ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ସୁରକ୍ଷା ଉପରେ କର୍ମଶାଳା

ନବରଙ୍ଗପୁର ମହାବିଦ୍ୟାଳୟ ରେ ମହିଳା ସୁରକ୍ଷା ଉପରେ କର୍ମଶାଳା

ନବରଙ୍ଗପୁର:(୨୩|୭)(ରବି ନାରାୟଣ ମହାନ୍ତି)ରାଜ୍ୟ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଜାରି ହୋଇଥିବା ନିର୍ଦ୍ଦେଶ କ୍ରମେ ଆଜି ନବରଙ୍ଗପୁର ମହାବିଦ୍ୟାଳୟ ନବରଙ୍ଗପୁର ଠାରେ ନାରୀ ନିର୍ଯାତନା,ଯୌନ ଉତ୍ପୀଡନ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ନବରଙ୍ଗପୁର ଜିଲ୍ଲାର ଜଣେ ସୁପ୍ରତିଷ୍ଠିତ ସାମାଜିକ କର୍ମୀ ତଥା ଆଇସିସି କମିଟି ସଦସ୍ୟା ଶ୍ରୀମତୀ ମନୋରମା ମାଝୀ ଅତିଥି ଭାବେ ଯୋଗ ଦେଇଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀ ଡି଼ ଗୋବିନ୍ଦା ରାଓ, ଆଭ୍ୟନ୍ତରୀଣ ଅଭିଯୋଗ କମିଟିର ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରୀପାଠୀ , ସଦସ୍ୟା ଶ୍ରୀମତୀ ପ୍ରଣତି ମାଝୀ, ଶ୍ରୀମତୀ ତୁଳସା ଭତରା, ଶ୍ରୀମତୀ ନିର୍ମଳା ହିକକା ଉପସ୍ଥିତ ଥିଲେ। ମହାବିଦ୍ୟାଳୟର ଅଧ୍ୟକ୍ଷ ଶିକ୍ଷା ଅନୁଷ୍ଠାନ ଗୁଡ଼ିକରେ କିପରି ସୁରକ୍ଷିତ ଓ ଶିକ୍ଷଣ ପରିବେଶ ସୃଷ୍ଟି କରାଯାଇପାରିବ ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କର୍ମଶାଳାରେ ମୂଖ୍ୟ ଅତିଥି ଶ୍ରୀମତୀ ମାଝୀ ଛାତ୍ରଛାତ୍ରୀମାନଙ୍କୁ କିପରି ଯୌନ ନିର୍ଯାତନାରୁ ସୁରକ୍ଷା ପାଇବେ ଏବଂ ସତର୍କତା ଅବଲମ୍ବନ କରିବେ ତା ଉପରେ ବିଭିନ୍ନ ପ୍ରକାରର ଉଦାହରଣ ମାଧ୍ୟମରେ ବିସ୍ତୃତ ଆଲୋଚନା କରିଥିଲେ। ଆଇସିସି କମିଟିର ମୁଖ୍ୟ ଶ୍ରୀମତୀ ସଙ୍ଗୀତା ତ୍ରୀପାଠୀ କମିଟି ର କାର୍ଯ୍ୟକାରିତା ଓ ଉପଯୋଗ କିପରି କରିହେବ ବିଷୟରେ ବୁଝାଇଥିଲେ। ଶେଷରେ ଭିଡିଓ ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ସଚେତନତା କରାଯାଇ ଥିଲା।ମହାବିଦ୍ୟାଳୟର ସମସ୍ତ କର୍ମଚାରୀ ଏବଂ ଛାତ୍ରଛାତ୍ରୀ କର୍ମଶାଳାରେ ଯୋଗଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଜଗତସିଂହପୁର ଜିଲ୍ଲା ମହୋତ୍ସବ କଲ୍ଲୋଳ 2023 ଉଦଘାଟିତ

Sunil Chandra Nayak

ବିଧାନସଭାର ଦ୍ୱିତୀୟ ପର୍ଯ୍ୟାୟ ବଜେଟ ଅଧିବେଶନର ପ୍ରଶ୍ନ କାଳ ଆଲୋଚନା ଅବସରରେ ଝରିଗାଁ ବିଧାୟକଙ୍କ ସମର୍ଥନ 

masiha

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

Leave a Comment

error: Content is protected !!