ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

ଝାଡଖଣ୍ଡ ରାଜ୍ୟର ପ୍ରାକ୍ତନ ମୁଖ୍ୟମନ୍ତ୍ରୀଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ ତରଫରୁ ଗଭୀର ଶୋକ ଓ ଶ୍ରଦ୍ଧାଞ୍ଜଳି

 ମୟୂରଭଂଜ – ୪/୦୮ — ଆଜି ଝାଡ଼ଖଣ୍ଡ ରାଜ୍ୟର ମହାନ ଜନନାୟକ ତଥା ତିନି ତିନିଥର ମୁଖ୍ୟମନ୍ତ୍ରୀ ପଦ ଅଳଙ୍କୃତ କରିଥିବା,ତଥା ପ୍ରାକ୍ତନ କେନ୍ଦ୍ରର କୋଇଲା ମନ୍ତ୍ରୀ,ତଥା ବର୍ତମାନର ରାଜ୍ୟସଭା ସାଂସଦ ଶିବୁ ସୋରେନ(୮୧) ଙ୍କ ର ଦିଲ୍ଲୀରେ ଚିକିତ୍ସାଧୀନ ଅବସ୍ଥାରେ ଦେହାନ୍ତ ହୋଇଯାଇଛି ।ସେ ଜଣେ କ୍ରାନ୍ତିକାରୀ ମହାନ ଆଦିବାସୀ ନେତା ଥିଲେ ।ତାଙ୍କରି ଦୁର୍ବାର ଆନ୍ଦୋଳନ ଯୋଗୁଁ ବିହାର ରାଜ୍ୟରୁ ମୁକ୍ତ ହୋଇ ନୂତନ ଝାଡ଼ଖଣ୍ଡ ରାଜ୍ୟର ଗଠନ ହୋଇଥିଲା ।ଓଡ଼ିଶା,ଝାଡ଼ଖଣ୍ଡ ଜ୍ଵର ପଶ୍ଚିମବଙ୍ଗରେ ଆଦିବାସୀମାନଙ୍କର ଲୋକପ୍ରିୟ ନେତା ଥିଲେ ।ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଜେଏମଏମ କାର୍ଯ୍ୟାଳୟ ପରିସରରେ ମୟୂରଭଂଜ ଜିଲ୍ଲା ଉପସଭାପତି ଘନଶ୍ୟାମ ପିଙ୍ଗୁଆଙ୍କ ପୌରହିତ୍ୟରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି ।ଏଥିରେ ଜେଏମଏମ ପ୍ରବକ୍ତା ସୁନିଲ ମାଝୀ,ବରିଷ୍ଠ ନେତା ସାଲୁ କିସ୍କୁ, ରଣଜିତ ସିଂ ,ଭାଗବତ ମାଝୀ, ଲାଗୁ,ସମେତ ବହୁ ଦଳୀୟ ନେତୃବୃନ୍ଦ ଓ କର୍ମି ଉପସ୍ଥିତ ରହି ତାଙ୍କ ଫଟୋ ଚିତ୍ରରେ ପୁଷ୍ପମାଲ୍ୟ ଦେଇ ଗଭୀର ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।ସାରା ଭାରତ ଏକ ବିଶିଷ୍ଟ ଆଦିବାସୀ ନେତା ହରାଇଲେ ବୋଲି କହିଥିଲେ ।ତାଙ୍କର ତ୍ୟାଗ,ନିଷ୍ଠା, ଯୋଗୁଁ ଆଜି ଝାଡ଼ଖଣ୍ଡ ରାଜ୍ୟର ସୃଷ୍ଟି ସୋଇପାରିଛି ।ଆଦିବାସୀଙ୍କ ସ୍ବାର୍ଥ ଲଢେଇ ପାଇଁ ତାଙ୍କର ପ୍ରେରଣା ଆଶୀର୍ବାଦ ହୋଇ ରହିବ ।

 ମୟୂରଭଂଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

‘ ମାସା’ ସଂଗଠନ ପକ୍ଷରୁ ବିଶ୍ବ ଆଦିବାସୀ ଦିବସ ପାଳିତ

Sunil Chandra Nayak

ଧର୍ମଗଡ଼ ବ୍ଲକ ଓବିସି ମଞ୍ଚର ସାଧାରଣ ବୈଠକ

Sunil Chandra Nayak

ଜିଲ୍ଲାସ୍ତରୀୟ ବିସିଜି ଟୀକାକରଣର ଶୁଭାରମ୍ଭ

masiha

Leave a Comment

error: Content is protected !!