ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

ଉପଜିଲ୍ଲାପାଳଙ୍କ ନେତୃତ୍ୱରେ ହୋଟେଲମାଙ୍କରେ ଚଢ଼ାଉ, ଖାଦ୍ୟର ମାପରୀକ୍ଷା

ରାୟଗଡ :-ତା. ୨୨/୦୬- ଜିଲ୍ଲାପାଳ ପାରୁଲ ପଟୱାରୀ ଙ୍କ ନିର୍ଦ୍ଦେଶ କ୍ରମେ ଆଜି ଉପ ଜିଲ୍ଲାପାଳ ରମେଶ କୁମାର ଜେନା ଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ରାୟଗଡ ସହରର ବିଭିନ୍ନ ହୋଟେଲ ମାନଙ୍କରେ ଅଚାନକ ଚଢାଉ କରାଯାଇଥିଲା । ହୋଟେଲର ପରିଷ୍କାର ପରିଚ୍ଛନ୍ନତା ,ଖାଦ୍ୟ ପଦାର୍ଥର ମାନ ଇତ୍ୟାଦି ତନଖି କରାଯାଇ ଥିଲା । 

ଏହି କ୍ରମରେ ରାୟଗଡ଼ ରେଳ ଷ୍ଟେସନ୍ ନିକଟରେ ଥିବା ୨୪ x ୭ ରେଷ୍ଟୁରାଣ୍ଟ ରେ ଚଢାଉ କରାଯାଇଥିଲା । ଏହି ହୋଟେଲର ଖାଦ୍ୟ ନିମ୍ନ ମାନର ଏବଂ ଅସ୍ଵାସ୍ଥ୍ୟକର ପରିବେଶ ଦେଖିବାକୁ ମିଳିଥିଲା । ତଦନ୍ତ ସମୟରେ ୩ ଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । 

ଏହା ପରେ ହୋଟେଲ କୈଲାଶ , ରାୟଗଡ ରେ ମଧ୍ୟ ଚଢାଉ କରାଯାଇଥିଲା । ସେହି ହୋଟେଲରେ ୫ ଗୋଟି ଘରୋଇ ସିଲିଣ୍ଡର ଜବତ କରାଯାଇଥିଲା ଏବଂ ଅସ୍ଵାସ୍ଥ୍ୟକର ପରିବେଶ, ବହୁ ପରିମାଣର ଖାଦ୍ୟରେ ମିଶାଇବା ରଙ୍ଗ, ଚାଇନା ସାଲ୍ଟ ଦେଖିବାକୁ ମିଳିଥିଲା । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହା ପରେ ହୋଟେଲ ସାଇ ଇନ୍ଟରନ୍ଯାଶନାଲ ଏବଂ ବାର , ରାୟଗଡା ରେ ମଧ୍ୟ ଚଢାଉ କରାଯାଇଥିଲା । ବାର ର ଲାଇସେନ୍ସ ଏବଂ ଖାଦ୍ୟ ଲାଇସେନ୍ସ ଉପସ୍ଥାପନ କରି ପାରି ନ ଥିଲେ । ଜୋରିମାନା ବାବଦରେ ୫୦୦୦୦ ଟଙ୍କା ରୁଜୁ କରିଯାଇଥିଲା । ଏହି ଚଢାଉ ସମୟରେ ACSO , (Suhansa Bhoi), Food Inspector (Jyoti Prakash Soren), Sanitary Expert (Binay Bikram Parichha), Police ଏବଂ ଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ । ହୋଟେଲର ମାଲିକ ମାନଙ୍କୁ ସ୍ଵାସ୍ଥ୍ୟକର ଏବଂ ଉନ୍ନତ ମାନର ଖାଦ୍ୟ ପରଶିବା ପାଇଁ ଉପ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନୂଆପଡାରେ ଅବକାରୀ ବିଭାଗର ସମୀକ୍ଷା ବୈଠକ; ଚୋରା ମଦ ଦୋକାନ ଉଚ୍ଛେଦ ପାଇଁ ଜିଲ୍ଲାପାଳଙ୍କ ନିର୍ଦ୍ଦେଶ 

Sunil Chandra Nayak

ଗୁଣପୁର ବ୍ଲକ ପୁଟ୍ଟ।ସିଂ ଗ୍ରାମ ପଞ୍ଚାୟତରେ ଜିଲ୍ଲାପାଳ,ରାୟଗଡ଼ଙ୍କ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ l ପ୍ରଥମ ଥର ପାଇଁ ପଞ୍ଚାୟତ ସଦର ମହକୁମାରେ ଅଭିଯୋଗ ଶୁଣାଣି

Sunil Chandra Nayak

ଓଡ଼ିଶାର ମାନ୍ୟବର ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ଏବଂ ଶ୍ରୀଯୁକ୍ତ ବିଭୁତି ଭୂଷଣ ଜେନା ମାନ୍ୟବର,  ମନ୍ତ୍ରୀ ବାଣିଜ୍ୟ ଓ ପରିବହନ, ଇସ୍ପାତ ଓ ଖଣିଜ ବିଭାଗଙ୍କ ରାୟଗଡ ଜିଲ୍ଲା ଗସ୍ତ l “ବିଭାଗୀୟ କାର୍ଯ୍ୟକ୍ରମ ଉପରେ ସମୀକ୍ଷା “

masiha

Leave a Comment

error: Content is protected !!