ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଡାବୁଗାଁ ଦୁର୍ଗାପୂଜା ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଡାବୁଗାଁ, ୧୯/୮ (ମ. ନି. ସ.) – ଡାବୁଗାଁ ସଦର ମହକୁମା ସ୍ଥିତ ଦୁର୍ଗା ପୂଜା ମଣ୍ଡପ ନିକଟରେ ମଙ୍ଗଳବାର ସନ୍ଧ୍ୟା ରେ ଗ୍ରାମର ଭଦ୍ର ବ୍ୟକ୍ତି ଜି. ସାଇ ରାଜୁଙ୍କ ସଭାପତିତ୍ବ ରେ ଡାବୁଗାଁର ଜନସାଧାରଣ ଙ୍କୁ ନେଇ ଦୁର୍ଗା ପୂଜା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ପୂଜାକୁ ଆକର୍ଷଣୀୟ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ନେଇ ଆଲୋଚନା ହୋଇଥିଲା । ଦୀର୍ଘ ବର୍ଷରୁ ପାଳିତ ହୋଇ ଆସୁଥିବା ଏହି ପୂଜା ଗ୍ରାମର ସାମାଜିକ ଏକତାକୁ ମଜବୁତ କରିଆସୁଥିବା ବେଳେ ଆଡ଼ମ୍ବର ସହକାରେ ପାଳନ ନେଇ ମତ ପ୍ରକାଶ ପାଇଥିଲା । ଦୁର୍ଗାପୂଜା ପରିଚାଳନା ପାଇଁ ନୂତନ କମିଟି ଗଠନ କରାଯାଇଥିଲା। ସଭାପତି ଭାବେ ସୁରେନ୍ଦ୍ର କୁମାର ମିଶ୍ର, ଉପସଭାପତି ଦିବ୍ୟରଞ୍ଜନ ପାତ୍ର, ସମ୍ପାଦକ ସନ୍ତୋଷ ପାତ୍ର, କୋଷାଧକ୍ଷ ଭଗବାନ ପାତ୍ର ଏବଂ ସୁରେଶ ଚନ୍ଦ୍ର ବେହେରାଙ୍କୁ ଚୟନ କରାଯାଇଥିଲା। ଦୁର୍ଗାପୂଜା ର ସମସ୍ତ କାର୍ଯ୍ୟର ତଦାରଖ ପାଇଁ ଟୁକୁ ବିଷୋୟୀ ଙ୍କୁ ଦାଇତ୍ୱ ଦିଆଯାଇଛି। ଏତଦ ବ୍ୟତୀତ ଚଳିତ ବର୍ଷର ପୂଜା ନିମନ୍ତେ ଉପଦେଷ୍ଟା ଭାବରେ ଜି. ସାଇ ରାଜୁ, ପ୍ରକାଶ ଚନ୍ଦ୍ର ପଣ୍ଡା, ସୂର୍ଯ୍ୟ ନାରାୟଣ ସୁବୁଦ୍ଧି, ଗୁପ୍ତ ବିଷୋୟୀ, ରାଜେଶ ଅଗ୍ରୱାଲ, ବାବି ଜେନା, କୈଳାସ ବିଷୋୟୀ, ଜଗନାଥ ରେଲି, ଆର. ଶଙ୍କର ରାଓ, ସଦାନନ୍ଦ ନାୟକ, ଟି. ଜଗନୁ ବାବୁ, ବୁଲୁ ରାୟ, ତାତା ରାଓ, ବିକାଶ ରଞ୍ଜନ ନିଶଙ୍କ, ସୌଭାଗ୍ୟ ବିଶ୍ୱାଳ ଙ୍କୁ ଉପଦେଷ୍ଟା ଭାବେ ଚୟନ କରା ଯାଇଥିଲା। ଆଜିର ବୈଠକରେ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l

ଡାବୁଗାଁ ରୁ ପ୍ରଜ୍ଞା ରଞ୍ଜନ ପରିଡା ଙ୍କ ରିପୋର୍ଟ

Related posts

ରାଉରକେଲା କଲେଜରେ ‘ଦୁର୍ନୀତି ନିବାରଣ ସଚେତନତା କାର୍ଯ୍ୟକ୍ରମ’ ଅନୁଷ୍ଠିତ

masiha

ଯୁବ କବି ସୁବ୍ରତ କୁମାର ଙ୍କୁ “କବି ଭୂଷଣ ସମ୍ମାନ”

Sunil Chandra Nayak

ଲେଡି ଡନ୍ ସାଜିଲେ ମା ଝିଅ, ସହଯୋଗ କଲେ ବାପ ପୁଅ, ପୋଲିସର ନିରଵତା ପାଇଁ ସାମ୍ବାଦିକ ସଂଘ ଘର ଉପରେ ଆକ୍ରମଣ କରି ବୋର୍ଡକୁ ଚିରିଲେ

masiha

Leave a Comment

error: Content is protected !!