ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

ଶିକ୍ଷାର ମାନ ବୃଦ୍ଧି ନିମନ୍ତେ ପ୍ରଧାନ ଶିକ୍ଷକଙ୍କ ତାଲିମ ଅନୁଷ୍ଠିତ 

ରାୟଗଡ଼ ଜିଲ୍ଲାରେ ଶିକ୍ଷାର ଗୁଣାତ୍ମକମାନ ବୃଦ୍ଧି ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଅଭିନବ ପ୍ରୟାସ ଦେଖିବାକୁ ମିଳିଛି । ଜିଲ୍ଲାପାଳ ଆଶୁତୋଷ କୁଲକର୍ଣ୍ଣିଙ୍କ ଅନୁମତିକ୍ରମେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହକଙ୍କ ନିର୍ଦ୍ଦେଶ ଅନୁଯାଇ ରାୟଗଡ ବ୍ଲକ ଅନ୍ତର୍ଗତ ସମସ୍ତ ବିଦ୍ୟାଳୟର ମୁଖ୍ଯ ଶିକ୍ଷକବୃନ୍ଦଙ୍କ ଏକ ଦିବସୀୟ ତାଲିମ ତଥା ପରାମର୍ଶ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ରାୟଗଡ ବ୍ଲକ ଓ ପୌରାଞ୍ଚଳର ସମସ୍ତ ସରକାରୀ ଓ ଘରୋଇ ଶିକ୍ଷାନୁଷ୍ଠାନ ଗୁଡିକର ପ୍ରଧାନ ଶିକ୍ଷକ, ଅଧ୍ୟକ୍ଷ ବୃନ୍ଦ ଯୋଗ ଦେଇଥିଲେ । ମୁଖ୍ଯ ଅତିଥିରୂପେ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀ ରାମଚନ୍ଦ୍ର ନାହାକ, ବରେଣ୍ଯ ଅତିଥି ରୂପେ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଭଜନଲାଲ ମାଝୀ, ଜି ସି ଡି ଜିଲ୍ଲା ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ନମିତା ପଧାନ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ସୁନୀତା ଭୋଇ, ପିରାମିଲ ଫାଉଣ୍ଡେସନର କାର୍ଯ୍ୟକ୍ରମ ମୁଖ୍ଯ ଓ ସଂଚାଳକ ଚୈତନ୍ୟ ପଟେଲ ଏବଂ ସମ୍ବିତ ତ୍ରିପାଠୀ, ସଂବଳ ବ୍ୟକ୍ତିତ୍ବ ରାୟଗଡ ବ୍ଲକ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଛବିଲାଲ ସିଂ, ସମଗ୍ର ଶିକ୍ଷାର ଜିଲ୍ଲା ପ୍ରୋଗ୍ରାମର ଦିଲ୍ଲୀପ କୁମାର ସାବତ (ବୁଲୁ) ଓ ରାୟଗଡ ବ୍ଲକର ଯୋଜନା ସଂଯୋଜକ ସୁଶାନ୍ତ ପଲେଇ ପ୍ରମୁଖ ଯୋଗଦେଇ ବିଦ୍ୟାଳୟର ବିକାଶଧାରା ବିଷୟରେ ଆଲୋଚନା କରିଥିଲେ । 

