ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

ରାଉରକେଲା ୨୦/୮, ରାଉରକେଲା ସହରର ପାନପୋଷ ରୋଡ଼ରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହଷ୍ଟେଲରେ ଗତ ଦୁଇଦିନ ଧରି ଜଳଯୋଗାଣ ହୋଇପାରିନଥିଲା ।ଫଳରେ ଛାତ୍ରାବାସରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ପାନୀୟ ଜଳ ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ସମ୍ବନ୍ଧରେ ଖବରପାଇ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ୱାଟକୋ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତା କରି ତୁରନ୍ତ ହଷ୍ଟେଲକୁ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବିଭାଗୀୟ କର୍ମଚାରୀମାନେ ତତ୍ପରତା ଦେଖାଇ ତ୍ରୁଟିକୁ ଠିକ କରିବା ପରେ ଛାତ୍ରାବାସକୁ ଜଳ ଯୋଗାଣ ସ୍ୱାଭାବିକ ହୋଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ବୋର୍ଡ଼ାର ୨୩ ତମ ବାର୍ଷିକ ଉତ୍ସବ

Sunil Chandra Nayak

କମର୍ଦ୍ଧା କ୍ଳଷ୍ଟର ସ୍ତରୀୟ ନିପୁଣ ଓଡ଼ିଶା ମେଳା ଅନୁଷ୍ଠିତ

masiha

ସପ୍ତଶକ୍ତି ସଙ୍ଗମ ଆୟୋଜନ — ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର, ବଡବିଲ

Sunil Chandra Nayak

Leave a Comment

error: Content is protected !!