ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣା ପ୍ରଦାୟୀ ହେବ : ରାଜେନ୍ଦ୍ର ପତି 

ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣା ପ୍ରଦାୟୀ ହେବ : ରାଜେନ୍ଦ୍ର ପତି 

ବ୍ରହ୍ମପୁର,୦୮/୮/୨୫ : କଳା ଓ କଳାକାର ହିତୈଷୀ ମହାମଞ୍ଚ ” ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ ” ପକ୍ଷରୁ ସ୍ଥାନୀୟ ଗିରି ମାର୍କେଟ ଛକ ସ୍ଥିତ ପ୍ରକାଶମ୍ ହଲ୍ ପରିସରରେ ରାଜ୍ୟସ୍ତରୀୟ ଗ୍ରାମୀଣ ନାଟ୍ୟ ଦିବସ ମହାସମାରୋହରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକ୍ରମକୁ ବରିଷ୍ଠ ଯାତ୍ରା କଳାକାର ରାଜେନ୍ଦ୍ର ମୋହନ ପତି ବିଧିବତ୍ ଉଦଘାଟନ କରି ଗ୍ରାମୀଣ ନାଟ୍ୟ ଦିବସ ଲୋକ କଳାକାର ମାନଙ୍କ ପ୍ରେରଣାର ଉତ୍ସ ହେବ ବୋଲି ତାଙ୍କ ଉଦ୍ଘାଟନୀ ବକ୍ତବ୍ୟ ଉପସ୍ଥାପନ କରିଥିଲେ । ବରିଷ୍ଠ ସାହିତ୍ୟିକ ତଥା ମଞ୍ଚ ଅଭିନେତା ଡଃ. ବିଜୟ ଚନ୍ଦ୍ର ମହାରଣାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସାଂସ୍କୃତିକ ସଭାରେ ଲୋକ ସଂସ୍କୃତି ଗବେଷକ ଡଃ. ବୟମନୁ ଚର୍ଚ୍ଚି ମୂଖ୍ୟବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ଶିକ୍ଷାବିତ୍ ନାଲ୍ଲା ନୀଳକଣ୍ଠ, କୋରାପୁଟ ସଂଘ ସମ୍ପାଦକ ବାଲାଜୀ ପ୍ରସାଦ ସାମନ୍ତରା ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ମହାସଂଘ ସଭାପତି ସୀମାନ୍ତ ନଟରାଜ ଡ଼ା. ତିରୁପତି ସାହୁଙ୍କ କୃତି ଓ କୃତିତ୍ୱ ତଥା ଗ୍ରାମୀଣ ନାଟ୍ୟ କ୍ଷେତ୍ରରେ ଥିବା ଉଲ୍ଲେଖନୀୟ ଅବଦାନ ସମ୍ପର୍କରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅଭିରାମ ରାଉଳ ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିବା ବେଳେ ମହାସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ସୀମାନ୍ତ ନଟରାଜ ଡ଼ା. ସାହୁଙ୍କୁ ବଳଦେବ ସାହୁ, ଅଭିରାମ ରାଉଳ ଆନୁଷ୍ଠାନିକ ଜନ୍ମଦିନ ଶୁଭେଚ୍ଛା ଜ୍ଞାପନ କରିଥିଲେ । ମହାସଂଘ ପକ୍ଷରୁ ବିଭିନ୍ନ ଜିଲ୍ଲାରୁ ଆଗତ ନାଟ୍ୟ ଗୁରୁ ତଥା ଅଭିନେତା ସର୍ବଶ୍ରୀ ହିମାଂଶୁ ଦଳପତି, ଦୟାନିଧି ଭତରା, ମୁନା ପ୍ରଧାନୀ, ମୋହନ କମର, କୃଷ୍ଣ ଚନ୍ଦ୍ର ଗୌଡ଼, ଶ୍ରୀରାମ ସ୍ୱାଇଁ ପ୍ରମୁଖଙ୍କୁ ମାନପତ୍ର, ସ୍ମୃତି ଫଳକ ଏବଂ ଉତ୍ତରୀୟ ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯାଇଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ମହେନ୍ଦ୍ର କୁମାର ସାହୁ, ଚିତ୍ତରଞ୍ଜନ ଦଳେଇ, ସୁଦାମ ପଟ୍ଟନାୟକ, ଚନ୍ଦ୍ରଭାନୁ ନାୟକ, ଦୀପକ କୁମାର ପ୍ରଧାନ, ଚନ୍ଦ୍ରଭାନୁ ନାୟକ ପ୍ରମୁଖ ସହଯୋଗ କରିଥିଲେ । ପରିଶେଷରେ ଉପ ମହାସଚିବ ପ୍ରଦୀପ କୁମାର ସାହୁ ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

Related posts

ଚମେଲୀ ଦେବୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ରେ  “ନୂଆ_ଓ ଯୁବ ଓଡିଶା-ନବୀନ ଓଡିଶା ” କାର୍ଯ୍ୟକ୍ରମ ଉଦଯାପିତ

masiha

DRM Inaugurates New Facility at Ultra Washtex Pvt. Ltd.

Sunil Chandra Nayak

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

Sunil Chandra Nayak

Leave a Comment

error: Content is protected !!