ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ -ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

କୃଷିର ବିକାଶ ପାଇଁ ଜିନ୍ଦଲ ପକ୍ଷରୁ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ

ସିଆଳିଯୋଡ଼ା କୃଷକ କ୍ଲବକୁ ଅତ୍ୟାଧୁନିକ କୃଷି ଯନ୍ତ୍ରପାତି ପ୍ରଦାନ

ଯୋଡ଼ା/ବଡ଼ବିଲ: ନିରନ୍ତର କୃଷି ବିକାଶ ପାଇଁ ଜିନ୍ଦଲ ଷ୍ଟିଲ ଏଣ୍ଡ ପାଓ୍ୱାର(ଜେଏସପି)ର ସାମାଜିକ ସଂସ୍ଥା ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ ସ୍ଥାନୀୟ ଦେଓଝର ପଞ୍ଚାୟତ ସିଆଳିଯୋଡ଼ା ଗ୍ରାମର ଗାଗରାଇ ସାହିରେ ଏକ କଷ୍ଟମ ହାୟରିଂ ସେଣ୍ଟର ଉଦଘାଟିତ ହୋଇଯାଇଛି। ଜିନ୍ଦଲ ଏଜୁକେସନ ଏଣ୍ଡ ଓ୍ୱେଲଫେୟାର ସୋସାଇଟି-ଜେଇଡବ୍ଲୁଏସ ଓ ମାଆ ବୁରୁ କୃଷକ କ୍ଲବ ସହବନ୍ଧନରେ ଏହି ସେଣ୍ଟରର ଶୁଭାରମ୍ଭ ହୋଇଛି। ଏହି ସେଣ୍ଚର ଜରିଆରେ କୃଷକମାନଙ୍କ ବ୍ୟବହାର ପାଇଁ ରିହାତି ଦରରେ କୃଷି ଯନ୍ତ୍ରପାତି ଭଡ଼ାରେ ମିଳିବ। ଏଥିପାଇଁ ପ୍ରାଥମିକ ଭାବେ ଗୋଟିଏ ଟ୍ରାକ୍ଟର, ଥ୍ରେସର, ରୋଟାଭେଟର ଓ ଟ୍ରଲି ପ୍ରଦାନ କରାଯାଇଛି। କମ ଖର୍ଚ୍ଚରେ ଏହି ଯନ୍ତ୍ରପାତି ମିଳୁଥିବାରୁ କୃଷି ସମ୍ପର୍କିତ ଖର୍ଚ୍ଚ ଚାପ ଉଲ୍ଲେଖନୀୟ ଭାବେ ହ୍ରାସ ପାଇବ।

ଉଦଘାଟନୀ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ବଡ଼ବିଲ ପେଲେଟ ପ୍ଲାଣ୍ଟ ୟୁନିଟ ହେଡ୍ ଶ୍ରୀ ପୁରୁଷୋତ୍ତମ ଏମଡି ଏହି ସେଣ୍ଟରର ଶୁଭାରମ୍ଭ କରିଥିଲେ। ଅର୍ଥନୀତିର ବିକାଶରେ କୃଷିର ଗୁରୁତ୍ୱପୂର୍ଣ୍ଣ ଭୂମିକା ସମ୍ପର୍କରେ ସେ କହିଥିଲେ। କୃଷକମାନେ ଅର୍ଥନୀତିର ମେରୁଦଣ୍ଡ। ସେମାନେ ସମଗ୍ର ସମାଜକୁ ଖାଦ୍ୟ ଯୋଗାଇଥାନ୍ତି। ଏହା ସହିତ ଦେଶର ନିରନ୍ତର ବିକାଶରେ ସେମାନଙ୍କର ପ୍ରମୁଖ ଯୋଗଦାନ ରହିଛି ବୋଲି ଶ୍ରୀ ପୁରୁଷୋତ୍ତମ ତାଙ୍କ ଅଭିଭାଷଣରେ କହିଥିଲେ। 

ଅନ୍ୟମାନଙ୍କ ମଧ୍ୟରେ ଦେଓଝର ପଞ୍ଚାୟତ ସମିତି ସଭ୍ୟ ଶ୍ରୀମତୀ ଲକ୍ଷ୍ମୀ ମୁଣ୍ଡା, ଓ୍ୱାର୍ଡମେମ୍ବର ଶୁକୁମତୀ ମୁଣ୍ଡା, ବିଶିଷ୍ଟ ସମାଜସେବୀ ଶ୍ରୀ ତ୍ରିଲୋଚନ ପଲାଇ, ସିଏସଆର ମୁଖ୍ୟ ଶ୍ରୀ ଭର୍ଜିଲ ଲାକ୍ରା ଓ କୃଷକ କ୍ଲବର ସଭାପତି ଶ୍ରୀ ପାଣ୍ଡିଆ ମୁଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ସ୍ଥାନୀୟ ଅଞ୍ଚଳର ସାମଗ୍ରିକ ବିକାଶରେ ଜିନ୍ଦଲ ଷ୍ଟିଲର ଅବଦାନକୁ ବହୁତ ପ୍ରଶଂସା କରିଥିଲେ। କୃଷିର ବିକାଶ, କୃଷକ ସଶକ୍ତୀକରଣ କ୍ଷେତ୍ରରେ ଏହି ଅଭିନବ ପଦକ୍ଷପ ବହୁତ ସହଯୋଗ କରିବ ବୋଲି ଅତିଥିମାନେ ପ୍ରକାଶ କରିଥିଲେ।

ଯୋଡ଼ା ରୁ ଉର୍ମିଳା ପଣ୍ଡା ରିପୋର୍ଟ

Related posts

ଅଭିଯୋଗ କୁ ପ୍ରତ୍ୟାଖାନ କଲା ସେକ୍ଟର ୨ ଦୁର୍ଗା ପୂଜା କମିଟି 

masiha

ପ୍ରଧାନ ଶିକ୍ଷକ ଙ୍କୁ ଅଵସର କାଳୀନ ବିଦାୟ ସମ୍ବର୍ଦ୍ଧନା 

ଦକ୍ଷିଣୀ ଶୌଣ୍ଢିକ ସାଂସ୍କୃତିକ ମହାସଂଘ ର ଠାକୁରାଣୀ ରଥକୁ ଧର୍ମଗଡ ଠାରେ ଭବ୍ୟ ସ୍ୱାଗତ

Sunil Chandra Nayak

Leave a Comment

error: Content is protected !!