ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

“ସସ୍କୃତି ବନ୍ଧୁ” ଡିଏସପି ସରୋଜକାନ୍ତ ସାହୁ ଙ୍କୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ 

“ସସ୍କୃତି ବନ୍ଧୁ” ଡିଏସପି ସରୋଜକାନ୍ତ ସାହୁ ଙ୍କୁ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ ପକ୍ଷରୁ ସମ୍ମାନୀତ 

କଟକ : କେନ୍ଦ୍ରାପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ଡିଏସପି ସରୋଜକାନ୍ତ ସାହୁ ଙ୍କୁ “ସଂସ୍କୃତି ବନ୍ଧୁ” ସମ୍ମାନ ରେ ସମ୍ମାନୀତ କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ରେ ବିଭିନ୍ନ ଥାନା ମାନଙ୍କ ରେ ଅଧିକାରୀ ଥିବା ସମୟରେ ଶ୍ରୀଯୁକ୍ତ ସାହୁ ସମାଜ ସଂସ୍କାରକ ଓ ସଂସ୍କୃତି ସଂପନ୍ନ କର୍ମ କରି ସବୁବେଳେ ଚର୍ଚ୍ଚା ରେ ରହିଥାନ୍ତି। ତାଙ୍କ ଅଧୀନ ରେ ଥିବା ପାଟକୁରା ଥାନା, ସଦର ଥାନା ଓ ଡେରାବିସ ଥାନା ରେ ଏକ ରୁ ଅନେକ ମନ୍ଦିର ନିର୍ମାଣ କରାଇବା ସହ ରକ୍ତଦାନ ଶିବିର ଆୟୋଜନ କରିବା ଅନ୍ତର୍ଭୁକ୍ତ ଅଟେ। ସଧାରଣ ଜନତା ଙ୍କ ପାଇଁ ବସିବା ସ୍ଥାନ ବନାଇବା, ପାନୀୟ ଜଳ ବ୍ୟବସ୍ତା, ପାଇଖାନା ନିର୍ମାଣ କରାଇବା ଓ ବୃକ୍ଷ ରୋପଣ କରି ସେ ଜନ ମାନସ ରେ ପରିଚିତ। ଶ୍ରୀଯୁକ୍ତ ସାହୁ ଏବେ ଥାନା ଅଧିକାରୀ ରୁ ପଦୋନ୍ନତି ପାଇ କେନ୍ଦ୍ରାପଡ଼ା ଜିଲ୍ଲାର ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ରେ ଡିଏସପି ଭାବେ କାର୍ଯ୍ୟରତ। ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଗୋଟିଏ ବାର୍ତ୍ତା “ଆମ କର୍ମ ଆମ ପରିଚୟ” । ଏହି ମର୍ମ ରେ ଡିଏସପି ସରୋଜକାନ୍ତ ସାହୁ ଙ୍କୁ “ସଂସ୍କୃତି ବନ୍ଧୁ” ସମ୍ମାନ ରେ ସମ୍ମାନୀତ କରାଯାଇଛି । ତାଙ୍କୁ ଉତ୍ତରୀୟ ସହ ଏକ ଜାମୁଡଳ ବ୍ରୁକ୍ଷ ପ୍ରଦାନ କରାଯାଇଛି। ଆଜି ର କାର୍ଯ୍ୟକ୍ରମ ରେ ପଣ୍ଡିତ ରବିନାରାୟଣ ମହାପାତ୍ର, ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ସଭପତି ଶ୍ରୀଯୁକ୍ତ ଦମନ ମହାନ୍ତି ଓ ଟ୍ରଷ୍ଟ ର ମୁଖ୍ୟ ସହଯୋଗୀ ତପନ କୁମାର ନାଥ ଉପସ୍ଥିତ ଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ଗ୍ରୀଣ୍ଡୁଲ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

ବାଲ୍ୟ ବିବାହ ରୋକିବା ଲାଗି ସଚେତନ ରାଲି 

Sunil Chandra Nayak

Honorary Doctorate ସମ୍ମାନ ପାଇଲେ ଅଧ୍ଯାପିକା ସ୍ବାଗତିକା ସାହୁ

masiha

Leave a Comment

error: Content is protected !!