ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ପକ୍ଷରୁ ତ୍ରିରଙ୍ଗା ଶୋଭାଯାତ୍ରା

ରାଉରକେଲା: ସେକ୍ଟର ୨ ସ୍ଥିତ ସୁଶୀଳାବତୀ ସରକାରୀ ମହିଳା ମହାବିଦ୍ୟାଳୟ ର ସାଂସ୍କୃତିକ ପରିଷଦ ଏବଂ ଜାତୀୟ ସେବା ଯୋଜନାର ମିଳିତ ଉଦ୍ୟମରେ ହରଘର ତ୍ରିରଙ୍ଗା ଶୋଭାଯାତ୍ରା ଆଜି ଅନୁଷ୍ଠିତ ହୋଇଯାଇଛି। ସାଂସ୍କୃତିକ ପରିଷଦ ଓ ଜାତୀୟ ସେବା ଯୋଜନାର ସଂଯୋଜକଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା l କଲେଜର ଅଧ୍ୟକ୍ଷା ଇପଶିଵା ଏକ୍କା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପତାକା ଦେଖାଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l ପ୍ରାଧ୍ୟାପକ ପ୍ର. ମାନସ ବେହେରା, ଅଧ୍ୟାପକ ପ୍ରକାଶ ସୋରେଙ୍ଗ , ସମାଜସେବୀ ବିବେକାନନ୍ଦ ଦାସଙ୍କ ସମେତ କଲେଜ ର ଅନ୍ୟ ଅଧ୍ୟାପକ ଓ ଅଧ୍ୟାପିକାବୃନ୍ଦ, କଲେଜର ଛାତ୍ରୀ ପ୍ରମୁଖ ଯୋଗଦେଇ ଶୋଭାଯାତ୍ରାରେ ସାମିଲ ହୋଇଥିଲେ l ପ୍ରାରମ୍ଭରେ ଜାତୀୟ ସଂଗୀତ ଗାନ କରାଯାଇଥିଲା l ସମସ୍ତେ ତ୍ରିରଙ୍ଗା ଧରି ବିଭିନ୍ନ ଜାତୀୟତା ବୋଧ ଧ୍ୱନୀ ଦେଇ ଶୋଭାଯାତ୍ରା ରେ ଯାଇଥିଲେ l ଏହି ଶୋଭାଯାତ୍ରା ସେକ୍ଟର ୨ କଲେଜ ପରିସରରୁ ବାହାରି ଟାଉନ ସର୍ଭିସ ଅଫିସ ଛକ, ରିଙ୍ଗ ରୋଡ଼ ହୋଇ ସେକ୍ଟର ୨ ଛକ ଦେଇ ପୁଣି କଲେଜ ପରିସରକୁ ଫେରିଥିଲା l ଘରଘର ତ୍ରିରଙ୍ଗା – ହରଘର ତ୍ରିରଙ୍ଗା କାର୍ଯ୍ୟକ୍ରମ କୁ ସଫଳ କରିବା ପାଇଁ ଆହ୍ୱାନ ଦିଆଯାଇଥିଲା l ସାଂସ୍କୃତିକ ପରିଷଦ ଓ ଜାତୀୟ ସେବା ଯୋଜନାର ସ୍ବେଚ୍ଛାସେଵୀଗଣ ଓ ଷ୍ଟାଫ କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

‘ସିଏମ୍‌ କିଷାନ’ ଯୋଜନା: ନୂଆପଡ଼ାର ୯୮,୧୧୨ ହିତାଧିକାରୀଙ୍କୁ ମିଳିଲା ୧୯.୬୯ କୋଟି ଟଙ୍କାରୁ ଅଧିକ ସହାୟତା

Sunil Chandra Nayak

ବାମନଘାଟୀ ଏବଂ ପାଞ୍ଚପିଢ ଶାରୀରିକ ଶିକ୍ଷା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ବାର୍ଷିକ ବନ୍ଧୁ ମିଳନ

masiha

ନକଲି ସାମ୍ବାଦିକ ମାନଙ୍କୁ ଚିହ୍ନଟ ଦାବୀ କଲା ୱାର୍କିଙ୍ଗ ଜର୍ନାଲିଷ୍ଟ ୟୁନିୟନ 

Sunil Chandra Nayak

Leave a Comment

error: Content is protected !!