ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ସ୍ବାଗତ ଉତ୍ସବ ‘ନବପଲ୍ଲବ’ 

    ପରୀକ୍ଷା ଦେବା ଆଉ ସଫଳତା ପାଇବା କେବଳ ତୁମ ମାନଙ୍କର ଉଦ୍ଦେଶ୍ୟ ନ ହେଉ ପାଠକୁ ପଢ଼ିବା ପାଇଁ ପଢ । ପରୀକ୍ଷା ଦେବା ପାଇଁ ପଢ଼ିବା ସହିତ ପାଠକୁ ଜାଣିବା ପାଇଁ ପଢ଼ିବା। ଏହି ପଢ଼ିବା ଓ ଜାଣିବା ଦ୍ବାରା ଜୀବନର ପ୍ରତ୍ୟେକ ସମୟରେ ପାଠ ବାଟ ଦେଖାଇବ ବୋଲି ନବାଗତ ପ୍ରଥମ ବର୍ଷ ଛାତ୍ରଛାତ୍ରୀମାନଙ୍କୁ ସ୍ଵାଗତ କରିବା ଅବସରରେ ଅତିଥିମାନେ ମତପ୍ରକାଶ କରିଛନ୍ତି। ଧର୍ମଗଡ ବ୍ଲକ ବେହେରା ସ୍ଥିତ ଲଖିରାମ ଅଗ୍ରୱାଲ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟଠାରେ ‘ନବପଲ୍ଲବ’ ଶିରୋନାମାରେ ନବାଗତ ଛାତ୍ରଛାତ୍ରୀମାନଙ୍କୁ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ଦ୍ୱିତୀୟ ବର୍ଷର ଛାତ୍ରଛାତ୍ରୀମାନେ ପ୍ରଥମ ବର୍ଷର ଶିକ୍ଷାର୍ଥୀମାନଙ୍କୁ ଫୁଲ, ଚନ୍ଦନ ଦେଇ ସ୍ନେହ, ଶ୍ରଦ୍ଧା, ଶୁଭେଚ୍ଛା ଅର୍ପଣ କରିଥିଲେ। କଲେଜ ଅଧ୍ୟକ୍ଷ ନିର୍ମଳ ଚନ୍ଦ୍ର ନାୟକଙ୍କ ସଭାପତିତ୍ୱରେ ମୁଖ୍ୟ ବକ୍ତା ଭାବେ ଅଧ୍ୟାପକ ରଞ୍ଜନ କୁମାର ପଣ୍ଡା, ସମ୍ମାନୀତ ଅତିଥି ଭାବେ ଅଧ୍ୟାପକ ନିକୁଞ୍ଜ ସାହୁ, ଅଧ୍ୟାପକ ଅକ୍ଷୟ କୁମାର ପଟ୍ଟନାୟକ,ଅଧ୍ୟାପକ ମୋହନ ଚରଣ ବିଷି, ଖେଳ ଶିକ୍ଷକ ସୁରେନ୍ଦ୍ର ସାହୁ , ଗ୍ରନ୍ଥାଗାର ସହାୟକ ଫକିର ଚଣ୍ଡି ମଞ୍ଚାସୀନ ଥିଲେ। ଦ୍ବିତୀୟ ବର୍ଷ ଛାତ୍ରୀ ତରୁଣୀ ଛତ୍ରିଆ, ତୁଲେନ୍ଦ୍ରି ବାରିକ, ତପସ୍ଵିନୀ ଜାଲ ସ୍ଵାଗତ ସଂଗୀତ ପରିବେଷଣ ଓ ତୁଲେନ୍ଦ୍ରି ବାରିକ, ଚିନ୍ମୟ ହଂସ ମଂଚ ପରିଚାଳନା କରିଥିଲେ। ଏହି ଅବସରରେ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀମାନେ ନୃତ୍ୟ ଓ ସଂଗୀତ ପରିବେଷଣ କରିଥିଲେ। ଅଶୋକ ଚଣ୍ଡୀ, ସାନୁର୍ଯ୍ୟ ଗୋପାଳ ଏବଂ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀ ମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

