ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୃହପାଳିତ ପ୍ରାଣୀ ମାନଙ୍କ ଟୀକାକରଣ ଶିବିର ଅନୁଷ୍ଠିତ

ଗୃହପାଳିତ ପ୍ରାଣୀ ମାନଙ୍କ ଟୀକାକରଣ ଶିବିର ଅନୁଷ୍ଠିତ 

ରୁପ୍ରା, ୨୨/୭ (ଅଜୟ ସେନାପତି ) : ନର୍ଲାବ୍ଲକ୍ ଅଧିନ ରାକ୍ସି ପଞ୍ଚାୟତରେ କେସିଙ୍ଗା ବନାଞ୍ଚଳ ଅଧିକାରିଣୀ ଶ୍ରୀମତୀ ସ୍ନିଗ୍ଧା ସରିତା ବଳିଆରସିଂ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ବନ ବିଭାଗ କେସିଙ୍ଗା ଓ ପ୍ରାଣୀ ସମ୍ପଦ ବିଭାଗ ନର୍ଲାଙ୍କ ମିଳିତ ଉଦ୍ୟମରେ କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ ସେକ୍ସନ୍ ଅନ୍ତର୍ଗତ ରାକ୍ସି ବନ ସୁରକ୍ଷା ସମିତି ଠାରେ ଗୃହପାଳିତ ପ୍ରାଣୀ ମାନଙ୍କ ଏକ ଟୀକାକରଣ ଶିବିର ମଙ୍ଗଳବାର ଦିନ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ନର୍ଲା ଜୋନ୍ ୨ ଜିଲ୍ଲା ପରିଷଦ ସଭ୍ୟ ଶ୍ରୀ ହରିଶଙ୍କର ମାଝୀ ମୁଖ୍ୟ ଅତିଥି, ସେକ୍ସନ ଫରେଷ୍ଟର ଶ୍ରୀ ଯଶୋବନ୍ତ ପାତ୍ର , ବନରକ୍ଷୀ ଶ୍ରୀ ନିଗମ କୁମାର ସାହୁ , PNGO ଟିମ୍, ଏବଂ ନର୍ଲା ପ୍ରାଣୀ ସମ୍ପଦ ବିଭାଗ AVS ରଞ୍ଜିତା ଟିଗା, MVUVS ସଂଗୀତା ବୈତାଇ ତଥା ମୋବାଇଲ୍ ଭେଟନାରୀ ଟିମ୍ ଶ୍ରୀ ଅନନ୍ତ ନିଆଲ, ଶ୍ରୀ ପ୍ରଶାନ୍ତ ରଣା ତଥା ବିଭାଗୀୟ କର୍ମଚାରୀ ଉପସ୍ଥିତ ଥିଲେ। ପ୍ରାୟ ୨୦୦ରୁ ଅଧିକ ଗୃହପାଳିତ ପ୍ରାଣୀଙ୍କ ଟୀକାକରଣ ହେବାସହ ଝାଡା ଓ କୃମି ଔଷଧ ବଣ୍ଟନ କରାଯାଇଥିଲା।

Related posts

ଜିଲ୍ଲାସ୍ତରୀୟ ଏ-୧ ଗ୍ରେଡ୍‌ଧାରୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

ଜେକେ କାଗଜ କାଳରେ ଜାତୀୟ ସୁରକ୍ଷା ସପ୍ତାହ ସମାପନ ସମାରୋହ

masiha

ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ସଂକଳ୍ପ ଦିବସ 

masiha

Leave a Comment

error: Content is protected !!