ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

ରାହୁଲ ଗାନ୍ଧିଙ୍କ ୫୫ତମ ଜନ୍ମ ଦିବସ ପାଳନ 

ରାଉରକେଲା/ ପିସିସି ସଭାପତି ଭକ୍ତଚରଣ ଦାସ ଙ୍କ ନିର୍ଦ୍ଦେଶ କ୍ରମେ ରାଉରକେଲା ଜିଲ୍ଲା ସଭାପତି ରବି ରାୟ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ କଂଗ୍ରେସର ପ୍ରିୟ ନେତା ରାହୁଲ ଗାନ୍ଧୀଙ୍କ ୫୫ତମ ଜନ୍ମ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ବାସନ୍ତୀ କଲୋନୀ ସ୍ଥିତ ସର୍ବଭୈ।ତିକ ଅନାଥ ଶିଶୁ ସେବା ଆଶ୍ରମରେ ଅନ୍ତେବାସୀଙ୍କୁ ଫଳ ବଣ୍ଟନ କରାଯିବା ସହ ଶ୍ରୀ ଗାନ୍ଧୀଙ୍କ ଜନ୍ମ ଦିବସ ଉପଲକ୍ଷେ ସାମୁହିକ ପ୍ରାର୍ଥନା ସହ ତାଙ୍କ ସୁସ୍ଥ ନିରାମୟ ଜୀବନ ସହ ଦୀର୍ଘାୟୁ କାମନା କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଭାପତି ଶ୍ରୀ ରାୟ ଙ୍କ ବ୍ୟତୀତ ଆଶ୍ରମର ଗୁରୁ ମହେନ୍ଦ୍ର କୁମାର ବଳ,ସବିର ହୁସେନ, ଆଶିଷ ମହାନ୍ତି, ପ୍ରବୋଧ ଦାସ,ମନୁ ସାମଲ, ପ୍ରଫୁଲ୍ଲ ସାମଲ, ଦିବାକର ଦୀପ, ବିଶ୍ବନାଥ ବାରିକ, ଏମ୍ ଡି ଇସଲାମ,ଶିବୁ ଦୀପ, ଦିବାକର ପ୍ରସାଦ, ପ୍ରଦୀପ ସାମନ୍ତରାୟ, ଆଶୁତୋଷ ରାଉତ ଙ୍କ ସମେତ ବହୁ କଂଗ୍ରେସ ଦଳର କର୍ମୀ ଉପସ୍ଥିତ ଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ତେନ୍ତୁଳିଖୁଣ୍ଟି ବ୍ରାହ୍ମଣ ସମାଜ ର ବୈଠକ ଅନୁଷ୍ଠିତ

masiha

ପ୍ରଧାମନ୍ତ୍ରୀ ଆଦର୍ଶ ଗ୍ରାମ ହେବ ‘ ପିପଲା ‘  ବିଭିନ୍ନ ବିଭାଗୀୟ ଅଧିକାରୀ ଙ୍କୁ ନେଇ ପ୍ରସ୍ତୁତି ବୈଠକ

masiha

ଦୁର୍ଘଟଣା ର ଶିକାର ହୋଇଥିବା ଦିବ୍ୟାଙ୍ଗ ଙ୍କୁ ସହାୟତା ହାତ ବଢ଼ାଇଲେ ସମାଜସେବୀ

Leave a Comment

error: Content is protected !!