୧- ଦଶୀପୁର ଅଞ୍ଚଳରେ ହାତୀ ଉପଦ୍ରବ ଧାନକ୍ଷେତ ଉଜୁଡ଼ିଲା,ଚିନ୍ତାରେ ଚାଷୀ , ୨- ନୂଆ ଏସପି ଏବେ ଆକ୍ସନ ମୁଡ୍‌ରେ,ନଷ୍ଟ କରାଗଲା ବିକଟାଳ ଶବ୍ଦ କରୁଥିବା ସାଇଲେନ୍ସର , ୩-ହାତୀ ଆକ୍ରମଣରେ ବୃଦ୍ଧଙ୍କ ମୃତ୍ୟୁ,୨ ଆହତ , ୪- ୪ ଗାଡ଼ି ଜବତ,୩୬ ହଜାର ଜରିମାନା ଆଦାୟ ନାବାଳକଙ୍କ ପାଇଁ ୨୫ ହଜାର ତଣ୍ଡ ଗଣିଲେ ଅଭିଭାବକ , ୫- ନୀତି ଆୟୋଗ ଆକାଂକ୍ଷୀ ଜିଲ୍ଲା ଓ ଆକାଂକ୍ଷୀ ବ୍ଲକ କାର୍ଯ୍ୟକ୍ରମର ଅଗ୍ରଗତି ସମୀକ୍ଷା କଲେ କେନ୍ଦ୍ରୀୟ ପ୍ରଭାରୀ ଅଧିକାରୀ ସୁଶ୍ରୀ ଶାଳିନୀ ପଣ୍ଡିତ , ୬- ପୋଲିସ ହେପାଜତ ରୁ ଖସି ପଳାଇବା ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ , ୭- ପିଏମ ଶ୍ରୀ କେନ୍ଦ୍ରୀୟ ବିଦ୍ୟାଳୟ, ଢେଙ୍କାନାଳର ବୟସ୍କ ନାଗରିକଙ୍କ ସହ ଭାବ ବନ୍ଧନ କାର୍ଯ୍ୟକ୍ରମ , ୮- ୪୨ତମ ପିଙ୍ଗୁଆ କପ ୨0-୨0 କ୍ରିକେଟ ଟୁର୍ନାମେଣ୍ଟ  ୧୯ ଅକଟୋବର ୨0୨୬ରୁ ଉଦଘାଟନ , ୯- ସାପ କାମୁଡ଼ାରେ ବାଳିକା ର ମୃତ୍ୟୁ  , ୧୦- ଜିଲ୍ଲାପାଳ ,ଏସ ପି ଙ୍କ ଜନ ଶୁଣାଣି : ୧୦୦ ଟି ଅଭିଯୋଗରୁ ୬ ଟି ସମାଧାନ , ୧୧-ଆନ୍ତର୍ଜାତୀୟ ବାଳିକା ଶିଶୁ ଦିବସ ପାଳିତ , ୧୨- ବିଜେଡି ପକ୍ଷରୁ ନାଗିଆପଶି ପଞ୍ଚାୟତ କମିଟି ବୈଠକ, ୧୩- ସହିଦ ବାଜିରାଉତ ବଳିଦାନ ଦିବସ ପାଳିତ , ୧୪-ବିଜେଡି ସଦର ବ୍ଲକ କମିଟି ନୂତନ କର୍ମକର୍ତ୍ତା ଚୟନ ଓ ବୈଠକ , ୧୫ – ନିଜର ନେତ୍ର ଦାନ କରି ଉଦାହରଣ ସାଜିଲେ ଉଦୟ , ୧୬-ଅଜଗର ଉଦ୍ଧାର

Sunil Chandra Nayak

ରାଇରଙ୍ଗପୁରରୁ ପୁରୀ ରଥଯାତ୍ରା ଉପଲକ୍ଷେ ସ୍ବତନ୍ତ୍ର ରେଳସେଵା ସାଂସଦ ନବ ଚରଣ ମାଝୀଙ୍କ ଦ୍ବାରା ଉଦ୍ଘାଟିତ 

masiha

ସଞ୍ଚାର ବାୟକ ସଦନ ପ୍ରଗଣିଆଙ୍କୁ ‘କଳାହାଣ୍ଡି ବରପୁତ୍ର ସମ୍ମାନ ୨୦୨୩’ ରେ ସମ୍ମାନିତ କରିବାକୁ ବିଭିନ୍ନ ଅନୁଷ୍ଠାନ ତରଫରୁ ଅନୁରୋଧ

Sunil Chandra Nayak

Leave a Comment

error: Content is protected !!