ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ମାନଗୋବିନ୍ଦ ସ୍ବାଇଁ ଙ୍କ କବିତା କୃଷକ ଦିବସ

କୃଷକ ଦିବସ

 

ମାନଗୋବିନ୍ଦ ସ୍ବାଇଁ

 

କୃଷକ ଦିବସ ଚାଷ ଅନୁକୂଳ

       ଅକ୍ଷୟ ତୃତୀୟା ଦିନ

ସେଦିନ ଚାଷୀର ଶୁଭ ବେଳ ପଡେ

    କ୍ଷେତରେ ବୁଣିବା ଧାନ।

ବଳଦ ଲଙ୍ଗଳ ଅକ୍ଷିମୁଠି ଧରି

      କ୍ଷେତ ବୁଣା ଶସ୍ୟ ବୀଜ

ଆନନ୍ଦ ମନରେ କ୍ଷେତକୁ ଯାଉଛି

    ପୂଜା କରି ବୁଣେ ବୀଜ।

କୃଷକ ଆମର ଦେଶ ମେରୁଦଣ୍ଡ

      ଆହାର ର ଅନ୍ନ ଥାଳି

କୃଷକ ଯୋଗାଏ ଖାଦ୍ୟର ଭଣ୍ଡାର

     ଦେଶ ପାଇଁ ଖାଦ୍ୟ ସ୍ଥଳି।

କୃଷକ ବଞ୍ଚିଲେ ସମାଜ ବଞ୍ଚିବ

      କୃଷି ଆମ ଭାତ ହାଣ୍ଡି

ତା ପାଇଁ ସମାଜ ତିଷ୍ଠି ରହି ଅଛି

       କୃଷକ ଆହାର ହୁଣ୍ଡି।

ନାହଁ ଝଡ଼ ବର୍ଷା ବନ୍ୟା ବାତ୍ୟା ତାତି

      ଖଟୁଥାଏ ଦେଇ ହିଆ

ସଦା କର୍ମ କ୍ଷେତ ଲାଗିଥାଏ ଚାଷେ

      ପ୍ରଭୁ ତା ପାଇଁ ସାହା।

ଜୀବନକୁ ବାଜି ଲଗାଇ କ୍ଷେତ୍ରରେ

   ଯୋଗାଇ ଦିଏ ଆହାର

ଜୀବ ଉପକାର ସମାଜ ମଙ୍ଗଳ

     ଚାଷୀ ଘେନ ମୋ ଜୁହାର।

କେତେ ଦୁଃଖ କଷ୍ଟ ସମାଜ ସେବାର

        ଶ୍ରମ କର୍ମ କରି ଦାନ

କୋଟି କୋଟି ପ୍ରାଣୀ ଜୀବନ ଆହାର

       ଚାଷୀ ଭାଇ ଭଗବାନ।

କୃଷକ ଦିବସ ସାହସ ଦେଉଛି

       ମଙ୍ଗଳମୟ ରହୁ ଦିନ

ସର୍ବ ଶାନ୍ତି ମିଳୁ କୃଷକ ଭାଇକୁ

    ଘେନ ଭାଇ ମୋ ପ୍ରଣାମ।

ଗୋଜାବନ୍ଧ ମହାକାଳପଡ଼ା
କେନ୍ଦ୍ରାପଡ଼ା

Related posts

ଲଡୁଗାଁ ଦୁର୍ଗାପୂଜା ଦ୍ଵିତୀୟ ସାଂସ୍କୃତିକ ସନ୍ଧ୍ୟାରେ ଯୋଗଦେଲେ ନବରଙ୍ଗପୁର ସାଂସଦ ଓ ବିଧାୟକ

Sunil Chandra Nayak

ନବ ନିର୍ବାଚିତ ପୌର ଓ ପଞ୍ଚାୟତ ପ୍ରତିନିଧି ଙ୍କୁ ଭାଜପା ର ସମ୍ବର୍ଦ୍ଧନା

Sunil Chandra Nayak

କବିତା ସାହୁ   ଙ୍କ କବିତା ସ୍ନାନ ମଣ୍ଡପରେ ଚତୁର୍ଦ୍ଧାମୂର୍ତ୍ତୀ 

Sunil Chandra Nayak

Leave a Comment

error: Content is protected !!