ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡିଗ୍ରୀ ମହିଳା ମହାବିଦ୍ୟାଳୟରେ କର୍ମକ୍ଷେତ୍ରରେ ମାନସିକ ଓ ଯୌନ ଉତ୍ପୀଡ଼ନ କାର୍ଯ୍ୟକ୍ରମ 

ଡିଗ୍ରୀ ମହିଳା ମହାବିଦ୍ୟାଳୟରେ କର୍ମକ୍ଷେତ୍ରରେ ମାନସିକ ଓ ଯୌନ ଉତ୍ପୀଡ଼ନ କାର୍ଯ୍ୟକ୍ରମ 

କାମାକ୍ଷାନଗର (ମନିସ )24/7/25 — କାମାକ୍ଷାନଗର ଡିଗ୍ରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ଆଇସିସି ଓ ଆମ ଗୌରବ ଆମ କଲେଜ ମିଳିତ ଉଦ୍ୟମରେ କର୍ମକ୍ଷେତ୍ରରେ ମାନସିକ ଓ ଯୌନ ଉତ୍ପୀଡ଼ନ ସଚେତନତା ଉପରେ ଏକ କାର୍ଯ୍ୟକ୍ରମ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମ ରେ ଭାରପ୍ରାପ୍ତ ଅଧ୍ୟକ୍ଷା ଡ଼କ୍ଟର ରେଣୁକା ପଣ୍ଡା ସଭାପତିତ୍ୱ କରି ସାଂପ୍ରତୀକ ପରିସ୍ଥିତିରେ ଛାତ୍ରୀମାନଙ୍କ ପ୍ରତି ହେଉଥିବା ମାନସିକ ଓ ଯୌନ ଉତ୍ପୀଡ଼କ ଘଟଣା ଉପରେ ଆଲୋକପାତ କରି ସେଥିପ୍ରତି ଛତ୍ରୀମାନେ ନିଜକୁ ସୁଦୃଢ କରି କିପରି ତାହାର ସଠିକ ଭାବେ ମୁକାବିଲା କରିପାରିବେ ସେ ଉପରେ ସୂଚନା ପ୍ରଦାନ କରିଥିଲେ l ଡ଼କ୍ଟର ସେଶାଞ୍ଜଳି ପଣ୍ଡା ଏହି ଆଇନଗତ ଦିଗ ଉପରେ ଆଲୋଚନା କରିଥିଲେ l ଅଧ୍ୟାପିକା ବିଜୟ ଲକ୍ଷ୍ମୀ ମହାନ୍ତି, ସୁରମା ପ୍ରଧାନ, ମୋନାଲିସା ସାହୁ ପ୍ରମୁଖ ଛାତ୍ରୀ ତଥା ମହିଳା କର୍ମଚାରୀମାନେ ନିଜକୁ କିପରି ସୁରକ୍ଷିତ ରଖିପାରିବେ ସେଥିପ୍ରତି ଉଚ୍ଚ ଶିକ୍ଷା ବିଭାଗର ପ୍ରଦତ୍ତ ହେଲ୍ପ ଲାଇନ କିପରି ବ୍ୟବହାର କରିପାରିବେ ସେ ଉପରେ ପରାମର୍ଶ ଦେଇଥିଲେ l ଆମ କଲେଜ ର ସଂଯୋଜକ ଦୀପକ କୁମାର ବିଶ୍ୱାଳ ଧନ୍ୟବାଦ ଦେଇଥିଲେ l ଏଥିରେ ସମସ୍ତ ବିଦ୍ୟାର୍ଥୀ ଏବଂ ଅଧ୍ୟାପିକା ଓ କର୍ମଚାରୀ ଉପସ୍ଥିତ ଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ ଓ ଧର୍ମଗଡଜିଲ୍ଲା ଦାବୀ ମିଳିତ କ୍ରିୟାନୁଷ୍ଠାନ କମିଟି ବୈଠକ।୬ଟି ବ୍ଲକ ଓ ୨ ଏନଏସିକୁ ନେଇ କେନ୍ଦ୍ରୀୟ କମିଟି ଗଠନ ନିଷ୍ପତି 

masiha

ଭଣ୍ଡନ ଆଶ୍ରମ ବିଦ୍ୟାଳୟରେ ଯୋଗ ପ୍ରଶିକ୍ଷଣ ଶିବିର

Sunil Chandra Nayak

ଡୁଡୁକେଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ୭୯ ତମ ସ୍ବାଧିନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!