲାର ଅନ୍ୟ ଜାଗା ଯଥା ଠାକୁରମୁଣ୍ଡାରେ ଉପନିର୍ବାଚନ ହେଉଥିବା ବେଳେ ଲୁହାଶିଳା ପଂଚାୟତ କାହିଁକି ହେଉନାହିଁ । ସରପଞ୍ଚ ନ ଥିବାବେଳେ ପଞ୍ଚାୟତ କାର୍ଯ୍ୟ ଠିକ ଭାବରେ ଆଗେଇ ପାରୁନାହିଁ । କାହା ଚାପ ରେ ସରକାରୀ ବାବୁ ଚାପିଗଲେ କି? ଏଠାରେ ସୁଚନାଯୋଗ୍ୟଏହି ପଂଚାୟତ ରେ ୯ ଟି ଗ୍ରାମ ଦଲକି, ବଳରାମ ପୁର, ଜାମଦା, ଝାଉଁରୀସାହି, କାଲାଝରି, ପାଟପୁର, ବେତଝରଣ, କାକୁଡିରୁମା, ଲୁହାଶିଳା l

ଏବେ ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ଦାୟିତ୍ୱରେ ପଂଚାୟତ ପରିଚାଳନା ହେଉଛି ହେଲେ ଏହାକୁ ନାପସନ୍ଦ କରୁଛନ୍ତି ପଂଚାୟତ ବାସୀ । ତୁରନ୍ତ ଏଥି ପ୍ରତି ନଜର ନଦେଲେ ଆଗାମୀ ଦିନରେ ସମଗ୍ର ପଞ୍ଚାୟତ ବାସୀ ଏକାଠି ହୋଇ ବଡଧରଣର ଆନ୍ଦୋଳନ, ରାସ୍ତାରୋକ ଭଳି ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ ବୋଲି କୁହାଯାଇଛି l

ମୟୂରଭଂଜରୁ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ତେରେସିଂହା ବଡ଼ ପୋଖରୀରେ ବଡ଼ ସମସ୍ୟା

Sunil Chandra Nayak

କୋଏଲ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକୋତ୍ସବ

Sunil Chandra Nayak

ଶିକ୍ଷା ଅଧିକାର ଯୋଜନା ଛାତ୍ରଙ୍କ ପାଠ ପଢ଼ାରେ ଡୋରି ବନ୍ଧା ହେବ

Sunil Chandra Nayak

Leave a Comment

error: Content is protected !!