ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

ରାଉରକେଲା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ ପାନୀୟ ଜଳର ସମସ୍ୟା ନେଇ ପହଞ୍ଚିଲେ ବିଧାୟକ

ରାଉରକେଲା ୨୦/୮, ରାଉରକେଲା ସହରର ପାନପୋଷ ରୋଡ଼ରେ ଥିବା ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଥିବା ହଷ୍ଟେଲରେ ଗତ ଦୁଇଦିନ ଧରି ଜଳଯୋଗାଣ ହୋଇପାରିନଥିଲା ।ଫଳରେ ଛାତ୍ରାବାସରେ ରହୁଥିବା ସମସ୍ତ ଛାତ୍ରଛାତ୍ରୀ ପାନୀୟ ଜଳ ଟୋପାଏ ପାଇଁ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏ ସମ୍ବନ୍ଧରେ ଖବରପାଇ ଆଜି ରଘୁନାଥପାଲ୍ଲୀ ବିଧାୟକ ଦୁର୍ଗା ଚରଣ ତନ୍ତୀ ହଷ୍ଟେଲରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ପରେ ୱାଟକୋ ବିଭାଗର ବରିଷ୍ଠ ଅଧିକାରୀଙ୍କ ସହ କଥାବାର୍ତା କରି ତୁରନ୍ତ ହଷ୍ଟେଲକୁ ଜଳ ଯୋଗାଣର ବ୍ୟବସ୍ଥା କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ । ବିଧାୟକ ଶ୍ରୀ ତନ୍ତୀଙ୍କ ହସ୍ତକ୍ଷେପ ଫଳରେ ବିଭାଗୀୟ କର୍ମଚାରୀମାନେ ତତ୍ପରତା ଦେଖାଇ ତ୍ରୁଟିକୁ ଠିକ କରିବା ପରେ ଛାତ୍ରାବାସକୁ ଜଳ ଯୋଗାଣ ସ୍ୱାଭାବିକ ହୋଇଥିଲା । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ବିଜୁ ଏକ୍ସପ୍ରେସ ୱେ ରେ ପୁଣି ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଟ୍ରାକ୍ଟର ଚାଳକ

Sunil Chandra Nayak

ଖାତିଗୁଡାରେ ସାଇବର ସୁରକ୍ଷା ସଚେତନତା ରଥକୁ ସମ୍ବର୍ଦ୍ଧନା

masiha

ଜିଲ୍ଲା ଯୁବ ରେଡକ୍ରସ ସ୍ଵେଚ୍ଛାସେବୀ ଙ୍କ ଭୁବନେଶ୍ୱର ଗସ୍ତ

Sunil Chandra Nayak

Leave a Comment

error: Content is protected !!