ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କବି ରାମଚନ୍ଦ୍ର ମହାନ୍ତି ଙ୍କ କବିତା ଶ୍ରମିକ ପାଇଁ ଦିନ ଟିଏ

ଶ୍ରମିକ ପାଇଁ ଦିନ ଟିଏ

 

ମୁଣ୍ଡରେ ପଗଡ଼ି ହାତରେ ବାଡି

ଲଙ୍ଗଳ ଯୋଚିଛି ବଳଦ ଯୋଡ଼ି

ଖରା ବରଷା କୁ ଖାତିରି ନାହିଁ

ଶାଗ ପଖାଳରେ ସନ୍ତୁଷ୍ଟ ହୋଇ।।

 

ହାତେ ଧରି ଅଛି ଦେଖ କରଣି

ଯନ୍ତ୍ରୀ ମାନଙ୍କର ଯୋଜନା ଜିଣି

ଗଢ଼େ ଅଟ୍ଟାଳିକା ସେତୁ ବନ୍ଧାଇ

ବିକାଶ ଧାରାର ଦେଶକୁ ନେଇ।।

 

ଯନ୍ତ୍ର ବ୍ୟବହାର କଳା କୌଶଳ

ଗଢି ଥୋଇ ଦିଏ ବୁଦ୍ଧିର ବଳ

ଶ୍ରମ ଅଟେ ମୋର ଜୀବନ ସାଥି

ଶ୍ରମିକ ନାମରେ ରଖିଛି ଖ୍ୟାତି।।

 

ନିଜ ସ୍ବାଭିମାନ ନିଃସ୍ଵାର୍ଥପର

କାର୍ଯ୍ୟ କରିବାରେ ଖୁସି ମୋହର

କେଉଁ କାମ ନୁହେଁ ମାେ ଠାରେ ଛୋଟ

ଦାଦନ ଖଟି ବି ପୋଷଇ ପେଟ।।

 

ଉଚିତ ମଜୁରୀ ଉଚିତ ନ୍ୟାୟ

ମୃତ୍ୟୁ ଦୁର୍ଘଟଣା ମନରେ ଭୟ

ବିଶ୍ଵ ବାସୀ ଦେଖି ସ୍ୱାନ୍ତନା ଦେଲେ

ପହିଲା ମଇ ରେ ପାଳନ କଲେ।।

 

ଧନ୍ୟ ହେ ଶ୍ରମିକ ଅଭିନନ୍ଦନ

ଜିଣି ନେଇ ଗଲ ସବୁରି ମନ

ଆଳସ୍ୟ ବିଳାସ ନାହିଁ ଜୀବନେ

ପ୍ରଣାମ ଜଣାଏ ଆଜିର ଦିନେ।।

 

କବି ରାମଚନ୍ଦ୍ର ମହାନ୍ତି

ବାଣ ତୁମ୍ବ

ବେଲ ଗୁଣ୍ଠ।

ଗଞ୍ଜାମ

Related posts

ସଂଯୁକ୍ତା ସାହୁ ଙ୍କ କବିତା ଭିଜା ଭିଜା ସ୍ମୃତି

Sunil Chandra Nayak

ବୀର ବାଜି ରାଉତ ସେନା ପକ୍ଷରୁ ସଂଗ୍ରାମୀ ବାଜି ରାଉତ ଙ୍କ ୯୬ ତମ ଜୟନ୍ତୀ ପାଳିତ

Sunil Chandra Nayak

ଉଠାଦୋକାନିଙ୍କୁ ଥଇଥାନ ଦାବି

Sunil Chandra Nayak

Leave a Comment

error: Content is protected !!