ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜେକେ କାଗଜ କଳ ରେ ରକ୍ତଦାନ ଶିବିର 

ଜେକେ କାଗଜ କଳ ରେ ରକ୍ତଦାନ ଶିବିର 

ରାୟଗଡା :- ଜେକେ କାଗଜ କଳ ର ଭୁତ ପୂର୍ବ ଅଧ୍ୟକ୍ଷ ସ୍ଵର୍ଗତ ହରି ଶଙ୍କର ସିଂଘାନିଆ ଙ୍କ 92 ତମ ଜନ୍ମଦିନ ପାଳନ ଅବସରରେ ଓଡିଶା ବ୍ଲଡ୍ ବ୍ୟାଙ୍କ୍, ରାୟଗଡ ସହାୟ ତା ରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇ ଥିଲା। ଏହି କାର୍ଯ୍ୟକ୍ରମ କୁ ଆନୁଷ୍ଠାନିକ ଭାବରେ ଶ୍ରୀ ବିନୟ ଦ୍ଵିବେଦୀ , କାର୍ଯ୍ୟନିର୍ବାହୀ ଉପ ସଭାପତି ଉଦଘାଟନ କରିଥିଲେ। ଏହି ଶିବିର ରେ କାଗଜ କଳ ର 192 ଜଣ କର୍ମଚାରୀ ଓ ପରିବାର ବର୍ଗ ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ। 

ଉଦଘାଟନ ସମାରୋହରେ ରେ କାଗଜ କଳ ମହାପ୍ରବନ୍ଧକ-(ମାନବ ସମ୍ବଳ) ସନ୍ଦୀପ ପାଣ୍ଡେ ଓ ବରିଷ୍ଠ ଅଧିକାରୀ ଗଣ ଏବଂ ଜେକେ ଡିସ୍ପେନ୍ସାରି ର ଡାଃ କେ ଭି ଆର୍ ରାଓ, ଡାଃ ପଦ୍ମା ଉପସ୍ଥିତ ଥିଲେ। ରାୟଗଡା ବ୍ଲଡ୍ ବ୍ୟାଙ୍କ୍ ତରଫରୁ ଡାଃ ଗୌତମ ପଟ୍ଟନାୟକ, ଉମାକାନ୍ତ ମିଶ୍ର, ଡି କିଶୋର କୁମାର, ଉଷା ରାଣୀ ବେହୁରିଆ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରି ଥିଲେ। 

କାର୍ଯ୍ୟକ୍ରମ କୁ ଜେକେ କାଗଜ କଳ ର ଉପ ମହାପ୍ରବନ୍ଧକ, ଶ୍ରୀ (ଜନ କଲ୍ୟାଣ) ପରିଚାଳନା କରିଥିଲେ ଓ ତାଙ୍କୁ ୱେଲଫେଆର ଅଫିସର ଭାସ୍କର ନାଇଡୁ, ଶିବଙ୍କର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଗଞ୍ଜାମରେ ଦ୍ଵିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ : ୨୭,୪୩୨ଟି ମାମଲା ସମାଧାନ

କାମାକ୍ଷା -ଢେଙ୍କାନାଳ ପୂର୍ତ୍ତ ବିଭାଗ ମୁକୁଳା ନାଳ ସାଜିଛି ମରଣ ଯନ୍ତା

Sunil Chandra Nayak

ଘାଟି ରାସ୍ତାରେ ଟ୍ରକ୍ ଚକା ଫାଟି ଲାଗିଲା ନିଆଁ

Sunil Chandra Nayak

Leave a Comment

error: Content is protected !!