ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ

ରାୟଗଡା — 14.8.25 — ରାୟଗଡ଼: ରାୟଗଡା ଜିଲ୍ଲା ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ତରଫରୁ ତୁମ୍ବିଗୁଡା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ୭୯ତମ ସ୍ୱାଧୀନତା ଦିବସ ଉପଲକ୍ଷେ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଉଯାଇଛି । ଉତ୍କଳ ମିଡ଼ିଆ ସାମ୍ବାଦିକ ସଂଘ ର ସଭାପତି ଦୟା ନନ୍ଦ ଖାଡ଼ଙ୍ଗା ଙ୍କ ଅଧ୍ୟକ୍ଷତାରେ ମୂଖ୍ୟ ଅତିଥି ଭାବେ ଅବସରପ୍ରାପ୍ତ ଶିକ୍ଷକ ଶ୍ରୀ ପ୍ରଶାନ୍ତ ପଟ୍ଟନାୟକ ଯୋଗ ଯୋଗଦେଇ ବିକଶିତ ଭାରତ ଗଠନ ରେ ଛାତ୍ର ଛାତ୍ରୀଙ୍କ ଭୂମିକା ଉପରେ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ .ଏହି ଅବସରରେ ବିଦ୍ୟାଳୟର ପ୍ରାୟ ୧୫ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରେ “ବିକଶିତ ଭାରତରେ ଛାତ୍ରଙ୍କ ଭୂମିକା” ବିଷୟ ବସ୍ତୁ ନେ଼ଇ ଏକ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ କରାଯାଇଥିଲା । ଏଥିରେ ସଂପୂର୍ଣ୍ଣା ନଏକ ପ୍ରଥମ ସ୍ଥାନ ଅଧିକାର କରିଥିବା ଭବିସ୍ୟା ମେଲକା ଦୂତୀୟ ସ୍ଥାନ ଓ ପ୍ରିତମ ନାୟକ ତୃତୀୟ ସ୍ଥାନ ଅଧିକାର ହାସଲ କରିଥିବା ବେଳେ ମୁଖ୍ୟଅତିଥିଙ୍କ ଦ୍ୱାରା ପୁରସ୍କୃତ କରାଯାଇଥିଲା । ଉକ୍ତ ପ୍ରତିଯୋଗିତାରେ ଯୋଗ ଦେଇଥିବା ସମସ୍ତ ପ୍ରତିଯୋଗୀଙ୍କୁ ମୂଖ୍ୟ ଅତିଥିଙ୍କ ଦ୍ୱାରା ମାନପତ୍ର ଦେଇ ସମ୍ମାନୀତ କରାଯାଇଥିଲା । ଉତ୍କଳ ମିଡ଼ିଆ ସାମ୍ବାଦିକ ସଙ୍ଘ ର ସମ୍ପାଦକ ଶ୍ରୀ ମନୋଜ କୁମାର ସାହୁ ଉକ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିବା ବେଳେ ସଙ୍ଘର ଉପଦେଷ୍ଟା କେ. କ୍ରିଷ୍ଣାମୂର୍ତ୍ତି ଙ୍କ ସହ ସ୍କୁଲ ର ଭାର ପ୍ରାପ୍ତ ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଜୟନ୍ତୀ ରାଓ, ସହକାରୀ ଶିକ୍ଷକ ପ୍ରଦୀପ କୁମାର ତ୍ରିପାଠୀ. ଶିକ୍ଷୟତ୍ରୀ ସଂଯୁକ୍ତା ପାଢ଼ୀ, ଶାନ୍ଟୁନୁ ନାୟକ, ଜଗଦୀଶ ଚନ୍ଦ୍ର ସାହୁ, ସୁବାସିନୀ ଶବର, ସୁନିତା ମିଶ୍ର ପ୍ରମୁଖ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଅବ୍ୟବସ୍ଥା ମଧ୍ୟରେ ଓଡେଶୁ ଗାଁ 

masiha

ଅନୁଷ୍ଠିତ ହେଲା ପୂଜ୍ଯପୂଜା ସଂସଦର ସମ୍ବର୍ଦ୍ଧନା ସଭା

masiha

ଓଡ଼ିଶା ଏସବିଆଇ ଆଉଟସୋର୍ସିଂ କର୍ମଚାରୀ ସଂଘର ସାଧାରଣ ପରିଷଦ ବୈଠକ, ଦାବି ପୂରଣ ନ ହେଲେ ଆନ୍ଦୋଳନ ହେବ

masiha

Leave a Comment

error: Content is protected !!