ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

ରୋଟାରୀ କ୍ଲବ୍ ଜିଲ୍ଲା ୩୨୬୧ ର ଟିମ୍ ଓଜସ୍ବୀ ଉଦଘାଟିତ

ରାଉରକେଲା: ରୋଟାରୀ କ୍ଲବ ଜିଲ୍ଲା ୩୨୬୧ କୁ ଅଧିକ ନମନୀୟ, ଅଧିକ ବିବିଧ, ଅଧିକ ଟେକ୍ନୋଲୋଜି-ସକ୍ଷମ ଏବଂ ଅଧିକ ସ୍ପନ୍ଦନଶୀଳ କରିବା ପାଇଁ ଜିଲ୍ଲା ଗଭର୍ଣ୍ଣର ୨୦୨୬-୨୭ ଙ୍କ କାର୍ଯ୍ୟାଳୟ ରେ ଟିମ୍ ଓଜସ୍ବୀ କୁ ରାଉରକେଲାର ସିଭିଲ ଟାଉନସିପ ସ୍ଥିତ ଜେଜେ/୯ ଠାରେ ଉନ୍ମୋଚିତ କରାଯାଇଛି। ଏହି ପବିତ୍ର ଅବସରରେ ପିଡିଜି ଏଫ୍ ସି ମହାନ୍ତି, ପିଡିଜି ମଞ୍ଜିତ ସିଂହ ଆରୋରାଙ୍କ ସମେତ ବହୁ ବରିଷ୍ଠ ରୋଟାରିଆନ୍ ମାନେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ଜିଲ୍ଲାର ବିଭିନ୍ନ ରୋଟାରୀ କ୍ଲବର ସଭାପତି, ପୂର୍ବତନ ସଭାପତି ଏବଂ ରାଉରକେଲାର ବିଭିନ୍ନ ରୋଟାରୀ କ୍ଲବରୁ ପ୍ରାୟ ୮୦ ଜଣ ରୋଟାରିଆନ୍ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସମସ୍ତେ ଡିଷ୍ଟ୍ରିକ୍ଟ ଗଭର୍ଣ୍ଣର୍ ୨୦୨୬-୨୭ ର ଆଲାମ ସିଂହ ରୂପ୍ରା ଏବଂ ପ୍ରଥମ ମହିଳା ହରପାଲ ରୂପ୍ରାଙ୍କୁ ସେମାନଙ୍କ କାର୍ଯ୍ୟକାଳର ସଫଳତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ଡିଜି ଆଲାମ ସିଂହ ରୂପ୍ରା ତାଙ୍କ ଭାଷଣରେ ଜିଲ୍ଲା ୩୨୬୧କୁ ଅଧିକ କ୍ରୀୟାଶୀଳ ଓ ଆଗକୁ ନେବା ପାଇଁ ସମସ୍ତଙ୍କୁ ସମର୍ଥନ କରିବାକୁ ଅନୁରୋଧ କରିଥିଲେ। ଶେଷରେ ସେ ୨୦୨୬-୨୭ ରୋଟାରୀ ବର୍ଷ ପାଇଁ ଟିମ୍ ଓଜସ୍ବୀ ର ଅଂଶ ହେବାକୁ ଥିବା କିଛି ରୋଟାରିଆନଙ୍କ ନାମ ଘୋଷଣା କରିଥିଲେ। ଯେଉଁମାନେ ଜିଲ୍ଲାରେ ତାଙ୍କ କାର୍ଯ୍ୟକାଳ ମଧ୍ୟରେ ବିଭିନ୍ନ ପଦବୀରେ ରହି ତାଙ୍କୁ ସହାୟତା କରିଥିଲେ। ଏହି କାର୍ଯ୍ୟକ୍ରମ ସୈ।ହାର୍ଦ୍ଦପୂର୍ଣ୍ଣ ବାତାବରଣ ରେ ସମାପନ ହୋଇଥିଲା। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଚାନ୍ଦିଲି, ପେଣ୍ଟା ଓ କର୍ଲାକଣା ପଞ୍ଚାୟତରେ ବୁଲିଲା ବିକାଶ ବାହନ

masiha

୧- ଜଙ୍ଗଲରୁ ୧୫ ଶାଳଗଣ୍ଡି ବୋଝେଇ ପିକ୍‌ଅପ୍ ଭ୍ୟାନ୍ ଜବତ, ୨- ଶିଶୁ ବିକାଶ ପ୍ରକଳ୍ପ ରେ ବ୍ୟାପକ ଅନିୟମିତତା , ୩-ବିନା ମେଟ୍ରାନ ରେ ଆବାସିକ ସେବାଶ୍ରମ ଛାତ୍ରୀ ନିବାସ, ୪- ୮ ମାସ ଧରି ଭତ୍ତାରୁ ବଞ୍ଚିତ ବିଧବା ଜାନକୀ , ୫-ଗୋବିନ୍ଦେଇ ସାହିରେ ଲଗାଣ ବର୍ଷାରେ କୂଅ ଭୁଶୁଡ଼ି ପଡ଼ିବାରୁ ମରାମତି ପାଇଁ ଜିଲ୍ଲାପାଳଙ୍କୁ ଅନୁରୋଧ, ୬- ବନବିଭାଗ ଦ୍ବାରା ବୋଡ଼ା ସାପ ଉଦ୍ଧାର, ୭- ଭାଙ୍ଗି ଗଲାଣି ରେଳ ଓଭର ବ୍ରିଜ,ହେଉନି ମରାମତି, ୮- ପୁରୁଣା କଟକ ସମ୍ବଲପୁର ରାସ୍ତାର ଅବସ୍ଥା ଶୋଚନୀୟ, ୯- ଅନ୍ଧାରରେ ୪୦ ଗାଁ ଢେଙ୍କାନାଳରେ ବିଦ୍ୟୁତ ସେବା ବିପର୍ଯ୍ୟସ୍ତ , ୧୦- ନିଷ୍କାସନ ହୋଇପାରୁନି ବର୍ଷାଜଳ ଜାତୀୟ ରାଜପଥରେ ଜମୁଛି ପାଣି, ୧୧-ଜିଲ୍ଲା ସ୍ତରୀୟ ଶ୍ରମ ପର୍ଯ୍ୟବେକ୍ଷଣ ସମିତି ବୈଠକ, ୧୨- କନ୍ତାରିପାଟ ଗାଁ ନିକଟରେ ଟ୍ରେନ୍ ଧକ୍କାରେ ୧୩ ଗୋରୁ ମୃତ, ୧୫ରୁ ଉର୍ଦ୍ଧ୍ୱ ଆହତ ,୧୩- ଦନ୍ତା ହାତୀର ମୃତ୍ୟୁ ଦେହ ଉଦ୍ଧାର,କେନାଲରେ ପଡି ମୃତ 

Sunil Chandra Nayak

ପାଇପ ଲାଇନ ବିଛାଇବା ନାମରେ ରାସ୍ତା ଖୋଳି ବିଭିନ୍ନ ଗ୍ରାମ ର ସାହି ରାସ୍ତା ବିପର୍ଯ୍ୟସ୍ତ : ମରାମତି ପାଇଁ ଦାବୀ

masiha

Leave a Comment

error: Content is protected !!