      ବିକାଶଧାରାର ବିଭିନ୍ନ ମାନଦଣ୍ଡ ଅନୂଯାଇ ଜିଲ୍ଲା ଶିକ୍ଷାର ପ୍ରଗତିକୁ ତ୍ବରାନ୍ବିତ କରିବା ନିମନ୍ତେ ସାମାଜିକ ବ୍ୟବସ୍ଥାରେ ଉଭୟ ସରକାରୀ ଓ ଘରୋଇ ଅନୁଷ୍ଠାନର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ରାଷ୍ଟ୍ରୀୟ ସର୍ଭେକ୍ଷଣ ପରକ୍ଷ ୨୦୨୪ ଅନୁସାରେ ତୃତୀୟ ଶ୍ରେଣୀର ପିଲାଙ୍କର ଦକ୍ଷତା ସର୍ବେକ୍ଷଣରେ ରାୟଗଡ ଓଡିଶାରେ ପଞ୍ଚମ ସ୍ଥାନ ଅଧିକାର କରିଥିବାବେଳେ ଷଷ୍ଠ ଓ ନବମ ଶ୍ରେଣୀ ସର୍ବେକ୍ଷଣରେ ପିଲାଙ୍କ ଦକ୍ଷତା ସନ୍ତୋଷଜନକ ଅଛି । ଆମକୁ ପୁଣି ଅନେକ ରାସ୍ତା ଅତିକ୍ରମ କରିବାକୁ ଅଛି ବୋଲି ଶ୍ରୀ ନାହାକ ପ୍ରକାଶ କରିଛନ୍ତି । ୟୁଡାଇସରେ ସଠିକ ତଥ୍ଯ ପ୍ରଦାନ କରିବାକୁ ହେବ । ଆସ ସ୍କୁଲ ଯିବା ଅଭିଯାନରେ ସିଟିଏସ ମାଧ୍ୟମରେ ଅଧାରୁ ପାଠ ଛାଡୁଥିବା ପିଲାଙ୍କୁ ଚିହ୍ନଟ କରି ସେମାନଙ୍କୁ ମୁଖ୍ଯ ସ୍ରୋତକୁ ଫେରାଇ ଆଣିବା ପାଇଁ ସଂପୃକ୍ତ ଅଂଚଳର ଶିକ୍ଷକଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି । ମହିଳା ଓ ବାଳିକାଙ୍କ ପ୍ରତି ଅସାଦାଚରଣ ରୋକିବା ନିମନ୍ତେ ଆଭ୍ୟନ୍ତରୀଣ ସଂଯୋଜନା କମିଟି ଗଠନ, ବିଦ୍ୟାଳୟ ସୁରକ୍ଷା ଯୋଜନା, ବିଦ୍ୟାଳୟ ବିକାଶ ଯୋଜନା ପ୍ରସ୍ତୁତି ଉପରେ ଆଲୋଚନା ହୋଇଥିଲା ।ଘରୋଇ ଶିକ୍ଷାନୁଷ୍ଠାନଗୁଡିକରେ ପିଲାଙ୍କ ବ୍ୟାଗର ଓଜନ କମ କରିବା ସହ ଶିଶୁ ସୁରକ୍ଷା ନିମନ୍ତେ କଡା ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଥିଲା । ପ୍ରତି ବିଦ୍ୟାଳୟରେ ଏକ ପେଡ ମାଁକେ ନାମ ଯୋଜନାରେ ପ୍ରତି ପିଲା ପିଛା ଗଛଟିଏ ରୋପଣ ପାଇଁ ଅବଗତ କରାଯାଇଥିଲା । ପି ଏମ ପୋଷଣ ଯୋଜନାରେ ଉତ୍ତମ ମାନର ଖାଦ୍ୟ ପରିବେଷଣ ସହ ପ୍ରତିଦିନ ହିତାଧିକାରୀଙ୍କ ସଂଖ୍ୟା ମେସେଜ ମାଧ୍ୟମରେ ବିଭାଗକୁ ଅବଗତ କରିବା ଜରୁରୀ ।ସମସ୍ତ ଘରୋଇ ବିଦ୍ୟାଳୟ ସରକାରଙ୍କ ବିନା ଅନୁମତିରେ ଅବା ବିନା ପଞ୍ଜୀକରଣରେ ପରିଚାଳନା କରୁଥିଲେ ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡିତ ହେବେ ।

      ୟୁଡାଇସ ତଥ୍ଯ ଅନଲାଇନ ମାଧ୍ୟମରେ ପୂରଣ କୌଶଳ ସମସ୍ତଙ୍କୁ ପ୍ରଦାନ କରାଯାଇଥିଲା । ଆଗାମୀ ଦିନରେ ଏହାର ସୁଫଳ ରାୟଗଡ ବାସୀ ନିଶ୍ଚିତ ପାଇବେ ବୋଲି ଶ୍ରୀ ଭଜନ ଲାଲ ମାଝୀ କହିଛନ୍ତି । ନିଜ ବିଦ୍ୟାଳୟକୁ ଏକ ନମ୍ବର କରିବା ପାଇଁ ଚେଷ୍ଟା କଲେ ରାୟଗଡ ଶିକ୍ଷାରେ ଏକ ନମ୍ବର ହେବ ଏବଂ ପ୍ରତି ବ୍ଲକରେ ଏପରି କାର୍ଯ୍ୟକ୍ରମ ଆୟୋଜନ କରିବା ପାଇଁ ଜିଲ୍ଲା ଶିକ୍ଷାଧିକାରୀ ଆହ୍ବାନ ଦେଇଥିଲେ । ବରିଷ୍ଠ ଶିକ୍ଷକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ଓ ଏବିଇଓ ଛବିଲାଲ ସିଂ ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବ୍ଲକସ୍ତରୀୟ ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀ ଅନୁଷ୍ଠିତ

masiha

ଶଙ୍କରାଖୋଲା ଆଞ୍ଚଳିକ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟ ରେ ଛାତ୍ରୀ ଙ୍କର ଆତ୍ମରକ୍ଷା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

କୋକସରାଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକ ଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!