ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

ଶେଷଖାଲ ଠାରେ ସମ୍ଭାବ୍ଯ ବିପତ୍ତିର ମୁକାବିଲା ପା ଇଁ ଲିଙ୍ଗଗତ ଅନ୍ତର୍ଭୁକ୍ତିକରଣ ତାଲିମ ଅନୁଷ୍ଠିତ 

ରାୟଗଡ଼ ତା ୧୮-୮-୨୦୨୫ —   ରାୟଗଡ଼ ବ୍ଲକ ଶଷଖାଲ ଠାରେ ସୋମବାର ରାଜ୍ଯ ବିପର୍ଯ୍ୟୟ ପରିଚାଳନା କର୍ତ୍ତୁପକ୍ଷ ଆନୁକୁଲ୍ୟରେ ଏକଦିବସୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ବିପର୍ଯ୍ୟୟ କ୍ଷେତ୍ରରେ ମହିଳାଙ୍କ ଅନ୍ତର୍ଭୁକ୍ତିକରଣ ସଂପର୍କିତ ଆଲୋଚନା ହୋଇଥିଲା। ଜିଲ୍ଲା ପ୍ରଶାସନ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଓସଡମାର ଜିଲ୍ଲା ପ୍ରକଳ୍ପ ଅଧିକାରୀ ପ୍ରଦୋଶ ରଞ୍ଜନ ଜେନା, ଓସଡମାର ତାଲିମପ୍ରଦାନକାରୀ ଦଳ, ପି ଏ ଗୋପାଳ ପଣ୍ଡା, ସମ୍ବଳ ଶିକ୍ଷକ ନୀଳାଞ୍ଚଳ ମିଶ୍ର ପ୍ରମୁଖ ତାଲିମ ପ୍ରଦାନ କରିଥିଲେ। ମହିଳା ଓ ଶିଶୁ ବିକାଶ ବିଭାଗର ସୁପରଭାଇଜର ଏମ୍ ମାଙ୍ଗାମା ଶିଶୁ, ମାତୃ ଓ କିଶୋରୀ ବାଳିକାଙ୍କ ନିମନ୍ତେ ଉଦ୍ଦିଷ୍ଟ ଯୋଜନାଗୁଡ଼ିକ ବିଷୟରେ କହିଥିଲେ । ଆଗାମୀ ଦିନରେ କିଶୋରୀବାଳିକାଙ୍କୁ ନେଇ ଦୁଇ ଦିନିଆ ତାଲିମ ଅନୁଷ୍ଠିତ ହେବ। ଏଥିପାଇଁ ଆଲୋଚନା କରାଯାଇଥିଲା । ଶେଷଖାଲ ପଞ୍ଚାୟତର ସମସ୍ତ ଅଙ୍ଗନବାଡି କର୍ମୀ, ଆଶାକର୍ମୀ, ୱାର୍ଡ ସଦସ୍ଯ, ଜୀବିକା ମିଶନର ସି ଆରପି, ଏମବିକେ ଆଦି ଅଂଶଗ୍ରହଣ କରିଥିଲେ । ଉଦଘାଟନ ଉତ୍ସବରେ ସମିତି ସଭ୍ଯ କ୍ରୀଷ୍ଣା କଲାକା, ଶେଷଖାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ଦିଲ୍ଲୀପ କୁମାର ପଣ୍ଡା, ନିର୍ବାହୀ ଅଧିକାରୀ ମନୋଜ ଜିଲାକାରା ଉପସ୍ଥିତ ଥିବାବେଳେ କର୍ମଶାଳାର ଆୟୋଜନରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ପଞ୍ଚାୟତ କାର୍ଯ୍ଯାଳୟର କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରକ୍ଷଣା ବେକ୍ଷଣ ଅଭାବରୁ କାର୍ଯ୍ୟରେ ଅସୁନି ରାଜପୁର ପୁର୍ଣି ବନ୍ଦ ,ତିନି ବର୍ଷ ହେଲା ହଉନି ନିଲାମ ,ସରକାରୀ ରାଜସ୍ୱ ହାନି 

masiha

ଅଜଣା ଗାଡି ଧକ୍କାରେ ବାଇକ ଆରୋହୀ ମୃତ

Sunil Chandra Nayak

ବିହାର ଦିବସ ପାଳିତ 

masiha

Leave a Comment

error: Content is protected !!