ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଇଁପୁର ଗାଁ ଆର.ଡ଼ି ରାସ୍ତା ମରଣଯନ୍ତା

କଇଁପୁର ଗାଁ ଆର.ଡ଼ି ରାସ୍ତା ମରଣଯନ୍ତା

ମୟୂରଭଂଜ – ୨୧/୦୭ —  ମୟୂରଭଞ୍ଜ ଜିଲ୍ଲା ଜାମଦା ବ୍ଲକ କଇଁପୁର ଗାଁ ଦେଇ ଯାଇଥିବା ଆର.ଡ଼ି ରାସ୍ତା ଦୀର୍ଘ ବର୍ଷରୁ ମରାମତି ଅଭାବରୁ ବଡ଼ବଡ଼ ଖାଲରେ ପରିଣତ ହେବା ସହ ବର୍ଷାରେ ରାସ୍ତାଟି କାଦୁଅ ପଚ୍ ପଚ୍ ହୋଇପଡ଼ିଛି |ଉକ୍ତ ରାସ୍ତା ଦେଇ ତେଣ୍ଡେରା,ରମାପାହାଡ଼ି, ଶାଗଯୋଡ଼ି,ମଧୁପୁର, ଉପରଜାମଦା  ,ଜାମଦା,ମାନବୀର,ତାରଣା ଆଦି ଗ୍ରାମବାସୀ ଦୂରଦୂରାନ୍ତକୁ ଯାଆସ କରିଥାନ୍ତି ଏବଂ ଦୈନିକ କଲେଜ ,ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ଏହି ରାସ୍ତା ଦେଇ ଯିବା ଆସିବା କରିଥାନ୍ତି |ଏଇ କିଛି ଦିନ ପୂର୍ବରୁ ରାସ୍ତାରେ ସୃଷ୍ଟି ହୋଇଥିବା ଖାଲରେ ବାଇକ୍ ବାଇକ୍ ଦୁର୍ଘଟଣା ହେତୁ ଡାକ୍ତରଖାନାରେ ଚିକିତ୍ସା ହୋଇଥିବାର ସୂଚନା ପ୍ରାପ୍ତ ହୋଇଥିଲା |ତେବେ ସୂଚନାନୁସାରେ ଉକ୍ତ ରାସ୍ତା ମରାମତି ହେବା ନିମନ୍ତେ ରାସ୍ତା କଡ଼ରେ ବାଲି,ମେଟାଲ ପଡ଼ିଥିଲେ ସୁଦ୍ଧା ଏଯାଏଁ କାର୍ଯ୍ୟ ଆରମ୍ଭ ହୋଇନାହିଁ କାହିଁକି କଇଁପୁରବାସୀଙ୍କ ମନରେ ବିରାଟ ପ୍ରଶ୍ନବାଚୀ |ଜିଲ୍ଲାପାଳ ଗୁରୁତ୍ବ ସହକାରେ ଦୃଷ୍ଟି ଦେବାକ ଯାତ୍ରା ଅଞ୍ଚଳର ପ୍ରଶ୍ନ କୁମାର ଶତପଥୀ, ବିକାଶ ନାୟକ, ବିଷ୍ଣୁ ମଣ୍ଡଳ, ମନୋଜ ମଣ୍ଡଳ ,ସଚ୍ଚିନ୍ଦ୍ର ମହାନ୍ତ ପ୍ରମୁଖ ଜାଗ୍ରତ ପ୍ରହରୀମାନେ ଦୃଷ୍ଟି ଆକର୍ଷଣ କରିଛନ୍ତି |

 ମୟୂରଭଂଜ ରୁ ଅକ୍ଷୟ ବିଶ୍ବାଳ ମସିହା ନିଉଜ

Related posts

ରାଜ୍ୟସ୍ତରୀୟ କୃଷି ଓଡିଶା ଉଦଯାପୀତ ଦିବସରେ ଢେଙ୍କାନାଳ ଜିଲ୍ଲାର ଚାଷୀ ଗୋପବନ୍ଧୁ ବେହେରା ରାଜ୍ୟପାଳଙ୍କ ଠାରୁ ସଂମ୍ମାନିତ

Sunil Chandra Nayak

ରାଇରଙ୍ଗପୁର ଵ୍ଳକ ପଡ଼ିଆ କୁଢ଼ କୁଢ଼ ଆବର୍ଜନାରେ ଭରପୁର; ୧୧ ଦିନ ହେଲା ରଥ ମୀନା ବଜାର ମେଳା ସରିଲାଣି ; ପ୍ରଦୂଷଣ ବୃଦ୍ଧି ପାଉଛି ,ପାଖରେ ରାଇରଙ୍ଗପୁର ମହାବିଦ୍ଯାଳୟ ଛାତ୍ରାବାସ, ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟ ଓ ଛାତ୍ରାବାସ; ; ସାଧାରଣରେ ପ୍ରଶ୍ନ କଚରା ଉଠାଇବ ମ୍ଯୁନସିପାଲିଟି ନା ରଥ କମିଟି ?ପ୍ରଶାସନ ଦୃଷ୍ଟି ଦେବାପାଇଁ ଛାତ୍ରଛାତ୍ରୀଙ୍କ ଦାବି 

Sunil Chandra Nayak

ଚିଙ୍ଗୁଡ଼ି ପୋଖରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବିଶ୍ଵ ଯକ୍ଷ୍ମା ଦିବସ ପାଳିତ 

masiha

Leave a Comment

error: Content is protected !!