ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ

ବହୁଜନ ସଂଗ୍ରାମ ସମିତି ତରଫରୁ ୭୯ତମ ସ୍ୱାଧୀନତା ଦିବସ ପାଳିତ 

ଜୁନାଗଡ଼,୧୫/୮(ମନୀସ) ଜୁନାଗଡ଼ବହୁଜନ ସଂଗ୍ରାମ ସମିତି ତରଫରୁ ସଭାପତି ରଂଜନ ଜାଲ ଙ୍କ ସଭାପତିତ୍ୱରେ ୭୯ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ଡ଼କ୍ଟର ଆମ୍ବେଦକର ପ୍ରତୀମୂର୍ତ୍ତି ରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ୭୯ ତମ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା।ଏହି କାର୍ଯ୍ୟକ୍ରମ ରେ ଭାବରେ ବହୁଜନ ସଂଗ୍ରାମ ସମିତି ର ସଭାପତି ଶ୍ରୀଯୁକ୍ତ ରଞ୍ଜନ କୁମାର ଜାଲ ଜାତୀୟ ପତାକା ଉତ୍ତୋଳନ କରିଥିଲେ। ଡଙ୍ଗା ଘାଟ ପଡାର ଯୁବତୀ ମ।ନେ ଜାତୀୟ ପତାକା ଉତ୍ତୋଳନ କରିଥିଲେ।ଦେଶ ସ୍ୱାଧୀନତା ହୋଇ ଛି ହେଲେ ଆଜି ମଧ୍ୟ ଦେଶରେ ସାଧାରଣ ଜନତା ସ୍ୱାଧୀନତା ପାଇପାରି ନାହାନ୍ତି।ଏଣୁ ଆମେ ସମସ୍ତେ ମିଶି ଅନ୍ୟାୟ ଅତ୍ୟାଚାର ଭ୍ରଷ୍ଟାଚାର ନାରୀ ନିର୍ଯାତନା ବିରୁଦ୍ଧରେ ସ୍ୱର ଉତ୍ତୋଳନ କରି ଏଥି ପ୍ରତି ଯତ୍ନବାନ ହେବାର ଆବଶ୍ୟକତା ରହିଛି ବୋଲି ସେ ତାଙ୍କ ବକ୍ତବ୍ୟରେ ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମ ରେ ଉଦ୍ଧବ ସାହୂ. ନରେନ୍ଦ୍ର ଖିତି, ହାଇସ୍କୁଲ ପ୍ରଧାନ ଶିକ୍ଷକ ନେପାଲଚନ୍ଦ୍ର ବାଗ, ମଳୟ ମୁଣ୍ଡ ନିଜର ବକ୍ତବ୍ୟ ପ୍ରଦାନ କରିଥିଲେ। ରବିଶଙ୍କର. ଟିକଚନ୍ଦ ବାଗ. ଭୋକରଧନ ଧଙ୍ଗଡାମାଝୀ. ଉଗ୍ରେସନ କନ୍ଦପାନ, . ନିଲୁ ମାଝୀ, ରତନ ଧଙ୍ଗ ଡା ମାଝୀ, ଶିବ ମହାନନ୍ଦ, ଗୌରାଙ୍ଗ ସୁନା, ଶରତ ଶବର ,ମିନୁ କନ୍ଦପାନ, ଅଞ୍ଜନ କ୍ଷିତି, ଘନଶ୍ୟାମ କ୍ଷିତି,ଓ କୁନି କୁନି ଛାତ୍ର ଛାତ୍ରୀ ଶିକ୍ଷକ ପ୍ରମୁଖ ଉପସ୍ଥିତରହି ଥିଲେ। 

ଜୁନାଗଡ଼ ରୁ ନରେନ୍ଦ୍ର କ୍ଷିତି ଙ୍କ ରିପୋର୍ଟ୍ 

Related posts

ଶିମିଳିପାଳ ନର୍ସିଂ କଲେଜରେ ଆନ୍ତର୍ଜାତିକ ସେବିକା ଦିବସ

ବିଏମ୍ ସେମଳା ରେ ଧର୍ମ ରକ୍ଷା ପାଇଁ ଧର୍ମ ସଭା

Sunil Chandra Nayak

ସମୃଦ୍ଧ ସରକାର ଶାଶନରେ ସ୍ୱାସ୍ଥ୍ୟକେନ୍ଦ୍ରର ଅଧୋଗତି

Sunil Chandra Nayak

Leave a Comment

error: Content is protected !!