ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ନିଦ୍ଧାରିତ ସମୟରେ ସ୍କୁଲ ଆସିଲେନି ଶିକ୍ଷକ, ସ୍କୁଲ ସାମ୍ନାରେ ଜଗି ରହିଲେ ଛାତ୍ରଛାତ୍ରୀ

କୋକସରା,୨ା୫- (ମ ନି ସ)    ଗ୍ରୀଷ୍ମପ୍ରବାହ କୁ ଦୃଷ୍ଟିରେ ରଖି ୫ଦିନ ଧରି ସ୍କୁଲ ଛୁଟି ରହିବା ପରେ ସୋମବାର ଠାରୁ ସକାଳୁଆ ସ୍କୁଲ ଖୋଲିଛି । ଏବେ ସକଳା ୬ଟା ରୁ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲିବା ନେଇ ସରକାରଙ୍କ ନିର୍ଦ୍ଦେଶ ରହିଛି । ହେଲେ କୋକସରା ଗୋଷ୍ଠୀ ଶିକ୍ଷା ବିଭାଗ ଅଧିନରେ ଥିବା ତୁନଗାଁ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ଶିକ୍ଷକ ମାନଙ୍କ ଅବହେଲା ଓ ନିଦ୍ଧାରିତ ସମୟରେ ସ୍କୁଲ ଆସି ନ ଥିବାରୁ ଛାତ୍ରଛାତ୍ରୀ ମାନେ ଦିର୍ଘ ୧ଘଣ୍ଟା ରୁ ଉର୍ଦ୍ଧ ସମୟ ଧରି ସୋମବାର ସ୍କୁଲ ସାମ୍ନାରେ ଶିକ୍ଷକ ଙ୍କୁ ଅପେକ୍ଷା କରି ରହିଥିଲେ । ପରେ ଜଣେ ଶିକ୍ଷକ ୭ଟା ସମୟରେ ପହଞ୍ଚି ସ୍କୁଲ ଖୋଲିଥିବା ଅଭିଯୋଗ ହୋଇଛି । ବିଭିନ୍ନ ସମୟରେ ଏହି ବିଦ୍ୟାଳୟ ର ଶିକ୍ଷକ ମାନେ ଠିକ୍ ସମୟରେ ସ୍କୁଲ ଆସୁ ନଥିବା ପୂର୍ବରୁ ମଧ୍ୟ ଅଭିଯୋଗ ହୋଇଛି । ତେବେ ଛାତ୍ରଛାତ୍ରୀ ମାନେ ସ୍କୁଲ କୁ ଆସି ଦିର୍ଘ ଘଣ୍ଟେ ରୁ ଉର୍ଦ୍ଧ ସମୟ ଶିକ୍ଷକ ମାନଙ୍କୁ ଅପେକ୍ଷା କରିଥିବା ଘଟଣା କୁ ଅଭିଭାବକ ଓ ଗ୍ରାମବାସୀ ନା’ ପସନ୍ଦ କରିବା ସହ କାର୍ଯ୍ୟରେ ଅବହେଲା କରୁଥିବା ଶିକ୍ଷକ ମାନଙ୍କ ଉପରେ ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି । ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଗୌରାଙ୍କ ଶବରଙ୍କ ପ୍ରତିକ୍ରିୟା ନେବାରୁ ଦୂରରୁ ଆସୁଥିବାରୁ ୫/୧୦ ମିନିଟ୍ ବିଳମ୍ବ ହୋଇଛି, ଘଣ୍ଟେ ସମୟ ବିଲମ୍ବ ହୋଇଥିବା କଥା କୁ ଅସ୍ୱୀକାର ଥିଲେ । ସେହିପରି ସିଆର୍‌ସିସି ପ୍ରଶାନ୍ତ ଶବରଙ୍କ ପ୍ରତିକ୍ରିୟା ନେବାରୁ ବର୍ତ୍ତମାନ ସ୍କୁଲ ଖୋଲା ହୋଇ ସାରିଛି । ହେଲେ ପୂର୍ବରୁ ମଧ୍ୟ ଏହି ବିଦ୍ୟାଳୟରେ କିଛି ଅଭିଯୋଗ ଆସିଛି, ଆମେ ସମିକ୍ଷା ବୈଠକରେ ସେ ମାନଙ୍କୁ ତାଗିଦ ମଧ୍ୟ କରିଛୁ ବୋଲି କହିଛନ୍ତି । ଅନ୍ୟପଟେ କୋକସରା ଗୋଷ୍ଠୀ ଶିକ୍ଷାଧିକାରୀ ରମାକାନ୍ତ ଦାସ କହିଛନ୍ତି ସର୍ଜମିନ ଦତନ୍ତ କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ଦାସ କହିଛନ୍ତି ।

Related posts

ଉପେନ୍ଦ୍ର କୁମାର ବସ୍ତିଆ ଙ୍କ କବିତା ମୌସୁମୀ ହେ ତୁମେ ଆସ

Sunil Chandra Nayak

ଚପ୍ରିଆ ଗୋଷ୍ଟୀ ସ୍ଵାସ୍ତ୍ୟକେନ୍ଦ୍ର ଠାରେ ମହିଳା ଦିବସ ପାଳିତ

Sunil Chandra Nayak

ଅବସରପ୍ରାପ୍ତ ଛାତ୍ରବତ୍ସଳ ଶିକ୍ଷକ ସନ୍ତୋଷ କୁମାର ମିଶ୍ରଙ୍କ ହୃଦ୍ ଘାତରେ ପରଲୋକ….ଅଞ୍ଚଳରେ ଶୋକର ଛାୟା

Sunil Chandra Nayak

Leave a Comment

error: Content is protected !!