ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

ଇନ୍ଦିରା ନଗର ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଆସ ସ୍କୁଲ ଯିବା ଅଭିଯାନ 

ରାୟଗଡ଼ ତା ୧୬-୮-୨୦୨୫ —  ରାୟଗଡ ପୌରାଞ୍ଚଳର ଇନ୍ଦିରାନଗର ଓ ଅଶୋକ ନଗର ଅଞ୍ଚଳରେ ଶନିବାର ଆସ ଆମେ ସ୍କୁଲ ଯିବା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ପିଲାଏ ହାତରେ ପ୍ଲାକାର୍ଡ ଧରି ସାହି ସାହି ବୁଲି ସଚେତନତାର ସ୍ଲୋଗାନ ଦେଇଥିଲେ । ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ଯ ବୃନ୍ଦ ଏଥିରେ ସାମିଲ ହୋଇଥିଲେ । ଅଠର ବର୍ଷରୁ କମ୍ ସମସ୍ତ ଶିଶୁ ପାଠପଢିବେ ଏଥିପାଇଁ ଜନ ସଚେତନତା ସୃଷ୍ଟି କରାଯାଇଥିଲା ।

        ପରେ ବିଦ୍ୟାଳୟରେ ଶିକ୍ଷକ ଅଭିଭାବକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ ଏସ୍ ଏମ୍ ସି ଅଧ୍ୟକ୍ଷା ଶ୍ରୀମତୀ ଜି ସ୍ବପ୍ନା ସଭାପତିତ୍ଵ କରିଥିଲେ । ଓସେପା ନିର୍ଦ୍ଦେଶାନାମା ଅନୁସାରେ ବିଦ୍ୟାଳୟର ବିକାଶ ସଂପର୍କିତ ବିଷୟବସ୍ତୁମାନ ଆଲୋଚନା ହୋଇଥିଲା । ଏଥିରେ ପ୍ରମିଳା ପଣ୍ଡା, ବାସନ୍ତି ମିଶ୍ର, ପ୍ରଭାତ ସେନାପତି, ସୋନାଲିସା ସାମଲ, ରଞିତା ସାମନ୍ତରାୟ, ମନୋରମା ସାହୁ, ନୀଳାଞ୍ଚଳ ମିଶ୍ର ଓ ପିଲାଙ୍କ ପିତାମାତା, ଅଭିଭାବକ ପ୍ରମୁଖ ଯୋଗଦେଇଥିଲେ । ବୈଠକ ପ୍ରାରମ୍ଭରେ ସ୍ବର୍ଗତ ଶିକ୍ଷୟିତ୍ରୀ ନମିତା ମାଝୀଙ୍କ ସ୍ବର୍ଗବାସରେ ସମସ୍ତେ ନୀରବ ପ୍ରାର୍ଥନା କରିଥିଲେ ଓ ନୀଳାଞ୍ଚଳ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ । 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଵାମନଘାଟୀ ଉପଜିଲ୍ଲାପାଳ ହେବେ ଉଗ୍ରସେନ ଓରାମ

ମହାଶିବରାତ୍ରି ଜାଗର ମହାସମାରୋହରେ ପାଳିତ

masiha

ଯୋଗ ଗୁରୁ ରାଜେଶ ଙ୍କୁ ବିଦ୍ୟା ବାଚସପତି (ହୋନରୀ ଡ଼କ୍ଟରଟ ସମ୍ମାନ ପ୍ରାପ୍ତ 

masiha

Leave a Comment

error: Content is protected !!