ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ବିଜୟ କୁମାର ଜେନା ଙ୍କ ସକାଳର ଜଣାଣ

ସକାଳର ଜଣାଣ

ବିଜୟ କୁମାର ଜେନା

 

ଜଗତର ହିତ ସାଧନ ପାଇଁତ

      ତୁମେ ପରା ନାଥ ଅଛ

ପଥରକୁ ଦେବ ପାରଶ କରୁଛ

         କାଚ କାଞ୍ଚନ ସମନ୍ଧ।

କାହାରିକି କେବେ ଭୋକିଲା ରଖନି

          ତୁମ ସୃଷ୍ଟି ଧରା ଧାମେ

କରମ ଯୋଗରେ ଯୋଗ କରାଇଛ

        ପ୍ରତି ପ୍ରାଣୀ ପ୍ରତି ମନେ।

ମଣିଷ ଶରୀର ଆହା କି ଦୁର୍ଲଭ

         ଦୟା କ୍ଷମା କେତେ ଗୁଣ

ଭାବିବାକୁ ଏକ ହୃଦୟ ଦେଇଛ

           ତାରିପାରେ ତୁମ ନାମ।

ଏସବୁ ଗୁଣକୁ ହେଳା କରିବାନି

        ସତ ବ୍ୟବହାର କର

ସଂସାର ଭିତରେ ଚଳିତ ପାରିଲେ

        ମଣିଷ ଜୀବନ ସାର।

ଜଗନ୍ନାଥ ସ୍ଵାମୀ ଦେଖୁଛନ୍ତି ସବୁ

          ରଖିବା ଏଥିରେ ଧ୍ୟାନ

ପଙ୍କିଳ ସଂସାରୁ ଉଦ୍ଧାରିବେ ପ୍ରଭୁ

         ପାଇଯିବା ପରିତ୍ରାଣ।

 

   ଅବସର ପ୍ରାପ୍ତ ପ୍ରାଧ୍ୟାପକ ଶାମୁକା ସାହି ରଣପୁର ନୟାଗଡ଼

Related posts

ଆନ୍ତର୍ଜାତିକ ଯୋଗ ଦିବସ ପାଳିତ

Sunil Chandra Nayak

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା ଜଣାଣ

Sunil Chandra Nayak

ପେଟ୍ରୋଲ ୯ ଟଙ୍କା ୫୦ ଓ ଡିଜେଲ ୭ ଟଙ୍କା କମିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ଙ୍କ ସୂଚନା

Leave a Comment

error: Content is protected !!