ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

ଅସହାୟ ପରିବାରର ପ୍ରତିପୋଷଣ ପାଇଁ ଗୋ ସମ୍ପତି ଦାନ କଲେ ଶ୍ରୀ ଜଗନ୍ନାଥ ଟ୍ରଷ୍ଟ 

କଟକ: କେନ୍ଦ୍ରାପଡ଼ା ଜିଲ୍ଲା କେନ୍ଦ୍ରାପଡ଼ା ବ୍ଲକ୍ ଅନ୍ତର୍ଗତ ଚକ୍ରୋଡା ଗ୍ରାମପଞ୍ଚାୟତ ର ନରିଲୋ ଗ୍ରାମରେ ବସବାସ କରନ୍ତି ହରିହର ମଳିକଙ୍କ ପରିବାର l ୮ବର୍ଷ ର ପୁଅ, ୫ବର୍ଷ ର ଝିଅ ଓ ସ୍ତ୍ରୀ ଙ୍କୁ ନେଇ ଆଗକୁ ଚାଲିଥାଏ ତାଙ୍କର ସୁଖୀ ପରିବାର l ହରିହର ମଳିକ ଦିନ ମଜୁରିଆ କାମକରି ତାଙ୍କର ଗୁଜୁରାଣ ମେଣ୍ଟାନ୍ତି l କାହିଁକି କେଜାଣି ଏହି ପରିବାରକୁ କାହାର ନଜର ଲାଗିଯାଏ, ଗତ ଜୁନ ୨୧ ତାରିଖ ରେ ବିଦୁତ୍ ଆଘାତରେ ତାଙ୍କର ଅକାଳ ବିୟୋଗ ହୁଏ l ତାଙ୍କ ପରିବାରରେ ହରିହରଙ୍କ ବ୍ୟତୀତ ଆଉ କେହି ରୋଜଗରକ୍ଷମ ନଥିବାରୁ ତାଙ୍କ ସ୍ତ୍ରୀ ଆଉ ଦୁଇ ଛୋଟ ପିଲା ଅତି ଦୁଃଖରେ ତାଙ୍କର କାଳାତିପାତ କରନ୍ତି l ଏହି ଖବର ସ୍ଥାନୀୟ ବାସିନ୍ଦା ଓ କିଛି ଗଣମାଧ୍ୟମ ଦ୍ଵାରା ପ୍ରକାଶ ପାଇବା ପରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଓ ସମ୍ପାଦକ ତାଙ୍କ ପରିବାର ପାଖକୁ ଯାଇ ପ୍ରକୃତ ତଥ୍ୟ ତଦନ୍ତ କରିଥିଲେ l ଆଜି ଏହି ପରିବାର କୁ ଦୁଇଟି ଗୋ ସମ୍ପତି ଦାନ କରାଯାଇଛି l ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଏହି କାର୍ଯ୍ୟକ୍ରମ ସ୍ଥାୟୀ ସମାଧାନର ପନ୍ଥା ଅଟେ l ଟ୍ରଷ୍ଟ ପକ୍ଷରୁ ଗୋମାତା ପ୍ରଦାନ ପରେ ଏକ ଚୁକ୍ତି ପତ୍ର ସ୍ବାକ୍ଷର କରାଯାଇଛି l ଏଥିରେ ଉଲ୍ଲେଖ ଅଛି କି ଏହି ପରିବାର ଗୋ ସମ୍ପଦ ଦ୍ଵାରା ନିଜର ଗୁଜୁରାଣ ମେଣ୍ଟାଇବା ଓ ତାଙ୍କର ସୁରକ୍ଷା କରିବେ l ଯଦି ନକରି ପାରିବେ ତେବେ ଟ୍ରଷ୍ଟ ର କର୍ମକର୍ତ୍ତାଙ୍କ ସହ ଯୋଗାଯୋଗ କରିବେ l ସେମାନେ ଏହି ଗୋମାତାଙ୍କୁ ଅନ୍ୟତ୍ର ବିକ୍ରୟ କରିପାରିବେ ନାହିଁ କିମ୍ବା ଅନ୍ୟ ସମ୍ପ୍ରଦାୟକୁ ବିକ୍ରି କରିପାରିବେ ନାହିଁ l ଗୋ ସମ୍ପତି ର ସୁରକ୍ଷା ଆମର ଲକ୍ଷ୍ୟ ବୋଲି ଟ୍ରଷ୍ଟ ପକ୍ଷରୁ ବାର୍ତ୍ତା ଦିଆଯାଇଛି l 

ଆଜିର କାର୍ଯ୍ୟକ୍ରମରେ ଶ୍ରୀ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟର ସଭାପତି ଦମନ ମହାନ୍ତି,ସମ୍ପାଦକ ରାଜେଶ କୁମାର ବାରିକ,ମନୋଜ କୁମାର ଜେନା,ଅହିତ୍ରାଂଶୁ ବେହେରା, ବ୍ରଜକିଶୋର ଦାସ,ମନୋଜ କୁମାର ରାଉତ,ନିଗମ କୁମାର ସାହୁ, ଭାବଗ୍ରାହୀ ସାହୁ ଓ ଅମ୍ବୁଜ ଲେଙ୍କା ଉପସ୍ଥିତ ଥିଲେ l 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ହାଇସ୍କୁଲ କର୍ମଚାରୀ ସିମାଞ୍ଚଳ ଦାସଙ୍କ ପରଲୋକ

Sunil Chandra Nayak

ଅଡ୍ରି ଗ୍ରାମରେ ବନ ମହୋତ୍ସବ” ପାଳିତ

ଜନ ମଙ୍ଗଳ, ରାସୋଳ ପକ୍ଷରୁ ଐତିହାସିକ ପର୍ବ ଉତ୍କଳ ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!