ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରିବର୍ତ୍ତନ ଫାଉଣ୍ଡେସନର ଗୁରୁତ୍ଵ ପୂର୍ଣ୍ଣ ବୈଠକ 

ପରିବର୍ତ୍ତନ ଫାଉଣ୍ଡେସନର ଗୁରୁତ୍ଵ ପୂର୍ଣ୍ଣ ବୈଠକ 

ନବରଙ୍ଗପୁର: (୧୯|୬)(ରବି ନାରାୟଣ ମହାନ୍ତି)ସ୍ଥାନୀୟ ସାଇ ବାବା ମନ୍ଦିର ପାର୍ଶ୍ଵରେ ସ୍ଥିତ ପରିବର୍ତ୍ତନ ଫାଉଣ୍ଡେସନ କାର୍ଯ୍ୟାଳୟ ଠାରେ ଅନୁଷ୍ଠାନ ର ମୁଖ୍ୟ ନିନିବାବୁ ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଦିନରେ ପରିବର୍ତ୍ତନ ଫାଉଣ୍ଡେସନ ସହିତ ଅଧିକରୁ ଅଧିକ ଯୁବ ବର୍ଗ ଜଡ଼ିତ ହୋଇ ସମାଜର କଲ୍ୟାଣ ନିମନ୍ତେ ଆଗେଇ ଆସିବା ଉଚିତ ବୋଲି ଶ୍ରୀ ତ୍ରିପାଠୀ ମତବ୍ୟକ୍ତ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ସମାଜସେବୀ ତଥା ପରିବର୍ତ୍ତନ ଫାଉଣ୍ଡେସନର ମୁଖ୍ୟ ଉପଦେଷ୍ଟା ଜଗନ୍ନାଥ ମହାପାତ୍ର ଯୋଗଦାନ କରିଥିବା ବେଳେ ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ଉପଦେଷ୍ଟା ତଥା ସମାଜ ସେବୀ ଟିଙ୍କୁ ଜୈନ, ରବୀନ୍ଦ୍ର ତ୍ରିପାଠୀ ଏବଂ ଉପଦେଷ୍ଟା ତଥା ଜିଲ୍ଲା କ୍ରୀଡା ସଂଘର ସହ ସମ୍ପାଦକ ମନୋଜ କୁମାର ପଟ୍ଟନାୟକ ପ୍ରମୁଖ ମଞ୍ଚାସୀନ ଥିଲେ। ଉକ୍ତ ବୈଠକରେ ନୂତନ ଉପଦେଷ୍ଟା ଭାବେ ଜିଲ୍ଲା ଓକିଲ ସଂଘର ସଭାପତି ସିରାଜୁଦିନ ଅହମଦ, ଶିକ୍ଷାବିତ୍ ଅଖିଳ ଭଟ୍ଟ, ତରିକ ହସାନ୍ ,ସିଦ୍ଧେଶ୍ବର ପାଣିଗ୍ରାହୀ ପ୍ରମୁଖଙ୍କୁ ମନୋନୀତ କରାଯାଇଥିଲା । ଏହି ଅବସରରେ ଅତିଥି ମାନଙ୍କ ଦ୍ଵାରା ସମାଜସେବା କ୍ଷେତ୍ରରେ ସଂଶ୍ଳିଷ୍ଟ ବିଭିନ୍ନ ବ୍ୟକ୍ତିବିଶେଷ ଙ୍କୁ ସମ୍ବର୍ଦ୍ଧିତ କରାଯିବା ସହ ନୂତନ ସଦସ୍ୟଙ୍କୁ ପରିବର୍ତ୍ତନ ଫାଉଣ୍ଡେସନରେ ସାମିଲ କରାଯାଇଥିଲା। ବୈଠକରେ ପରିବର୍ତ୍ତନ ଫାଉଣ୍ଡେସନର ସମସ୍ତ ସଭ୍ୟ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ମହାବିଷୁବ ସଂକ୍ରାନ୍ତି  ଅବସରରେ ରେ ପୁରୀସ୍ଥିତ ଟାଉନ ହଲ୍‌ରେ ଆନ୍ତର୍ଜାତିୟ ଶ୍ରୀ ଜଗନ୍ନାଥ ଦିବସ ପାଳିତ

Sunil Chandra Nayak

ଆରୋଗ୍ୟ ମନ୍ଦିର ପରିଦର୍ଶନ କରି ବିନା ଛୁଟି ଦରଖାସ୍ତରେ ଅନୁପସ୍ଥିତ ଥିବା କର୍ମଚାରୀଙ୍କୁ କୈଫିୟତ ମାଗିବାନିମନ୍ତେ ଉପରିସ୍ଥ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଲେ ବିଧାୟକ 

Sunil Chandra Nayak

ନୀଲମ ଫାଉଣ୍ଡେସନ ତରଫରୁ ଗୁରୁଦିବସ ପାଳନ

masiha

Leave a Comment

error: Content is protected !!