ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

ଜୁନାଗଡ଼ ରେ ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ

ଜୁନାଗଡ଼ ୧୦/୮ ( ମନୀ ସ ) ଜୁନାଗଡ଼ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସଭା ଗୃହରେ ଆମ ଓଡ଼ିଶା ପକ୍ଷରୁ ସ୍ଥାନୀୟ ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆଙ୍କ ନେତୃତ୍ୱରେ ଅନୁଷ୍ଟିତ କାର୍ଯ୍ୟକ୍ରମରେ ସମ୍ବାଦ ସାହିତ୍ୟ ଘରର ସଭାପତି ଅଶୋକ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ୱରେ ଏହି ନିଶା ନିବାରଣ ଓ ରାଖୀ ବନ୍ଧନ କାର୍ଯ୍ୟକ୍ରମ ମହା ସମାରୋହରେ ଅନୁଷ୍ଟିତ ହୋଇଥିଲା ।ଏହି କାର୍ଯ୍ୟକ୍ରମ ଅବସରରେ ଜୁନାଗଡ଼ ସିଟିଜନ ଫୋରମର ସଭାପତି ତଥା ବରିଷ୍ଠ ଆଇନଜୀବୀ ଅଶୋକ କୁମାର ପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ନିଶା ନିବାରଣ ସମନ୍ଦିୟ ମତ ରଖିଥିଲେ ।ଏଥିରେ ବରିଷ୍ଠ ଆଇନଜୀବୀ ତଥା ସମାଜସେବୀ ବିଶ୍ୱନାଥ କର ମୁଖ୍ୟ ବକ୍ତା ଭାବେ ଯୋଗଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବେ କୁବେର ସମାଜର ସଭାପତି ଉଦ୍ଧବ ଚରଣ ସାହୁ ,ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ଶ୍ରବଣ କୁମାର ସାହୁ ,ଓକିଲ ନବ କିଶୋର ବେହେରା , ଶିକ୍ଷକ ମଳୟ ମୁଣ୍ଡ ,ନିରଞ୍ଜନ ସାହାଣୀ ,ମନୋଜ ମେହେର ପ୍ରମୁଖ ଯୋଗଦାନ କରିଥିଲେ ।କାର୍ଯ୍ୟକ୍ରମରେ କ୍ଷମା ଶିଳା ଛତ୍ରିଆ ,ଲିନା ରାଣୀ ସାହୁ ଏବଂ ବିଦ୍ୟାଳୟର ଛାତ୍ରୀ ଟିକେଶ୍ୱରୀ ଓ ସେହ୍ନ। ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ।କାର୍ଯ୍ୟକ୍ରମକୁ ଭାଗିରଥି ସାଗର ପରିଚାଳନା କରିଥିବାବେଳେ ସି ଆର ପି ନେପୁର ନ।ଏକ ଧନ୍ୟବାଦ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ ,ଗୁରୁମା ତଥା ମିଶନ ଶକ୍ତିର ମହିଳା ବିନୋଦିନି ପଟେଲ ,ସୁନିତା ବିହାର ,ସସ୍ମିତା ନ।ଏକ ପ୍ରମୁଖ ସହଯୋଗ କରିଥିଲେ । 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଗୋପବନ୍ଧୁ ପାଠାଗାରରେ ଗୁରୁ ଦିବସ ପାଳନ ସହ ଅଜିତ ଦାସ ସ୍ମୃତି ସମ୍ମାନ ପ୍ରଦାନ

masiha

କୋକସରା ଝଙ୍କଡ଼ ପାଇକ ସମାଜର କର୍ମକର୍ତ୍ତା ମନୋନୀତ

Sunil Chandra Nayak

ପଙ୍ଗୁ କରିଦେଲା ସ୍ପାଇନଲ କଡ,ଗାଁ ଗାଁ ବୁଲି ଭିକ ମାଗି ଚଳୁଛି, ପ୍ରଶାସନ କି ମନ୍ତ୍ରୀ ଶୁଣିଲେନି ଦୁଃଖ

Sunil Chandra Nayak

Leave a Comment

error: Content is protected !!