ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶୋଇ ରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ଯକ୍ରମ

ବିଶୋଇ ରେ ଅବକାରୀ ବିଭାଗ ତରଫରୁ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକ ଦ୍ରବ୍ୟ ବିରୋଧରେ ସଚେତନତା କାର୍ଯ୍ଯକ୍ରମ

 ମୟୂରଭଂଜ – ୧୬/୦୬ —  ସକାଳ ୯.୦୦ ଘଟିକା ସମୟରେ ଜିଲ୍ଲା ଅବକାରୀ ବିଭାଗ, ମୟୁରଭଞ୍ଜ ଆନୁକୂଲ୍ୟରେ ନିଶାଦ୍ରବ୍ୟ ତଥା ଅପମିଶ୍ରିତ ଓ ବିଷାକ୍ତ ମାଦକଦ୍ରବ୍ୟ ବିରୋଧରେ ସଚେତନତା ଅଭିଯାନ ପରିପ୍ରେକ୍ଷୀରେ *”ନିଶା ନୁହେଁ ଜୀବନ”* ଉପରେ ଆଧାରିତ ଏକ ସଚେତନତା ରଥର ପରିକ୍ରମା ବିଶୋଇ ଅବକାରୀ କାର୍ଯ୍ୟାଳୟ ନିକଟରୁ ଶୁଭାରମ୍ଭ ହୋଇ ବିଶୋଇ ବଜାର ଅଞ୍ଚଳ ଓ ବ୍ଲକ ଛକ ଅଞ୍ଚଳରେ ପରିକ୍ରମା କରିଛି । ଉକ୍ତ ସଚେତନତା ରଥକୁ ବିଶୋଇ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଶ୍ରୀ ସାଗର ଚନ୍ଦ୍ର ମୁର୍ମୁ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଉଦଘାଟନ କରିଥିଲେ l ଉକ୍ତ ସଚେତନତା ଅଭିଯାନରେ ରାଇରଙ୍ଗପୁର ଅବକାରୀ ଉପ-ଅଧିକ୍ଷକ ଶ୍ରୀ ସୌମ୍ୟରଞ୍ଜନ ବେହେରାଙ୍କ ସହିତ ଅବକାରୀ ନିରୀକ୍ଷକ ଶ୍ରୀ ବିନୟ ପ୍ରକାଶ ତୀର୍କୀ, ବିଶୋଇ ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପିଙ୍କି ମାରାଣ୍ଡି, ରାଇରଙ୍ଗପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ପ୍ରହଲ୍ଲାଦ ସାମଲ, ବହଳଦା ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ରଣଜିତ ସବର, ବିଶୋଇ ଥାନା ଷ୍ଟାଫ୍, କନେଷ୍ଟବଳ ଦିଲ୍ଲୀପ ଜେନା, ଅରୁଣ କୁମାର ମୁଦୁଲି, ବୁଦ୍ଧଦେବ ମହନ୍ତ, ତମନ ପରିଡ଼ା, ସୁରେନ୍ଦ୍ର ସୋରେନ ଏବଂ ନେତାଜୀ କ୍ଲବ,ବିଶୋଇର ସଭାପତି ମାନସ ମହାପାତ୍ର, ସମ୍ପାଦକ ସଚ୍ଚିନ୍ଦ୍ର ମହନ୍ତ, ସହ-ସମ୍ପାଦକ ସୁମନ୍ତ ସାହୁ ଏବଂ ଅନ୍ୟ ସଦସ୍ୟ ମାନେ ସାମିଲ ଥିଲେ l

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ବୁଥ୍ ମୁହାଁ ପୋଲିଂ କର୍ମଚାରୀ :ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

masiha

ଶିକ୍ଷିତ ବେକାର ଯୁବକ ଯୁବତୀ ଙ୍କ ପାଇଁ ରାଇରଙ୍ଗପୁର ବ୍ଲକ ପଡିଆ ଠାରେ ଅନୁଷ୍ଠିତ ହେଲା ଦିନିକିଆ ନିଯୁକ୍ତି ମେଳା.

Sunil Chandra Nayak

ଆଇନ ମହାବିଦ୍ୟାଳୟର ସୁବର୍ଣ୍ଣ ଜୟନ୍ତୀ ପାଳନ ପାଇଁ ପ୍ରାକ୍ ପ୍ରସ୍ତୁତି ବୈଠକ 

Leave a Comment

error: Content is protected !!