ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଭବାନୀପାଟଣା ଠାରେ ଜିଲ୍ଲା ସ୍ତରୀୟ ମଇ ଦିବସ ତଥା ଆନ୍ତଜାତୀୟ ଶ୍ରମିକ ଦିବସ ପାଳିତ

ଭବାନୀପାଟଣା (ମ ନି ସ) ତା ୧.୫.୨୦୨୨ରିଖ ଆଜି ସ୍ଥାନୀୟ ବିଜୁ କଲ୍ୟାଣ ମଣ୍ଡପ ଠାରେ ଓଡିଶା କୋଠାବାଡ଼ି ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡ ଏବଂ ଅଣ ସଂଗଠିତ ଶ୍ରମିକ ସାମାଜିକ ସୁରକ୍ଷା ବୋର୍ଡ ର ଆନୁକୁଲ୍ୟରେ ଜିଲ୍ଲା ସ୍ତରୀୟ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଦିବସ ରେ ମୁଖ୍ୟଅତିଥି ରୂପେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସମ୍ମାନିତ ଅତିଥି ରୂପେ ଲାଞ୍ଜିଗଡ ବିଧାୟକ ଶ୍ରୀ ପ୍ରଦୀପ କୁମାର ଦିସାରି , ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୁଶାନ୍ତ କୁମାର ପଟେଲ,ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ପ୍ରମୁଖ ଯୋଗ ଦେଇଥିଲେ। ପ୍ରଦୀପ ପ୍ରଜ୍ବଳନ ପରେ ସଭା କାର୍ଯ ଆରମ୍ଭ କରିଥିଲେ ଜିଲ୍ଲା ଶ୍ରମ ଅଧିକାରୀ ଶ୍ରୀ ସୁବାସ ଚନ୍ଦ୍ର ମଣ୍ଡଳ ଓ ଦିବସ ପାଳନ ଉପରେ ସ୍ୟମକ ଧାରଣା ଦେଇଥିଲେ। ବକ୍ତାଗଣ ନିଜ ବକ୍ତବ୍ୟରେ ଶ୍ରମିକ ମାନଙ୍କ ଶ୍ରମ,ନିଷ୍ଠା ଓ ପ୍ରତିବଦ୍ଧତା ଯୋଗୁ ଆଜି ରାଜ୍ୟର ସାମଗ୍ରିକ ବିକାଶ ଉନ୍ନତି ପଥରେ ଆଗେଇ ଚାଲିଛି ବୋଲି କହିଥିଲେ । ଲାଞ୍ଜିଗଡ ବିଧାୟକ ଶ୍ରମିକ ମାନଙ୍କୁ ଶ୍ରମ ଆଇନ୍ ସଚେତନତା ଅଭିଯାନ ଦ୍ଵାରା ସଚେତନ କରାଯାଉ ଏବଂ ପ୍ରତି ବ୍ଲକରେ ଜିଲ୍ଲା ଶ୍ରମ କାର୍ଯ୍ୟାଳୟ ଦ୍ଵାରା କ୍ୟାମ୍ପ କରି ଶ୍ରମିକମାନଙ୍କୁ ପଞ୍ଜିକରଣ ର ବ୍ୟବସ୍ଥା କରି ଶ୍ରମ ଆଇନ ଓ ରାଜ୍ୟ ସରକାର ଙ୍କ ନିର୍ମାଣ ଶ୍ରମିକ କଲ୍ୟାଣ ଯୋଜନା ଉପରେ ବିଶେଷ ଧ୍ୟାନ ଦେବାପାଇଁ କହିଥିଲେ।ମୁଖ୍ୟ ଅତିଥି ଶ୍ରୀ ସିଂହଦେଓ ଉପସ୍ଥିତ ଶ୍ରମିକ ଭାଇ ଭଉଣୀ ହିତାଧିକାରୀଙ୍କୁ ମେ ଦିବସର ଅଭିନନ୍ଦନ ଜଣାଇ ରାଜ୍ୟ ସରକାରଙ୍କ କଲ୍ୟାଣକାରୀ ଶ୍ରମିକ ଯୋଜନାରେ ପ୍ରତ୍ୟେକ ପଞ୍ଜୀକୃତ ଶ୍ରମିକ ଯେପରି ଲାଭବାନ ହେବେ ଓ ନିର୍ଦ୍ଧାରିତ ମଜୁରୀ ଓ ଅନ୍ୟାନ୍ୟ ସୁବିଧା ପାଇପାରିବେ ସେଥି ପ୍ରତି ଦୃଷ୍ଟି ଦେବାକୁ କହିଥିଲେ। ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲ ଶ୍ରମିକ ମାନଙ୍କ ଚାକିରି ସର୍ତ୍ତାବଳୀ, ମଜୁରୀ,ସାମାଜିକ ସୁରକ୍ଷା ଓ ଶ୍ରମିକ କଲ୍ୟାଣ ନିମନ୍ତେ ବ୍ୟାପକ ପ୍ରଚାର ପ୍ରସାର ହେଲେ ଶ୍ରମିକ ମାନଙ୍କ ସ୍ୱାର୍ଥ ବଜାୟ ରହିବା ସଙ୍ଗେ ରାଜ୍ୟ ଓ ଦେଶର ଉନ୍ନତି ହେବ ବୋଲି କହିଥିଲେ। ପୌରାଧ୍ୟକ୍ଷା ଶ୍ରୀମତୀ ପଟେଲ ଉପସ୍ଥିତ ଶ୍ରମିକ ମାନଙ୍କୁ ଶୁଭେଛା ଜଣାଇ ନିଜକୁ ପଞ୍ଜୀକୃତ କରି ସମସ୍ତ କଲ୍ୟାଣକାରୀ ଯୋଜନାରୁ ଲାଭ ଉଠାଇବାକୁ କହିଥିଲେ । ଦିବସ ଉପଲକ୍ଷେ ଶ୍ରମିକ ହିତାଧିକାରୀ ମାନଙ୍କୁ ମଞ୍ଚରେ ମୁଖ୍ୟ ଅତିଥି ମୃତ୍ୟକାଳୀନ ସହାୟତା, ଅନ୍ତେଷ୍ଟି କ୍ରିୟା ସହାୟତା,ପ୍ରସୂତି କାଳୀନ ସହାୟତା,ଶିକ୍ଷା ସହାୟତା ଓ ପରିଚୟ ପତ୍ର ପ୍ରଦାନ କରିଥିଲେ ।ଶ୍ରୀମତୀ ତ୍ରିବେଣୀ ନାଏକ ଙ୍କୁ ମୃତ୍ୟକାଳୀନ ସହାୟତା ୨ ଲକ୍ଷ ଟଙ୍କା, ବୈଜନ୍ତି ଭାଟିଙ୍କୁ ଅନ୍ତେଷ୍ଟି କ୍ରିୟା ସହାୟତା ବାବଦ ୫୦୦୦ ଟଙ୍କା, ହଂସିନି ମାଝୀ ଙ୍କୁ ଅନ୍ତେଷ୍ଟି କ୍ରିୟାସହାୟତା ବାବଦ କୁ ୧୦୦୦୦ ଟଙ୍କା,ପାଣ୍ଡବ ସୁନା ଙ୍କୁ ଶିକ୍ଷା ସହାୟତା ବାବଦ ୩୬୦୦ ଟଙ୍କା, ଅଣ ସଂଗଠିତ ଶ୍ରମିକ କ୍ଷେତ୍ରରେ ଅରକ୍ଷିତ ମାଝୀ ଙ୍କୁ ମୃତ୍ୟକାଳୀନ ସହାୟତା ବାବଦ ୧ ଲକ୍ଷ ଟଙ୍କା ଦିଆଯାଇଥିଲା।ଏହା ବ୍ୟତୀତ ଏଭଳି ସହାୟତା ପାଇଁ ତାଲିକାଭୁକ୍ତ ଶ୍ରମିକ ହିତାଧିକାରୀ ମାନଙ୍କ ନାମ ଅନ୍ତର୍ଭୁକ୍ତ କରାଯାଇ ଅନୁମୋଦନ ମଞ୍ଜୁରୀ ପାଇଁ ପଠାଯାଇଛି ବୋଲି ଶ୍ରମ ଅଧିକାରୀ କହିଥିଲେ। ସଭାରେ ଅନ୍ୟମାନଙ୍କ ମଧ୍ୟରେ ଡିଭିଜନାଲ ଶ୍ରମ କମିସନର ଶ୍ରୀ ନରେନ୍ଦ୍ର ରାଇକା,ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ମନୋଜ ବେହେରା,ସହକାରୀ ଶ୍ରମ ଅଧିକାରୀ ,ଧର୍ମଗଡ ଶ୍ରୀ ସୁଶାନ୍ତ ପାଇକରାୟ ,ଶ୍ରମ କାର୍ଯ୍ୟାଳୟ କର୍ମକର୍ତ୍ତା ତଥା ଗଣ ମାଧ୍ୟମ ପ୍ରତିନିଧି ଉପସ୍ଥିତ ଥିଲେ।

Related posts

ସାପ କାମୁଡାରେ ଜଣକର ମୃତ୍ୟୁ

Sunil Chandra Nayak

ବେଣୁଧର ସୂତାର ଙ୍କ କବିତା କବି ତୁମେ

Sunil Chandra Nayak

କଳାହାଣ୍ଡି ସାମ୍ବାଦିକ ସମୁହ ପକ୍ଷରୁ ସାମ୍ବାଦିକ ସୁରକ୍ଷା ନେଇ ଶୋଭାଯାତ୍ରା ଓ ଦାବୀପତ୍ର ପ୍ରଦାନ 

Sunil Chandra Nayak

Leave a Comment

error: Content is protected !!